Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରି ବିବାଦ: ଡିୟୁରେ ୧୪୪ ଧାରା: ୨୪ ଅଟକ

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ରେ ପ୍ରଦର୍ଶନ ଲାଗି ଯୋଜନା ହୋଇଥିବାବେଳେ ଏହା ପୂର୍ବରୁ ଶୁକ୍ରବାର କଳା ବିଭାଗରେ ୧୪୪ ଧାରା ଲାଗୁ କରାଯାଇଛି। ଅଧିକ ସଂଖ୍ୟାରେ ପିଲା ଏକାଠି ହେବା ଉପରେ ନିଷେଧାଦେଶ ଲଗାଯାଇଛି। ଏନ୍‌ଏସ୍‌ୟୁଆଇ-କେଏସ୍‌ୟୁ ପକ୍ଷରୁ ଡକ୍ୟୁମେଣ୍ଟାରି ପ୍ରଦର୍ଶନର ବ୍ୟବସ୍ଥା ହୋଇଥିଲା। ଉକ୍ତ ଡକ୍ୟୁମେଣ୍ଟାରିକୁ ସରକାର ବେଆଇନ ଘୋଷଣା କରିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଦର୍ଶନ ପାଇଁ ଅନୁମତି ଦେବେ ନାହିଁ ଏବଂ ଏନେଇ ପୋଲିସକୁ ଜଣାଇ ଦିଆଯାଇଛି ବୋଲି ଡିୟୁ ପ୍ରୋକ୍ଟର ରଜନୀ ଆବ୍ବି କହିଥିଲେ। ସେ କହିଛନ୍ତି, ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯାଇ ନାହିଁ। ତେବେ ଏନ୍‌ଏସ୍‌ୟୁଆଇ ଆର୍ଟ ଫାକଲ୍ଟିରେ ପ୍ରଦର୍ଶନ ଲାଗି ଯୋଜନା କରିଥିବାରୁ ସୂଚନା ମିଳିଥିବା ସେ କହିଛନ୍ତି।
ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଶୁକ୍ରବାର ଅପରାହ୍ନ ୪ଟାରେ ଆର୍ଟ ଫାକଲ୍ଟି ଗେଟ୍‌ ବାହାରେ କେତେଜଣ ପହଞ୍ଚତ୍ଥିଲେ। ଏହି ଘଟଣା ଉକ୍ତ ଅଞ୍ଚଳରେ ଶାନ୍ତି ବ୍ୟାହତ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ସେଠାରୁ ପଳାଇଯିବାକୁ କୁହାଯାଇଥିଲା। ସେମାନେ ନ ଯିବାରୁ ଶାନ୍ତିପୂର୍ଣ୍ଣ ଭାବେ ଅଟକ ରଖାଯାଇଥିବା ଉତ୍ତର ଦିଲ୍ଲୀ ଡିସିପି କହିଛନ୍ତି। କ୍ୟାମ୍ପସ୍‌ରୁ ମୋଟ ୨୪ ଜଣଙ୍କୁ ଅଟକ ରଖାଯାଇଛି। ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶନକୁ ନେଇ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ସମେତ ବିଭିନ୍ନ ୟୁନିଭର୍ସିଟିରେ ଅଶାନ୍ତି ଦେଖାଦେଇଛି। ଡକ୍ୟୁମେଣ୍ଟାରି ପ୍ରଦର୍ଶନ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ ମଙ୍ଗଳବାର କ୍ୟାମ୍ପସ୍‌କୁ ବିଜୁଳି ଯୋଗାଣ ବନ୍ଦ କରିଦେବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଟେକାମାଡ଼ ହୋଇଥିଲା। ଗୁରୁବାର କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ବିବାଦୀୟ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri