Posted inଜାତୀୟ

ତାରିଖ ଘୋଷଣା କଲା ବ୍ୟାଟେଲଗ୍ରାଉଣ୍ଡ୍‌

ନୂଆଦିଲ୍ଲୀ,୧୪।୫ : ପବ୍‌ଜୀ ଗେମ୍‌ର ନୂଆ ଅବତାର ‘ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ’ର ପ୍ରି-ରେଜିଷ୍ଟ୍ରେଶନ ତାରିଖ ଘୋଷଣା କରିଛି ଭିଡିଓ ଗେମ୍‌ ଡେଭଲପର କ୍ରାଫ୍ଟନ। ଆସନ୍ତା ୧୮ ତାରିଖରୁ ଗେମ୍‌ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେଶନ। ଏହି ଗେମ୍‌ ଉଭୟ ଆନରଏଡ ଓ ଆଇଓଏସ୍‌ ଡିଭାଇସ ପାଇଁ ଉପଲବ୍ଧ ହେବ। କିନ୍ତୁ ଡେଭଲପରଙ୍କ ପକ୍ଷରୁ କେବଳ ଆନରଏଡ୍‌ ପାଇଁ ଘୋଷଣା କରାଯାଇଛି ପ୍ରି-ରେଜିଷ୍ଟ୍ରେଶନ ଡେଟ୍‌। ଏହାର ଅର୍ଥ ଆପଲ ୟୁଜରଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

ଗେମ୍‌ ପାଇଁ ଆଗୁଆ ରେଜିଷ୍ଟର କଲେ ୟୁଜରଙ୍କୁ ପୁରସ୍କୃତ କରାଯିବ ବୋଲି କ୍ରାଫ୍ଟନ ପକ୍ଷରୁ ଘୋଷଣା କରାଯାଇଛି। ଗେମ୍‌ ଲଞ୍ଚ ହେବା ପରେ ପୁରସ୍କାରଗୁଡ଼ିକ ଉପଲବ୍ଧ ହେବ।

କେଉଁ ଭଳି ଆଗୁଆ ରେଜିଷ୍ଟର କରିବେ ?

ୟୁଜରଙ୍କୁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯିବାକୁ ପଡ଼ିବ। ଗେମ୍‌ ସର୍ଚ୍ଚ କରିବା ପରେ ‘ପ୍ରି-ରେଜିଷ୍ଟର’ ବଟନ ଉପରେ କ୍ଲିକ କରି ରେଜିଷ୍ଟ୍ରେଶନ କରିପାରିବେ। ଏହି ପ୍ରକ୍ରିୟା ୧୮ ତାରିଖରୁ ଆରମ୍ଭ ହେବ। ଏହି ଗେମ୍‌ ଡାଉନଲୋଡ ପାଇଁ ଉପଲବ୍ଧ ହେଲା ପରେ ରେଜିଷ୍ଟ୍ରେଶନ କରିଥିବା ୟୁଜରଙ୍କୁ ନୋଟିଫିକେଶନ ଜରିଆରେ ଜଣାଇଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି...

ହାଥରସ ଗଣବଳାତ୍କାର ମାମଲା: ଜନ୍ତରମନ୍ତରଠାରେ ଶତାଧିକ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ସାମିଲ ହେଲେ ବହୁ ରାଜନେତା

ନୂଆଦିଲ୍ଲୀ,୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରଠାରେ ଶତାଧିକ ଲୋକ ଏକାଠି...

ଅବ୍ୟବସ୍ଥା ଭାରତର କାଳ

ନୂଆଦିଲ୍ଲୀ,୧୩ା୫: ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାରୁ ସୃଷ୍ଟ ଅବ୍ୟବସ୍ଥା। ଦେଶର ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ନେଇ କୋଟି କୋଟି ଭାରତୀୟଙ୍କୁ ଛଟପଟ...

ମାର୍ଚ୍ଚ ୩୧ ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା

ନୂଆଦିଲ୍ଲୀ, ୨୭।୧୨ -ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌), ଆର୍‌ସି, ପର୍‌ମିଟ, ଫିଟ୍‌ନେସ୍‌ ସାର୍ଟିଫିକେଟ ଆଦି ଗାଡ଼ି କାଗଜପତ୍ରର ବୈଧତାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନଙ୍କର...

ମସ୍‌ଜିଦରେ ଶେଷନାଗ ଫଣା, ତ୍ରିଶୂଳ

ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍‌ଜିଦ ବିବାଦ ଜୋର୍‌ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ...

ଛାତ୍ରୀଙ୍କୁ ଘେରିଗଲେ ସାଫ୍ରନ ସ୍କାର୍ଫ ଗ୍ରୁପ୍‌

ମାଣ୍ଡ୍ୟା(କର୍ନାଟକ),୮।୨: କର୍ନାଟକର ବିଭିନ୍ନ କଲେଜ କ୍ୟାମ୍ପସରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି ହିଜାବ ଏବଂ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରୀଛାତ୍ର ଗ୍ରୁପ୍‌। ମାଣ୍ଡ୍ୟାର ଏକ କଲେଜରେ ସାଫ୍ରନ...

ବିନା ବାଣରେ ଗୁରୁଗ୍ରାମରେ ପାଳନ ହେବ ଦୀପାବଳି

ଗୁରୁଗ୍ରାମ,୬।୧୧: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ବିନା ବାଣରେ ପାଳନ ହେବ ଦୀପାବଳି। କରୋନା ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କିଛି ଏଭଳି ନିଷ୍ପତ୍ତି ନେଇଛି...

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ...

Advertisement
Archives

Model This Week