ବିସିସି ବ୍ୟାଙ୍କ ସଭାପତି ପଦକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୧୫ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କର ନୂଆ ସଭାପତି କିଏ ହେବେ ସେନେଇ ସମ୍ପ୍ରତି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଗଞ୍ଜାମ ଓ ଗଜପତି ଜିଲାର ଏହି ବୃହତ୍ତମ ସମବାୟ ଅନୁଷ୍ଠାନ ସଭାପତି ନିର୍ବାଚନ ପାଇଁ ଆସନ୍ତା ବୁଧବାର ନାମାଙ୍କନ ଦାଖଲ ହେବ ଏବଂ ଆବଶ୍ୟକ ସ୍ଥଳେ ଶୁକ୍ରବାର ପୂର୍ବାହ୍ନରେ ଭୋଟ ଗ୍ରହଣ କରାଯିବ। ବ୍ୟାଙ୍କର ଦୁଇ ଜିଲାରୁ ୧୫ ଜୋନ ଲାଗି ଇତିମଧ୍ୟରେ ନିର୍ଦ୍ଦେଶକ ନିର୍ବାଚନ ସରିଛି ଓ ଫଳାଫଳ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଘୋଷିତ ହୋଇଛି। ଗଜପତି ଜିଲାର ୩ ଜୋନ୍‌ ମଧ୍ୟରୁ ଦୁଇଟିରେ ଭାଜପା ସମର୍ଥିତ ଏବଂ ଗୋଟିଏ ଜୋନରେ ଶାସକ ବିଜେଡି ସମର୍ଥିତ ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି।
ସେହିପରି ଗଞ୍ଜାମର ୧୨ ଜୋନ୍‌ରୁ ୨, ୭, ୮, ୯ ଓ ୧୨ ନଂ ଜୋନ୍‌ରୁ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ଜୋନ୍‌ରୁ ୧, ୩, ୬, ୧୧ ରୁ ନିର୍ବାଚିତ ନିର୍ଦ୍ଦେଶକ ଶାସକ ଦଳର ବିଦ୍ରୋହୀ। ୫ନଂ ଜୋନ୍‌ର ନିର୍ଦ୍ଦେଶକ ସିପିଆଇ ସମର୍ଥକ ହୋଇଥିବା ବେଳେ ୧୦ନଂ ଜୋନ୍‌ରୁ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ୪ନଂ ଜୋନ୍‌ରୁ ବିଜେଡି ମନୋନୀତ ପ୍ରାର୍ଥୀ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ଶାସକଦଳର ପ୍ରାର୍ଥୀ ଚୟନରେ ବିଭ୍ରାଟ ଯୋଗୁ ବିଦ୍ରୋହ ସୃଷ୍ଟି ହୋଇଥିଲା। ରଙ୍ଗେଇଲୁଣ୍ଡା ବ୍ଲକର ଦୁଇ ଜଣଙ୍କୁ ଖଲ୍ଲିକୋଟ ଓ ଛତ୍ରପୁର ଜୋନ୍‌ରୁ ପ୍ରାର୍ଥୀ କରାଯାଇଥିବାରୁ ଦୁଇଜଣ ଯାକ ପରାସ୍ତ ହୋଇଥିଲେ। ବ୍ରହ୍ମପୁର ଜୋନ୍‌ରେ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ମହିଳାଙ୍କୁ ଶାସକ ଦଳ ପ୍ରାର୍ଥୀ କରିବାରୁ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ପ୍ରଥମକରି ବିଜେଡିର ବିଦ୍ରୋହୀ ପ୍ରାର୍ଥୀମାନେ ଅଧିକ ସଂଖ୍ୟକ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ଅନେକ ଆଶାୟୀ ଅଛନ୍ତି। କାହାକୁ କରାଯିବ ଦଳର ଉପର ମହଲ ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ନାମାଙ୍କନ ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସୂଚାଇଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସଭାପତି ନିମନ୍ତେ ସମବାୟରେ ବିଶେଷ ଅଭିଜ୍ଞତା ଥିବା ନିର୍ଦ୍ଦେଶକଙ୍କୁ ବିଜେଡି ମନୋନୀତ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri