ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ ଥିଲେ। ସ୍ବାଧୀନତାର ଠିକ୍‌ ପରେ ଯେଉଁମାନେ ନେତୃସ୍ଥାନୀୟ ବ୍ୟକ୍ତି ଥିଲେ ସେମାନେ ଥିଲେ ପ୍ରାୟତଃ ନୀତିବାନ୍‌ ଏବଂ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁ ନ ଥିଲେ। କ୍ରମଶଃ ରାଜନୀତି ଏପରି ଅଧଃପତନର ସ୍ତରକୁ ଆସିଲା ଯେ କୁହାଗଲା ‘ଚନ୍ଦ୍ରମଣ୍ଡଳରୁ ମାଟି ଆଣିଦେବେ କି’ ବୋଲି ପ୍ରଶ୍ନ କଲେ ତା’ର ଉତ୍ତର ବି ହେଉଥିଲା ହଁ ସୂଚକ। ଅର୍ଥାତ୍‌ ନିର୍ବାଚନ ପୂର୍ବରୁ ଯାହା କହୁଥିଲେ ଭୋଟରମାନେ ସେଥିରେ ଭୋଟ୍‌ ଆଶାୟୀଙ୍କର ଅସମ୍ମତିର ପ୍ରଶ୍ନ ହିଁ ଉଠୁ ନ ଥିଲା। ଯାହାକୁ ଲକ୍ଷ୍ୟ କରି ି ଲୋକମୁଖରେ ଭାସି ଉଠେ- ‘ହାତୀ ଦେବି ଘୋଡ଼ା ଦେବି ତୋ ପେଁକାଳି ବଜେଇଦେବି।’
ପ୍ରାଥମିକ ଅବସ୍ଥାରେ ରାଜନେତାମାନେ ଥିଲେ ସମ୍ବେଦନଶୀଳ। ସେମାନେ ଲୋକଙ୍କ ସୁଖଦୁଃଖରେ ସମଭାଗୀ ହେଉଥିଲେ। ତାଙ୍କ ସମସ୍ୟାର ସମାଧାନ କରୁଥିଲେ ଏବଂ ଲୋକଙ୍କୁ ସମାନ ଭାବରେ ଦେଖୁଥିଲେ। ଏବେ ଯଦିଓ ଲୋକଙ୍କର ସମସ୍ୟା ସମାଧାନ କରିବା ଏବଂ ସେମାନଙ୍କ ସୁଖଦୁଃଖରେ ସାଥୀ ଦେବାରେ ନେତାମାନେ ହେଳା କରୁନାହାନ୍ତି, କେବଳ ପାର୍ଥକ୍ୟ ହେଉଛି ଯେ ଲୋକମାନଙ୍କୁ ସେମାନେ ଦି’ ଭାଗରେ ବିଭକ୍ତ କରିଦେଇଛନ୍ତି। ମାନେ ଗୋଟିଏ ହେଲେ ନିଜ ଦଳ ସମର୍ଥିତ ଓ ଆରେକ ହେଲେ ପ୍ରତିପକ୍ଷଙ୍କ ସମର୍ଥନରେ ଥିବା ଲୋକେ।
ପ୍ରାଥମିକ ସ୍ତରରେ ନେତୃମଣ୍ଡଳୀ ଭାବୁଥିଲେ ସାମୂହିକ କାମ କରିବା ସେମାନଙ୍କର ମୌଳିକ ଦାୟିତ୍ୱ। କ୍ରମେ କ୍ରମେ ଅନୁଭୂତ ହେଲା ଯେ, କେବଳ ସାମୂହିକ ଉନ୍ନତିରେ ଲୋକଙ୍କର ଏତେ ରୁଚିନାହିଁ। ବ୍ୟକ୍ତିଗତ ଲାଭ ତାଙ୍କୁ ହାତଠାରି ଡାକୁଥିଲା। ସର୍ବସାଧାରଣ ଉନ୍ନତିର ସଂକଳ୍ପ କ୍ରମେ ମଳିନ ଦିଶିଲା। ଏବେ ବ୍ୟକ୍ତିଗତ ସୁଖ ସୁବିଧା କିଏ ଅଧିକ ନେଇପାରିବ, ତାହା ପାଲଟିଲା ରାଜନୈତିକ ପ୍ରେକ୍ଷାପଟ।
୧୯୮୦ ଦଶକର ପ୍ରାରମ୍ଭରେ ଅବିଭକ୍ତ କୋରାପୁଟ ଜିଲାରେ ଭୋଟ୍‌ବେଳେ ଘଟୁଥିବା ଏକ ସାଧାରଣ ଦୃଶ୍ୟ ବଖାଣୁଥିଲେ ସେତେବେଳେ ରାଜ୍ୟ ପ୍ରଶାସନରେ କାର୍ଯ୍ୟ କରିଥିବା ଜଣେ ଅଧିକାରୀ। କୌଣସି ଭୋଟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ଭୋଟରମାନେ କିଛି ଦୂରରୁ ଅଟକି ଯାଉଥିଲେ। ସେମାନେ ସେଇଠି ବସି ରହୁଥିଲେ ବେଶ୍‌ ସମୟ। ସେ ଖବର ପହଞ୍ଚତ୍ ଯାଉଥିଲା ତତ୍କାଳୀନ ଶାସନରେ ଥିବା ଦଳର ନେତୃମଣ୍ଡଳୀଙ୍କ ପାଖରେ। ସେମାନଙ୍କ ତରଫରୁ କିଛି ପ୍ରତିନିଧି ଯାଇ ସେଠାରେ ପହଞ୍ଚତ୍ ଯାଉଥିଲେ। ସେଇଠି ଅଟକି ଯାଇଥିବା ଭୋଟର ଏବଂ ସେମାନଙ୍କୁ ମନେଇବା ପାଇଁ ଯାଇଥିବା ରାଜନୈତିକ ଦଳର ପ୍ରତିନିଧିଙ୍କ ଭିତରେ ବେଶ୍‌ କିଛି ଆଲୋଚନା ହେଉଥିଲା। ଆଉ ଶେଷରେ କଥା ଛିଡ଼ୁଥିଲା କେତେଗୋଟି ଛେଳି ବା ମେଣ୍ଢା ସେମାନେ ଭୋଜି ପାଇଁ ଦେବାକୁ ଯାଉଛନ୍ତି। ତା’ପରେ ସେହି ଲୋକମାନେ ଭୋଟ୍‌କେନ୍ଦ୍ରକୁ ଯାଉଥିଲେ। ସେତେବେଳେ ଲୋକଙ୍କୁ ପ୍ରଭାବିତ କରିବାକୁ ଯାହାକିଛି ଦିଆଯାଉଥିଲା ତାହା ନିର୍ଦ୍ଦିଷ୍ଟ ପାର୍ଟି ତରଫରୁ କିମ୍ବା ପ୍ରାର୍ଥୀଙ୍କ ତରଫରୁ ବ୍ୟବସ୍ଥାପିତ ହେଉଥିଲା। ପ୍ରଥମେ ଲୋକଙ୍କୁ ପ୍ରଭାବିତ କରିବାକୁ ଶାଢ଼ି, ଲୁଗା, ସାବୁନ, ଛତା ଆଦି ଦିଆଯାଉଥିଲା; ମାତ୍ର ଅର୍ଥନୈତିକ ପ୍ରଗତିର କ୍ରମରେ ସେଇ ଜିନିଷ ପ୍ରତି ଆଉ କାହାରି ନଜର ପଡ଼ିଲା ନାହିଁ। କାଳକ୍ରମେ ସେହିପରି ଛୋଟ ଛୋଟ ଚିଜ ନିଜ ପତିଆରା ହରାଇଲେ, କ୍ରମେ ପାଲଟିଗଲେ ନିଷ୍ପ୍ରଭ ଓ ଅଦରକାରୀ।
ମନେପଡ଼ୁଛି ଆଉ ଗୋଟିଏ କଥା- କିଛି ବର୍ଷ ତଳେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଯେଉଁ ଅଞ୍ଚଳଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିଲା, ତା’ ଭିତରେ ରହୁଥିଲା ମୁଖ୍ୟତଃ ଦୁଇ ପ୍ରକାରର କାର୍ଯ୍ୟକ୍ରମ- ଗୋଟିଏ ସି.ବି.ଓ.ଏସ୍‌. ଅର୍ଥାତ୍‌ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ଆଉ ଅନ୍ୟଟି ହେଉଛି ଆଇ.ବି.ଓ.ଏସ୍‌। ଗୋଷ୍ଠୀଭିତ୍ତିକ କାର୍ଯ୍ୟରେ ୭୫% ବ୍ୟୟବରାଦ ଥିଲା ବେଳେ ବ୍ୟକ୍ତିଗତ ଉନ୍ନୟନ ପାଇଁ ତା’ର ପରିମାଣ ଥିଲା ଅବଶିଷ୍ଟ ୨୫%। ତାହା ପୁଣି ବ୍ୟକ୍ତିକୁ ସିଧାସଳଖ ପଇସା ଦିଆନଯାଇ କେତେବେଳେ ଗଛ ଚାରା, ଔଷଧ, ସାର ଇତ୍ୟାଦି ଦିଆଯାଉନଥିଲା! ବ୍ୟୟବରାଦ ଅତ୍ୟନ୍ତ ନଗଣ୍ୟ ଥିବାରୁ ଏହା ଫଳ କେବେ ବି ଆଖିରେ ପଡ଼ୁ ନ ଥିଲା। ସଂକ୍ଷେପରେ ଫଳ ଥିଲା ନଗଣ୍ୟ ଓ ନୈରାଶ୍ୟଜନକ। ଅର୍ଥନୀତିର ମୂଳ ପିଢ଼ିର ଦାର୍ଶନିକ ଆଡାମ୍‌ ସ୍ମିଥ୍‌ଙ୍କ କଥା ମାନୁଥିଲେ ସେବେଳର ସରକାରମାନେ। ଅର୍ଥାତ୍‌ ବିନା କାମରେ କିଛି ମିଳୁ ନ ଥିଲା।
‘ଗଡ଼ିଆରେ ଜଳ ଥିଲେ କୂଳକୁ ଶୀତଳ’- ଏଇ ପ୍ରବାଦ କ୍ରମଶଃ ପ୍ରଭାବଶୂନ୍ୟ ହେଉଥିଲା ବ୍ୟକ୍ତିବାଦର ଅଭ୍ୟୁଦୟ ହେଲାରୁ। ଅର୍ଥାତ୍‌ ସମସ୍ତେ ଚାହୁଁଥିଲେ ସରକାରଙ୍କଠାରୁ କିଛି ସୁବିଧା ଆଉ ତାହା ତାଙ୍କ ହାତରେ ଗୁଞ୍ଜିଦେବା ଚାହି। ବିଜ୍ଞାନର ଅଗ୍ରଗତି ଯୋଡ଼ିଦେଲା ଏଇ ଅଭାବର ନିଦାନ ଆସିବା ପରେ ସିଧାସଳଖ ସଂପୃକ୍ତ ବ୍ୟକ୍ତିଙ୍କ ଜମାଖାତାକୁ ଚାଲିଗଲା ଟଙ୍କା। ଦାତା ଓ ଗ୍ରହୀତା ଉଭୟେ ଏଥିରେ ଆମୋଦିତ ହେଲେ। ମାତ୍ର ରାଜନୈତିକ ଦଳଗୁଡ଼ିକ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲା। କିଏ କେତେ ଅଧିକ ଦେଇପାରିବ ନାଗରିକମାନଙ୍କୁ। ପ୍ରତ୍ୟେକ ଦଳ ତରଫରୁ ଆରମ୍ଭ ହେଲା ଲୋଭନୀୟ ଉପହାର ଦେବାର ପ୍ରତିଯୋଗିତା। ସ୍କିମ୍‌ମାନେ କେବଳ ଲୋକଦେଖାଣିଆ ମାତ୍ର। ବାସ୍ତବ କଥା ହେଲା କେତେଟଙ୍କା କିଏ ଦେଇପାରୁଛି ଲୋକଙ୍କ ବ୍ୟାଙ୍କରେ ଥିବା ଜମାଖାତାକୁ। କ୍ଷମତାସୀନ ଦଳର ଲୋକଙ୍କ ପାଇଁ ଏହାଠାରୁ ଅଧିକ ସୁଯୋଗ ମିଳି ନ ଥା’ନ୍ତା ବୋଧହୁଏ। ନିର୍ବାଚନର କିଛିଦିନ ଆଗରୁ ଗୋଟିଏ କ୍ଷମତାସୀନ ଦଳ ତରଫରୁ ବାହାରିଥିବା ଏକ କାର୍ଯ୍ୟକ୍ରମ ଥିଲା ଏଇଭଳି, ‘ଆଜ୍ଞା ଆପଣ କେବେ ଅତୀତରେ ଇନ୍ଦିରା ଆବାସ କିମ୍ବା ଅନ୍ୟ କୌଣସି ନଁାରେ କିଛି ଘର ପାଇଥିଲେ କି? – ଆପଣଙ୍କର ଉତ୍ତର ଯଦି ହଁ, ତା’ହେଲେ ଆପଣ ଏଇ ଯୋଜନାର ହିତାଧିକାରୀ। ଘର ମରାମତି କରିବାକୁ/ ରଙ୍ଗ କରିବାକୁ ଆପଣଙ୍କୁ ମିଳିବ ପାଞ୍ଚ ହଜାର ଟଙ୍କାର ସହାୟତା।’ ୨୭ ଲକ୍ଷ ହିତାଧିକାରୀଙ୍କ ଜମାଖାତାକୁ ହସ୍ତାନ୍ତର ହୋଇଗଲା ଅମାପ ଟଙ୍କା ମୁହୂର୍ତ୍ତକ ଭିତରେ। ହିତାଧିକାରୀଙ୍କଠାରୁ ଦରଖାସ୍ତ ଗୋଟେଇବା, ଉପଯୁକ୍ତ ହିତାଧିକାରୀ ଚୟନ କରିବାର ଆବଶ୍ୟକତା ନ ଥିଲା ବୋଧହୁଏ। ନିର୍ବାଚନ ଠିକ୍‌ ଆଗରୁ ଏଇଭଳି ଟଙ୍କା ବାଣ୍ଟିବାକୁ କେହି ନିର୍ବାଚନ କମିଶନ ବା କୋର୍ଟ ଏପର୍ଯ୍ୟନ୍ତ ବେଆଇନ ବୋଲି କହିନାହାନ୍ତି। ଏହିଭଳି ଅନେକ ଟଙ୍କାବଣ୍ଟା ସ୍କିମ୍‌ କାଲି ଥିଲା ଓ ଆଜି ଅଛି। ରାଜ୍ୟର ବିରୋଧୀ ଦଳ ଏହିପରି ବଣ୍ଟାବଣ୍ଟି ପରମ୍ପରା ଅର୍ଥନୀତିର ପରିପନ୍ଥୀ କହୁଥିବାବେଳେ ଯେଉଁ ରାଜ୍ୟରେ ଶାସନ ଭାର ଚଳାଉଛନ୍ତି, ସେଠାରେ ତାକୁ ହିଁ ଅନୁସରଣ କରୁଛନ୍ତି, ତାହାହିଁ ସବୁଠୁ ବଡ଼ ସମସ୍ୟା ଓ ଆହ୍ବାନ।
ଭିତ୍ତିଭୂମିର ବିକାଶ ନିହାତି ଜରୁରୀ; ମାତ୍ର ବ୍ୟକ୍ତିଗତ ଉନ୍ନୟନ ପାଇଁ ଯଦି ଅର୍ଥରାଶି ଦେବାର ପ୍ରାବଧାନ ରହିବ, ତାହେଲେ ବଜେଟରେ ତା’ର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଅତ୍ୟନ୍ତ ଆବଶ୍ୟକ। ପାର୍ଲାମେଣ୍ଟ ପକ୍ଷରୁ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ନୀତି ନିର୍ଦ୍ଧାରିତ ହେଲେ ଦେଶ ପାଇଁ ମଙ୍ଗଳକର ହେବ। ନ ହେଲେ ସମଗ୍ର ଦେଶ ଭୀଷଣ ବିଭୀଷିକା ଆଡ଼କୁ ଦ୍ରୁତ ପଦକ୍ଷେପରେ ଗତି କରୁଛି ବୋଲି ଧରିବାକୁ ହେବ। ଯଦି ପାର୍ଲାମେଣ୍ଟ ଏପରି ଆଇନ କରିବା ପାଇଁ ଅସମ୍ମତ କିମ୍ବା ଅକ୍ଷମ, ତା’ହେଲେ ସୁପ୍ରିମକୋର୍ଟ ସମ୍ବିଧାନ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କିଛି ନିୟମ ଜାରି କରନ୍ତୁ। ତାହା ହୁଏତ ଦେଶକୁ ଭବିଷ୍ୟତରେ ବଡ଼ ଆର୍ଥିକ ଦୁରବସ୍ଥାରୁ ବଞ୍ଚେଇପାରିବ। ନ ହେଲେ ଏବେଠୁ ସାଧୁ ସାବଧାନ!
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri