ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ

କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ ସେ ଡାକ୍ତରଙ୍କ ନିକଟକୁ ଯାଇଥିବା ବେଳେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଯେ ଆଖିରେ ସମସ୍ୟା ରହିଛି। କିଛି ଦିନ ପରେ ଗୁରୁବାରୀକୁ ବାମ ଆଖିରେ ଦେଖିବା ଅସୁବିଧା ହେବା ପରେ ଚିକିତ୍ସା ଅବସ୍ଥାରେ ସେହି ଆଖିକୁ ଆଉ ସମ୍ପୂର୍ଣ୍ଣ ଦେଖାଗଲା ନାହିଁ। ଏହାକୁ ନେଇ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ମେଡିକାଲ କଲେଜ, ବିଶାଖାପାଟଣା,ରାୟପୁର ଏବଂ କଟକ ଏସସିବି ମେଡିକାଲ କଲେଜରେ ଚିକିତ୍ସା ହୋଇଥିଲେ। ସେଥିରେ ମଧ୍ୟ ଉପଶମ ଆସିନଥିବାରୁ ସେ ଚେରମୁଳି ଔଷଧ ମଧ୍ୟ ବ୍ୟବହାର କରିଛନ୍ତି। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଅବସ୍ଥାରେ ସୁଧାର ଆସୁନଥିବାରୁ କର୍ମକୁ ଆଦରି ପ୍ରତିଦିନ ଦୁଇଟି ଲେଖାଏ ପ୍ଲେନ୍‌ କ୍ଳିଲର ଖାଇ ଘରେ ପଡ଼ିଥିବା ବେଳେ ଗ୍ରାମବାସୀ ତାଙ୍କର ଅସହ୍ୟ ଅବସ୍ଥା ଦେଖିନପାରି ବୁଧବାର କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୁରୁବାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଡାକ୍ତର ଗଣେଶ ପ୍ରସାଦ ଦାସ ଏବଂ ହରିଶ୍ଚନ୍ଦ୍ର ପ୍ରଧାନ ଜୟପୁର ଜିଲା ଚିକିତ୍ସାଳୟକୁ ପଠାଇ ରକ୍ତ ଦେବାର ବ୍ୟବସ୍ଥା କରାଇଛନ୍ତି। ଏ ପଜିଟିଭ ରକ୍ତ ଆବଶ୍ୟକ ରହିଥିବା ବେଳେ ରକ୍ତ ଭଣ୍ଡାର ସହିତ ଯୋଗାଯୋଗ କରି ଗୁରୁବାରୀଙ୍କ ନିମନ୍ତେ ରକ୍ତ ଯୋଗାଡ଼ କରିଛନ୍ତି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ବର୍ଷ ଧରି ଅନ୍ଧ ହୋଇଥିବା ଏହି ଜନଜାତି ସମ୍ପ୍ରଦାୟର ଅନାଥ ଝିଅ ବାରମ୍ବାର କୋରାପୁଟ ଏବଂ ଜୟପୁର ଡାକ୍ତରଙ୍କ ନିକଟକୁ ବିକଳାଙ୍ଗ ପ୍ରମାଣପତ୍ର ନିମନ୍ତେ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ ପ୍ରମାଣପତ୍ର ଟିଏ ମିଳି ପାରୁନାହିଁ। ଡାକ୍ତର କହିବା ଅନୁଯାୟୀ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନ୍ୟ ଆଖିଟି ଅଳ୍ପ ଦେଖା ଯାଉଥିବା ବେଳେ ତାଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ମିଳିପାରିବ ନାହିଁ। ଦୁଇଟି ଆଖି ଖରାପ ହେଲେ ଯାଇ ବିକଳାଙ୍ଗ ବୋଲି ଯୋଗ୍ୟ ହେବେ। ଗତ ଦିନରେ କୁନ୍ଦୁରା ଏବଂ ଜୟପୁରଠାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଏଭଳି ଡାକ୍ତର କହିଥିବା ଗୁରୁବାରୀ କହିଛନ୍ତି। ଏହାର କିଛି ଦିନ ପରେ ଗୁରୁବାରୀଙ୍କ ଦେହରେ ଏତେ ଯନ୍ତ୍ରଣା ହେଲା ଯେ ସାହି ପଡୋଶୀ ଜାଣିପାରି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବୁଧବାର ଭର୍ତ୍ତି କରାଇଥିଲେ। ଏହା ଜାଣିବା ସଙ୍ଗେ ସଙ୍ଗେ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତୋଦୟ ଗୃହ ଯୋଜନାରେ ଗୁରୁବାରୀଙ୍କୁ ସାମିଲ କରି ଘରଟିଏ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେଇଛନ୍ତି। ସେହିଭଳି ଭାବେ ଗୁରୁବାରୀଙ୍କ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ ପଠାଇବାର ସମସ୍ତ ସୁବିଧା କରାଯିବ ବୋଲି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ ଏବଂ ଏମପି ପ୍ରତିନିଧି ତୁଷାର ଭଟ୍ଟ କହିଛନ୍ତି। ଗତ ଦିନରେ ପଞ୍ଚାୟତ ସମିତିରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି ଘଟଣାକୁ ନେଇ ସେ କିଭଳି ପେନସନ ଯୋଜନାରେ ସାମିଲ ହୋଇପାରିବ ତାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ ବରିଷ୍ଠ ଉପ ସଭାପତି ଚନ୍ଦ୍ର ସଗରିଆ, ବରିଷ୍ଠ ଖବରଦାତା ଅକ୍ଷୟ ପଟ୍ଟନାୟକ, ଧରିତ୍ରୀ ଖବରଦାତା ସନ୍ତୋଷ ପ୍ରହରାଜ କୁନ୍ଦୁରା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?