ନୂଆ ଆପ୍‌ ଜାରି କଲା ବିଡିଏ: ଜବରଦଖଲ ଥିଲେ ରିପୋର୍ଟ କରିବେ ଜନତା

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ଓ ଭୁବନେଶ୍ୱରର କୌଣସି ସରକାରୀକୁ ଜମିକୁ କେହି ଜବରଦଖଲ କରି ବେଆଇନ ନିର୍ମାଣ କରୁଥିଲେ ଲୋକେ ସିଧାସଳଖ ଉଚ୍ଛେଦ ଅଧିକାରୀଙ୍କୁ ଜଣାଇପାରିବେ। ଏଥିପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରବିବାର ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟିଲିଜେଣ୍ଟ ସିଷ୍ଟମ (ବ୍ଲୁଇସ୍‌) ନାମକ ଏକ ନୂଆ ଆପ୍‌ ଜାରି କରାଯାଇଛି। ଲୋକେ ଏହି ଆପ୍‌କୁ ଗୁଗଲ୍‌ ପ୍ଲେ ଷ୍ଟୋରରୁ କିମ୍ବା ଆପଲ୍‌ ଆଇ ଷ୍ଟୋରରୁ ଇନ୍‌ଷ୍ଟଲ କରି ଅଭିଯୋଗ କରିପାରିବେ। ସୂଚନା ମୂତାବକ, କୌଣସି ଜବରଦଖଲକୁ ଅଧିକାରୀଙ୍କୁ ରିପୋର୍ଟ କରିବାକୁ ହେଲେ ପ୍ରଥମେ ଆପ୍‌ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ଆପ୍‌କୁ ଖୋଲିବା ପରେ ରିପୋର୍ଟ ଆକ୍ଟିଭିଟି ଚୟନ କରି ଜବରଦଖଲରେ ଥିବା ସ୍ଥାନର ଫଟୋ କିମ୍ବା ଭିଡିଓ ସେଠାରେ ଅପ୍‌ଲୋଡ କରିପାରିବେ। ଏହାପରେ ସେଭ୍‌ କରିବା ପରେ ସବୁଜ ରଙ୍ଗର ବଟନ୍‌ ଉପରେ କ୍ଲିକ୍‌ କରିବାକୁ ପଡିବ। ରିପୋର୍ଟ ସକ୍‌ସେସ୍‌ଫୁଲ୍‌ ବୋଲି ଏକ ମେସେଜ୍‌ ଆସିବ ଓ ତାହା ଆପ୍‌ର ମୁଖ୍ୟ ସ୍କ୍ରିନ୍‌ରେ ଦେଖାଯିବ। ନିଜ ରିପୋର୍ଟ ବିଷୟରେ ଜାଣିବା ପାଇଁ ଆଲର୍ଟ ବଟନ୍‌ ଅନ୍‌ କରିବାକୁ ବିଡିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri