‘ଘରେ ମନାନ୍ତର ନ ଥିଲା’

ସିମୁଳିଆ, ୧୩।୧(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ୨୪ଘଣ୍ଟା ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୪) ରୁଜୁ କରିଛି। ପୋଲିସ ଶୁକ୍ରବାର ମଧ୍ୟାହ୍ନରେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିବା ସହିତ ବିଭିନ୍ନ ଅଧିକାରୀଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିଛି। ତଦନ୍ତ ବେଳେ ବିଡିଓଙ୍କ କାର୍ଯ୍ୟାଳୟରେ ସିସି କ୍ୟାମେରା ଅଚଳ ଥିବା ଜଣାଯାଇଛି। ବ୍ଲକ ଜିପିଇଓ ମୃତ୍ୟୁଞ୍ଜୟ ନାୟକଙ୍କୁ ଥାନାରେ ବସାଇ ପଚରାଉଚରା ଚାଲିଛି। ଅପରପକ୍ଷେ ସ୍ବର୍ଗତଃ ବିଡିଓଙ୍କ ପୁଅ ଉପମନ୍ୟୁ ମହାନ୍ତି ଓ ତାଙ୍କ ଭାଇ ସୁଧାରଞ୍ଜନ ମହାନ୍ତି ଘରେ କୌଣସି କଳହ କିମ୍ବା ମନାନ୍ତର ନ ଥିଲା ା ତେବେ ସେ ଘରକୁ ଯାଇ ନ ପାରିବା ସହିତ ଚାପରେ କାମ କରୁଥିବା କହିଥିଲେ। ବିଡିଓଙ୍କ ମୃତ୍ୟୁ ପରେ ଜିପିଇଓଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇଯିବା, ପୋଲିସ ଓ ବ୍ଲକ କର୍ମଚାରୀମାନେ ବିଡିଓଙ୍କ ସରକାରୀ କ୍ୱାର୍ଟର୍ସର ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ବେଳେ ଜିପିଇଓ ବାରଣ କରିବା ଓ ବିଡିଓଙ୍କ ଶବ ବ୍ୟବଚ୍ଛେଦ ପାଇଁ ଯିବା ପୂର୍ବରୁ ଜିପଇଓ ଅନ୍ତର୍ଧାନ ହୋଇଯିବା ଘଟଣା ଜିପିଇଓଙ୍କୁ ଅଡୁଆରେ ପକାଇଛି। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ତାଙ୍କ ଦେହ ଭଲ ନ ଲାଗିବାରୁ ସେ ଚାଲିଯାଇଥିବା କହିଥିଲେ। ଅପରପକ୍ଷେ ବିଡିଓ ଗତ ରାତିରେ ଆତ୍ମହତ୍ୟା ନ କରି ଅଫିସ ସମୟରେ ଆତ୍ମହତ୍ୟା କରିବା ଓ ଜିପିଇଓ ତଦନ୍ତରେ ସହଯୋଗ ନ କରିବା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ ସୂଚନା ଦେଇଛନ୍ତି।
ଏହାକୁ କେନ୍ଦ୍ର କରି ଶୁକ୍ରବାର ମଧ୍ୟାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡା ଖବରଦାତା ସମ୍ମିଳନୀରେ ବିଡିଓଙ୍କ ମୃତ୍ୟୁର ତଦନ୍ତ ଉଚ୍ଚସ୍ତରରେ କରା ନ ଗଲେ ସେ ଦଳୀୟ କର୍ମୀଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ଅପରପକ୍ଷେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଏହା ଆତ୍ମହତ୍ୟା ଓ ଏହାର ତଦନ୍ତ ଚାଲିଥିବା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି। ସୂଚନା ଯେ, ବିଡିଓ ମହାନ୍ତି ଗତ ୩ମାସ ପୂର୍ବେ ସିମୁଳିଆ ବିଡିଓ ରୂପେ ନିଯୁକ୍ତି ପାଇଥିଲେ। ତାଙ୍କ ନିଜଘର ସିମୁଳିଆ ବ୍ଲକର ଅଣ୍ଡରାଇ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପରିବାର ମୟୂରଭଞ୍ଜ ଜିଲା ବାରିପଦାରେ ସ୍ଥାୟୀ ରୂପେ ବସବାସ କରୁଛନ୍ତି। ଗୁରୁବାର ସେ ଅସୁସ୍ଥ ଥିବାରୁ ନିଜ ସରକାରୀ କ୍ୱାର୍ଟର୍ସକୁ ମଧ୍ୟାହ୍ନରେ ଚାଲିଯିବା ଓ ଅପରାହ୍ନରେ ଭିସି ମିଟିଂକୁ ନ ଆସିବା ଓ ଫ୍ୟାନ୍‌ରେ ଗାମୁଛା ଲଗାଇ ଝୁଲି ପଡ଼ିବା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ଏସ୍‌ଡିପିଓ ଶଶାଙ୍କ ଶେଖର ବେହେରା, ପିଡ଼ି ବିଶ୍ୱରଞ୍ଜନ ନାୟକ ପହଞ୍ଚତ୍ଥିଲେ। ତହସିଲର ଠିକା ଡ୍ରାଇଭର ମୁନା ସିଂଙ୍କ ଅଭିଯୋଗପତ୍ରରେ ଦସ୍ତଖତ ପରେ ରାତିରେ ବିଡିଓଙ୍କ ଶବ ଉଠିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?