ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପରବର୍ତ୍ତୀ ସିଜନରେ ମ୍ୟାଚ୍‌ ସଂଖ୍ୟା ବୃଦ୍ଧି କରିବାର ବିକଳ୍ପ ରଖିଥିବା ବିସିସିଆଇ ବୁଧବାର ଠାରୁ ଟେଣ୍ଡର ପାଇଁ ଆମନ୍ତ୍ରଣ (ଆଇଟିଟି) ଡକ୍ୟୁମେଣ୍ଟ ବିକ୍ରି ଆରମ୍ଭ କରି ଦେଇଛି। ବର୍ତ୍ତମାନ ଆଇପିଏଲ ମ୍ୟାଚ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ସହ ହୋଇଥିବା ଚୁକ୍ତି ଚଳିତ ସିଜନ ପରେ ଶେଷ ହେବ।

ଆଇଟିଟିରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଆଇପିଏଲର ପ୍ରସାରଣକୁ ୪ଟି ବଣ୍ଡଲ ଭାଗ ଭାଗ କରିଛି। ବଣ୍ଡଲ ଏ’ରେ ସବ୍‌ କଣ୍ଟିନେଣ୍ଟ ଟେଲିଭିଜନ ରାଇଟ୍ସ ପାଇଁ ପ୍ରତ୍ୟେକ ମ୍ୟାଚ୍‌ ପିଛା ୪୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ବିସିସିଆଇ ୫ ବର୍ଷରେ ଅଧିକ ୧୮,୧୩୦ କୋଟି ଟଙ୍କା ଆୟ କରିବ। ବଣ୍ଡଲ ବି’ରେ ଡିଜିଟାଲ ରାଇଟ୍‌କୁ ରଖାଯାଇଛି। ଏଥିରେ ମ୍ୟାଚ୍‌ ପିଛା ୩୩ କୋଟି ଟଙ୍କାର ବେସ ପ୍ରାଇସ୍‌ ରହିଛି। ଏଥିରୁ ବିସିସିଆଇ ୧୨,୨୧୦ କୋଟି ଆୟ କରିବ।

ସବୁଠୁ ସ୍ବତନ୍ତ୍ର କୁହାଯାଉଥିବା ବଣ୍ଡଲ ସି’ରେ ପ୍ରତ୍ୟେକ ମ୍ୟାଚ୍‌ ଲାଗି ୧୬ କୋଟି ବେସ୍‌ ପ୍ରାଇସ୍‌ ରହିଛି। ଏହି ହିସାବରେ ୫ ବର୍ଷକୁ ୧୪୪୦ କୋଟି ଆୟ ହେବ। ତେବେ ଏହି ବଣ୍ଡଲ କେବଳ ଓଟିଟି ପ୍ଲାଟଫର୍ମ ପାଇଁ। କେବଳ ଗୋଟିଏ ଓଟିଟି ପ୍ଲାଟଫର୍ମ ଏହାକୁ କିଣିପାରିବ। ଅନ୍ତିମ ତଥା ବଣ୍ଡଲ ଡି’ ହେଉଛି ଭାରତ ଛଡ଼ା ଅନ୍ୟ ଦେଶରେ ଉଭୟ ଡିଜିଟାଲ ଏବଂ ଟେଲିଭିଜନ ପ୍ରସାରଣ କରିବାର ଅଧିକାର। ଏଥି ଲାଗି ମ୍ୟାଚ୍‌ ିଛା ୩ କୋଟି ଧାର୍ଯ୍ୟ କରାଯାଇଛି। ଏଥିରୁ ୧୧୧୦ କୋଟି ଆୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ପରାଜୟ ପରେ ବିରାଟ କୋହଲି କହିଲେ…

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ର ୩୧ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏକପାଖିଆ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯...

ବିଦାୟ ନେଲା ଦକ୍ଷିଣ ଆଫ୍ରିକା

ରାଉରକେଲା ଅଫିସ,୨୦।୧: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।...

ପୂରା ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ ନାହିଁ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୨୮।୧: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣର ଶେଷ ଆଡ଼କୁ ଇଂଲଣ୍ଡ ଟେଷ୍ଟ ଖେଳାଳିଙ୍କୁ ସ୍ବଦେଶ ଫେରିବାକୁ ପଡ଼ିପାରେ। କାରଣ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌...

ହକି ବିଶ୍ୱକପ୍‌ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା...

ଆଜି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୯।୬: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମୁକାବିଲାରୁ ଭାରତୀୟ ଟିମ୍‌ରେ ପରିବର୍ତ୍ତନ କରାଯାଇଛି। ଅଧିନାୟକ...

ଇତିହାସ ରଚିଲେ ଝୁଲନ୍‌

ସିଡନୀ,୨୬।୯: ଭାରତର ଅଭିଜ୍ଞ ବୋଲର ଝୁଲନ ଗୋସ୍ବାମୀ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଦିନିକିଆର ଶେଷ ଓଭରରେ ୨ଟି...

ଫେକ୍‌ ପାସପୋର୍ଟ ପାଇଁ କିମ୍ବଦନ୍ତୀ ଫୁଟବଲର ଗିରଫ

ନୂଆଦିଲ୍ଲୀ, ୫ା୩- ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡିନୋ ପାରାଗୁଏରେ ଗିରଫ ହୋଇଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶରେ ପ୍ରବେଶ କରିବା ଲାଗି ସେ ଫେକ ଡକ୍ୟୁମେଣ୍ଟ...

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା...

Advertisement
Archives

Model This Week