ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛନ୍ତି। ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରକୁ ପ୍ଲାଷ୍ଟିକ୍‌ ଗୁଳି ଚଳାଇବା ସହ କେତେଜଣଙ୍କୁ ଗିରଫ କରିଥିବା କୃଷକ ନେତାମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରିଥିଲା।
ମୁଖ୍ୟମନ୍ତ୍ରୀ ଖଟ୍ଟାର ହିସାର ଜିଲାରେ ଏକ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କରିବାକୁ ଯାଇଥିବାବେଳେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ଲାଠିଚାଳନା ପ୍ରତିବାଦରେ କୃଷକ ସଂଗଠନ ପକ୍ଷରୁ ୯ ନମ୍ବର ଜାତୀୟ ରାଜପଥ ଏବଂ ଗ୍ରାଣ୍ଡ ଟ୍ରଙ୍କ ରୋଡ୍‌ ଅବରୋଧ କରାଯାଇଥିଲା। ଗିରଫ ହୋଇଥିବା ଚାଷୀଙ୍କୁ ତୁରନ୍ତ ନ ଛାଡ଼ିଲେ ଥାନା ଘେରାଉ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ଗୁର୍‌ନାମ ସିଂ ଚାରୁନି କହିଛନ୍ତି। ହସ୍ପିଟାଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଅନ୍‌ଲାଇନରେ କାହିଁକି ହସ୍ପିଟାଲ ଉଦ୍‌ଘାଟନ କଲେନାହିଁ ବୋଲି ଚାରୁନି ପ୍ରଶ୍ନ କରିଛନ୍ତି। ସେମାନେ ଜାଣିଶୁଣି ବିବାଦ ସୃଷ୍ଟି କରାଇବା ସହ କରୋନା ସଂକ୍ରମଣ ବଢ଼ାଉଛନ୍ତି ଏବଂ ଚାଷୀମାନଙ୍କୁ ବଦନାମ କରାଉଛନ୍ତି ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri