Posted inଖେଳ

ମୋହସିନ ନକଭିଙ୍କୁ BCCIର ଚେତାବନୀ: ୨ ଦିନ ଭିତରେ ଟ୍ରଫି ଫେରାଅ, ନଚେତ୍‌…

ନୂଆଦିଲ୍ଲୀ,୧।୧୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୋହସିନ ନକଭିଙ୍କୁ ଚେତାବନୀ ଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟିମ ଇଣ୍ଡିଆକୁ ଏସିଆ କପ ଟ୍ରଫି ହସ୍ତାନ୍ତର କରିବେ ନଚେତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିସିସିଆଇ ସଚିବ ଦେବଜିତ ସାଇକିଆ ଏସିଆ କପ ଟ୍ରଫି ଏହାର ପ୍ରକୃତ ମାଲିକ ଟିମ ଇଣ୍ଡିଆ ପାଖରେ ପହଞ୍ଚି ନ ଥିବାରୁ ନିରାଶା ପ୍ରକାଶ କରିଛନ୍ତି। ସାଇକିଆ ନିଶ୍ଚିତ କରିଛନ୍ତି, ଯଦି ନଭେମ୍ବର ୪ ତାରିଖ ପୂର୍ବରୁ ଟ୍ରଫି ଭାରତୀୟ ଦଳ ପାଖରେ ନ ପହଞ୍ଚିଥାଏ, ତେବେ ସେ ନଭେମ୍ବର ୪ ତାରିଖରେ ICC ବୈଠକରେ ଏହି ପ୍ରସଙ୍ଗ ଉଠାଇବେ।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ଏକ ମାସ ପରେ ମଧ୍ୟ ଟ୍ରଫି ଆମକୁ ହସ୍ତାନ୍ତର କରାଯାଇ ନ ଥିବାରୁ ଆମେ ନିରାଶ। ଭାରତୀୟ ବୋର୍ଡ ଯଥାର୍ଥ ପ୍ରକ୍ରିୟା ଅନୁସରଣ କରି ଏସୀୟ କ୍ରିକେଟ ପରିଷଦକୁ ଟିମ ଇଣ୍ଡିଆକୁ ଟ୍ରଫି ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲା, କିନ୍ତୁ ମୋହସିନ ନକଭି ନିଜ ଜିଦରେ ଅଟଳ ରହି ଟ୍ରଫି ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। BCCIର ଦାବି ପରେ ନକଭି କହିଛନ୍ତି, ଯଦି ଭାରତୀୟ ଦଳ ଟ୍ରଫି ଗ୍ରହଣ କରିବାକୁ ଚାହେଁ, ତେବେ ସେମାନଙ୍କୁ ACC କାର୍ଯ୍ୟାଳୟକୁ ଆସି ଏହାକୁ ଗ୍ରହଣ କରିବାକୁ ପଡିବ।
ଦେବଜିତ ସାଇକିଆ କହିଛନ୍ତି, ଆମେ ପ୍ରାୟ ୧୦ ଦିନ ପୂର୍ବରୁ ଏସିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲୁ, କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରଫି ଏବେ ବି ତାଙ୍କ ପାଖରେ ଅଛି, କିନ୍ତୁ ଆମେ ଆଶା କରୁଛୁ ଯେ ଏହା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଆମକୁ ପ୍ରଦାନ କରାଯିବ।
ଭାରତ ୨୦୨୫ ଏସିଆ କପରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍‌ ଜିତିଥିଲା। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଟ୍ରଫି ପାଇନାହାଁନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

‘ଘର ଖାଲି ଖାଲି ଲାଗୁଛି,’ଦୀପାବଳି ପୂର୍ବରୁ ନିଜ ମନ ତଳର କଷ୍ଟ ବଖାଣିଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା, କହିଲେ…

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୩୯ ବର୍ଷର…

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର/ପୁରୀ,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ସୁପରଷ୍ଟାର: ସେହ୍ବାଗ-ଦ୍ରାବିଡଙ୍କ ପୁଅ ଉପସ୍ଥିତି ସତ୍ତ୍ୱେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଦୀପକ

ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍‌ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?