ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି। ଏହି ନିଷ୍ପତ୍ତିର କାରଣ ଦର୍ଶାଇ କମ୍ପାନୀ କହିଛି ଯେ, ହ୍ବାଟ୍ସଆପ୍‌ ବ୍ୟବହାରର ନିୟମ ଉଲ୍ଲଂଘନ କରୁଥିବା ଆକାଉଣ୍ଟଗୁଡ଼ିକୁ ଭାରତରେ ବନ୍ଦ କରିଦିଆଯାଇଛି।

କାହିଁକି ଆକାଉଣ୍ଟଗୁଡ଼ିକୁ ବ୍ୟାନ କଲା ମେଟା?
ରିପୋର୍ଟ ଅନୁଯାୟୀ, କମ୍ପାନୀ ୧.୪ ମିଲିୟନରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ଯାହା ବିଷୟରେ କୌଣସି ବ୍ୟବହାରକାରୀ ଅଭିଯୋଗ ମଧ୍ୟ କରି ନଥିଲେ। ଆପଣଙ୍କୁ କହି ରଖୁଛୁ ଯେ, ଭାରତରେ ହ୍ବାଟ୍ସଆପର ୫୦୦ ମିଲିୟନରୁ ୟୁଜର ଅଛନ୍ତି। କମ୍ପାନୀ କହିଛି, AI-ଚାଳିତ ମଡ୍‌ରେସନ ଏବଂ ଉନ୍ନତ ରିପୋର୍ଟିଂ ଉପକରଣରେ ନିବେଶ କରାଯାଉଥିବାରୁ ଭାରତରେ ଏହି ୯ ଲକ୍ଷ ୭୦ ହଜାର ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରାଯାଇପାରେ।

ହ୍ବାଟ୍ସଆପ୍‌ ପକ୍ଷରୁ ସୂଚନା ଦେଇ ଜଣେ ମୁଖପାତ୍ର କହିଛନ୍ତି ଯେ, ହ୍ବାଟ୍ସଆପ୍‌ ବହୁ ବର୍ଷ ଧରି ନିରନ୍ତର ଭାବରେ AI ବା କୃତ୍ରିମ ବୁଦ୍ଧିମତ୍ତା ଉପରେ କାମ କରିଆସୁଛି। ଏହା ସହିତ ଆମର ଡାଟା ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଆମ ପ୍ଲାଟଫର୍ମରେ ସମସ୍ତ ୟୁଜରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି। ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ଭୁଲ ଜିନିଷଗୁଡ଼ିକୁ ରୋକିବା ପାଇଁ ହ୍ବାଟ୍ସଆପ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ହ୍ବାଟ୍ସଆପ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ
ହ୍ବାଟ୍ସଆପ୍‌ ଆହୁରି କହିଛି ଯେ, ଆଇଟି ନିୟମ ୨୦୨୧ ଅନୁଯାୟୀ, କମ୍ପାନୀ ପ୍ରାୟତଃ ସେହି ଆକାଉଣ୍ଟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାହା ୟୁଜରମାନେ ନିଜେ ରିପୋର୍ଟ କରିଥିଲେ। କମ୍ପାନୀ ଏହା ମଧ୍ୟ କହିଛି ଯେ, ହ୍ବାଟ୍ସଆପ୍‌ରେ ଏକ ସ୍ବୟଂଚାଳିତ ଚିହ୍ନଟ ବ୍ୟବସ୍ଥା ଅଛି, ଯାହା ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରେ।

ହ୍ବାଟ୍ସଆପ୍‌କୁ ମିଳିଥିବା ଅଧିକାଂଶ ଅଭିଯୋଗ ସ୍ପାମିଂ ଏବଂ ତୃତୀୟ ପକ୍ଷ ଆପ୍‌ ସହିତ ଜଡ଼ିତ। ଏହା ବ୍ୟତୀତ ଲୋକମାନେ ଏପରି କିଛି ମାମଲା ମଧ୍ୟ ରିପୋର୍ଟ କରିଥିଲେ ଯେଉଁଠାରେ ସେମାନଙ୍କୁ ସେମାନଙ୍କ ଅନୁମତି ବିନା ବିଭିନ୍ନ ଗ୍ରୁପ୍‌ରେ ଯୋଡ଼ା ଯାଇଥିଲା। ହ୍ବାଟ୍ସଆପ୍‌ ଏହି ସମସ୍ତ ଅଭିଯୋଗର ତଦନ୍ତ କରିଛି ଏବଂ ଏପରି ଭୁଲ୍‌ କାମ କରୁଥିବା ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri