ସାବଧାନ! ଚେୟାରରେ ବସି କରୁନାହାନ୍ତି ତ ଏମିତି ଭୁଲ୍‌

ଅଫିସରେ କାମ କରୁଥିବା ସମୟରେ ଦୀର୍ଘ ଘଣ୍ଟା ଧରି ଚେୟାରରେ ବସିବାକୁ ପଡ଼ିଥାଏ। ଏପରିକି ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ତେଣୁ ଯଦି ଏପରି କରୁଥାନ୍ତି ତେବେ କେତେକ ଦିଗ ପ୍ରତି ନଜର ଦେବା ଜରୁରୀ। ନଚେତ୍‌ ସ୍ବାସ୍ଥ୍ୟ ପ୍ରତି ଅନେକ କ୍ଷତି ପହଞ୍ଚାଇଥାଏ।
ଅଫିସରେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଆରାମଦାୟକ ଚେୟାର ରହିବା ଅତ୍ୟନ୍ତ ଜରୁରୀ। କାଠ କିମ୍ବା ପ୍ଲାଷ୍ଟିକ ଚେୟାର ବଦଳରେ ଏର୍ଗୋନୋମିକ୍ସ କିମ୍ବା ଯେ କୌଣସି ନମନୀୟ ଚେୟାର ବ୍ୟବହାର କରିବା ଉଚିତ୍‌। କାରଣ ଏହା ଚାପମୁକ୍ତ କରିଥାଏ। ଇଣ୍ଡୋ ଇନୋଭେସନର ସିଇଓ ଆଶିଷ ଅଗ୍ରଓ୍ବାଲ୍‌ କହିଛନ୍ତି, ଏକ ଆରାମଦାୟକ ଚେୟାର ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

କେମିତି ବସିବେ ଚେୟାରରେ?
ଚେୟାରରେ ବସିବା ସମୟରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ। ସବୁବେଳେ ଦୁଇ ପାଦକୁ ଭୂମିରେ ରଖନ୍ତୁ। ପ୍ରାୟତଃ ଅଧିକାଂଶ ଲୋକ ଚେୟାରର ଉଚ୍ଚତା ବଢ଼ାଇ ଗୋଡ଼କୁ ଝୁଲାଇଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ପାଦକୁ ଝୁଲାଇବା ଦ୍ୱାରା ଏହା ଅଣ୍ଟା ହାଡ଼ ଉପରେ ଚାପ ପକାଇଥାଏ। ଫଳରେ ଆଣ୍ଠୁ ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଏପରି ବସିବା ଦ୍ୱାରା ଏହା ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ତେଣୁ ଏସବୁ ଦିଗପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଲଗାନ୍ତୁ ଏହି ଗଛ, ଚୁମ୍ବକ ଭଳି ଟାଣି ହୋଇ ଆସିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି।...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା...

ଏ ବର୍ଷର ବାର୍ତ୍ତା

ସମଗ୍ର ବିଶ୍ୱରେ ହୃଦ୍‌ଜନିତ ସମସ୍ୟା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ‘ବିଶ୍ୱ ହୃତ୍‌ପିଣ୍ଡ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି…

ଏବେ କେତେକଙ୍କଠାରେ ମେଦବହୁଳତା ଦେଖାଦେଉଛି। ଏଥିରୁ ରକ୍ଷା ପାଇବା ଲାଗି ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେବେ ପ୍ରତିଦିନ ସକାଳେ ଆଖୁରସ ପିଇବା...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି

ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍‌ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ,...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ...

Coronavirus Update

Archives

Model This Week

Why Dharitri