Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରି ବିବାଦ: ଡିୟୁରେ ୧୪୪ ଧାରା: ୨୪ ଅଟକ

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ରେ ପ୍ରଦର୍ଶନ ଲାଗି ଯୋଜନା ହୋଇଥିବାବେଳେ ଏହା ପୂର୍ବରୁ ଶୁକ୍ରବାର କଳା ବିଭାଗରେ ୧୪୪ ଧାରା ଲାଗୁ କରାଯାଇଛି। ଅଧିକ ସଂଖ୍ୟାରେ ପିଲା ଏକାଠି ହେବା ଉପରେ ନିଷେଧାଦେଶ ଲଗାଯାଇଛି। ଏନ୍‌ଏସ୍‌ୟୁଆଇ-କେଏସ୍‌ୟୁ ପକ୍ଷରୁ ଡକ୍ୟୁମେଣ୍ଟାରି ପ୍ରଦର୍ଶନର ବ୍ୟବସ୍ଥା ହୋଇଥିଲା। ଉକ୍ତ ଡକ୍ୟୁମେଣ୍ଟାରିକୁ ସରକାର ବେଆଇନ ଘୋଷଣା କରିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଦର୍ଶନ ପାଇଁ ଅନୁମତି ଦେବେ ନାହିଁ ଏବଂ ଏନେଇ ପୋଲିସକୁ ଜଣାଇ ଦିଆଯାଇଛି ବୋଲି ଡିୟୁ ପ୍ରୋକ୍ଟର ରଜନୀ ଆବ୍ବି କହିଥିଲେ। ସେ କହିଛନ୍ତି, ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯାଇ ନାହିଁ। ତେବେ ଏନ୍‌ଏସ୍‌ୟୁଆଇ ଆର୍ଟ ଫାକଲ୍ଟିରେ ପ୍ରଦର୍ଶନ ଲାଗି ଯୋଜନା କରିଥିବାରୁ ସୂଚନା ମିଳିଥିବା ସେ କହିଛନ୍ତି।
ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଶୁକ୍ରବାର ଅପରାହ୍ନ ୪ଟାରେ ଆର୍ଟ ଫାକଲ୍ଟି ଗେଟ୍‌ ବାହାରେ କେତେଜଣ ପହଞ୍ଚତ୍ଥିଲେ। ଏହି ଘଟଣା ଉକ୍ତ ଅଞ୍ଚଳରେ ଶାନ୍ତି ବ୍ୟାହତ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ସେଠାରୁ ପଳାଇଯିବାକୁ କୁହାଯାଇଥିଲା। ସେମାନେ ନ ଯିବାରୁ ଶାନ୍ତିପୂର୍ଣ୍ଣ ଭାବେ ଅଟକ ରଖାଯାଇଥିବା ଉତ୍ତର ଦିଲ୍ଲୀ ଡିସିପି କହିଛନ୍ତି। କ୍ୟାମ୍ପସ୍‌ରୁ ମୋଟ ୨୪ ଜଣଙ୍କୁ ଅଟକ ରଖାଯାଇଛି। ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶନକୁ ନେଇ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ସମେତ ବିଭିନ୍ନ ୟୁନିଭର୍ସିଟିରେ ଅଶାନ୍ତି ଦେଖାଦେଇଛି। ଡକ୍ୟୁମେଣ୍ଟାରି ପ୍ରଦର୍ଶନ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ ମଙ୍ଗଳବାର କ୍ୟାମ୍ପସ୍‌କୁ ବିଜୁଳି ଯୋଗାଣ ବନ୍ଦ କରିଦେବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଟେକାମାଡ଼ ହୋଇଥିଲା। ଗୁରୁବାର କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ବିବାଦୀୟ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri