ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର ମଧ୍ୟବିତ୍ତ ପରିବାରର। ଘରର ଅବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ପରେ ପିଲାବେଳେ ସେ ସ୍କୁଲଠାରୁ ୮ କିଲୋମିଟର ଦୂରରେ ଥିବା ଚୂନ ପଥରରେ କାମ କରୁଥିଲେ। ନାନା ପାଟେକର ତାଙ୍କ ପିଲାଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପିଲାଦିନରେ ସେ ତାଙ୍କର ୭ ଭାଇଙ୍କ ମଧ୍ୟରୁ ୫ ଜଣଙ୍କୁ ହରାଇଥିଲେ। ସେ ଥିଏଟରରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ କିନ୍ତୁ ଏଠାରେ ସେ ଏକ ଶୋ ପାଇଁ ୫୦ ଟଙ୍କା ପାଉଥିଲେ। ଦିନେ ମଞ୍ଚରେ ଅଭିନୟ କରୁଥିବାବେଳେ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା ପାଟିଲ ସେଠାରେ ତାଙ୍କ ଶୋ ଦେଖିବାକୁ ଆସିଥିଲେ। ସ୍ମିତା ପାଟିଲ ନାନା ପାଟେକରଙ୍କ ଅଭିନୟରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ବଲିଉଡରେ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ନାନା ବଲିଉଡ ଫିଲ୍ମରେ ଏକାଠି କାମ କରିଥିଲେ। ନାନା ତାଙ୍କ ବନ୍ଧୁତା ପାଇଁ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ଥରେ ବନ୍ଧୁ ତଥା ନିର୍ଦ୍ଦେଶକ ଏନ ଚନ୍ଦ୍ରାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜ ଘର ବନ୍ଧା ପକାଇଥିଲେ। ପରେ ଅବସ୍ଥା ସୁଧୁରିବା ପରେ ଏନ ଚନ୍ଦ୍ରା ତାଙ୍କ ଟଙ୍କା ଫେରସ୍ତ କରିଥିଲେ। ଏହା ସହିତ ଏକ ସ୍କୁଟର ଉପହାର ସ୍ବରୂପ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ କରୁଛନ୍ତି କରୀନା

କଥାରେ ଅଛି ବସିବାଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍‌ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି।...

ବିବାହ ବାର୍ଷିକୀରେ ଅକ୍ଷୟଙ୍କ ଚାଟ୍‌ ଶେୟାର କଲେ ଟ୍ବିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ୍‌ ଖାନ୍ନା ସେମାନଙ୍କର ୨୧ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଟ୍ବିଙ୍କିଲ...

ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ

ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍‌ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ...

ଓଟିଟିରେ ଡେବ୍ୟୁ କଲେ କାଜୋଲ

ଆଜିକାଲି ବଡ ବଡ କଳାକାର ଓଟିଟିରେ ପାଦ ରଖୁଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ମଧ୍ୟ ଏଣ୍ଟ୍ରି ମାରିଛନ୍ତି। କାଜୋଲଙ୍କ ଅଭିନୀତ ସିରିଜ୍‌ ‘ଦି...

ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି...

ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍‌

ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍‌ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ...

ଦିଆ ମିର୍ଜାଙ୍କୁ କରୋନା ଟିକା ନେବା ପାଇଁ ମନାକଲେ ଡାକ୍ତର: ଜାଣନ୍ତୁ କାହିଁକି

ମୁମ୍ବାଇ: ଭାତରରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଇତିମଧ୍ୟରେ ଅନେକ ଲୋକ ନିଜର ଟିକାକରଣ କରାଇ...

ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ...

Advertisement
Archives

Model This Week