Posted inଖେଳ

ସୁରକ୍ଷା ଚିନ୍ତାରେ ବିସିସିଆଇ: ବାଂଲାଦେଶ ଟୁର୍‌ ହୋଇପାରେ ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ଭାରତୀୟ କ୍ରିକେଟ ଦଳର ଆସନ୍ତା ବାଂଲାଦେଶ ଟୁର୍‌ ସ୍ଥଗିତ ରଖାଯାଇ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହି ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି। ଶେଖ୍‌ ହସିନାଙ୍କ ସରକାର ବିତାଡ଼ିତ ହେବାପରେ ଦେଶରେ ଅସ୍ଥିରତା ଓ ଅରାଜକତା ଦେଖାଦେଇଛି।

ଭାରତ ଅଗଷ୍ଟ ୧୭ରୁ ୩୧ ପର୍ଯ୍ୟନ୍ତ ଚିଟ୍ଟାଗଙ୍ଗ ଓ ଢାକାଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ସିରିଜ ବାତିଲ ହୋଇ ନାହିଁ। ସମ୍ଭବତଃ ୨୦୨୬ରେ କେବେ ହୋଇପାରେ। କାରଣ ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଚାମ୍ପିୟନଶିପ୍‌ ପଏଣ୍ଟର ଆବଶ୍ୟକତା ରହିଛି।

ଖବର ଅନୁସାରେ ବାଂଲାଦେଶରେ ସାଧାରଣ ନିର୍ବାଚନ ପରେ ଏକ ସ୍ଥିର ସରକାର କ୍ଷମତାସୀନ ହେବାପରେ ଏହି ଟୁର୍‌ ଅନୁଷ୍ଠିତ ହେଉ ବୋଲି ବିସିସିଆଇ ଚାହୁଛି। ଆସନ୍ତାବର୍ଷ ପୂର୍ବରୁ ବାଂଲାଦେଶରେ ନିର୍ବାଚନ ହେବାର ସମ୍ଭାବନା ନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହେବାରୁ ହସିନା କ୍ଷମତାରୁ ବିତାଡ଼ିତ ହୋଇଥିଲେ। ଆଓ୍ବାମି ଲିଗ୍‌ ସରକାର ବରଖାସ୍ତ ହେବାପରେ ହସିନା ଭାରତ ପଳାୟନ କରିଥିଲେ। ବାଂଲାଦେଶରେ ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ କାମଚଳା ସରକାର ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୯।୭: ଏଣିକି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ମିଳିବ ସୁରକ୍ଷା। ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଶନିବାର...

୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବାଳସୁଧାର ଗୃହ ଗଲେ ନାବାଳକ…

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣାରେ ସମ୍ପୃକ୍ତ...

ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭: ଏମ୍ସରେ ଚିକିତ୍ସାଧିନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ ହେବ ବୋଲି କହିଲେ...

ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ କିରେନ ରିଜିଜୁ

ନୂଆଦିଲ୍ଲୀ,୧୯।୭: ଏକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ସଂଖ୍ୟାଲଘୁମାନେ ଏହି ଦେଶରେ ସବୁଠାରୁ...

ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ...

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ଭବାନୀ

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଭାଜପା ଯୁବନେତା ଭବାନୀ ଶଙ୍କର ପଣ୍ଡାଙ୍କୁ ଦିଗପହଣ୍ଡି ଏନଏସି ପାଇଁ ବ୍ରହ୍ମପୁର ଏମପିଙ୍କ ପ୍ରତିନିଧି ଭାବେ...

୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ନୁହେଁ, ଭୁତାଣୁ ଜନିତ ଜ୍ୱର

ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ...

କନ୍ଧମାଳରେ ଲଜ୍ଜା: ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ…

ତୁମୁଡିବନ୍ଧ/ବାଲିଗୁଡ଼ା,୧୯।୭(ଦୀପକ କୁମାର ପରାସେଠ/ସଞ୍ଜୟ କୁମାର ପାଣିଗ୍ରାହୀ): ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ ସନ୍ଦେହକୁ ଆସି ଡାକ୍ତରୀ ମାଇନା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri