Posted inଜାତୀୟ

ତାରିଖ ଘୋଷଣା କଲା ବ୍ୟାଟେଲଗ୍ରାଉଣ୍ଡ୍‌

ନୂଆଦିଲ୍ଲୀ,୧୪।୫ : ପବ୍‌ଜୀ ଗେମ୍‌ର ନୂଆ ଅବତାର ‘ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ’ର ପ୍ରି-ରେଜିଷ୍ଟ୍ରେଶନ ତାରିଖ ଘୋଷଣା କରିଛି ଭିଡିଓ ଗେମ୍‌ ଡେଭଲପର କ୍ରାଫ୍ଟନ। ଆସନ୍ତା ୧୮ ତାରିଖରୁ ଗେମ୍‌ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେଶନ। ଏହି ଗେମ୍‌ ଉଭୟ ଆନରଏଡ ଓ ଆଇଓଏସ୍‌ ଡିଭାଇସ ପାଇଁ ଉପଲବ୍ଧ ହେବ। କିନ୍ତୁ ଡେଭଲପରଙ୍କ ପକ୍ଷରୁ କେବଳ ଆନରଏଡ୍‌ ପାଇଁ ଘୋଷଣା କରାଯାଇଛି ପ୍ରି-ରେଜିଷ୍ଟ୍ରେଶନ ଡେଟ୍‌। ଏହାର ଅର୍ଥ ଆପଲ ୟୁଜରଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

ଗେମ୍‌ ପାଇଁ ଆଗୁଆ ରେଜିଷ୍ଟର କଲେ ୟୁଜରଙ୍କୁ ପୁରସ୍କୃତ କରାଯିବ ବୋଲି କ୍ରାଫ୍ଟନ ପକ୍ଷରୁ ଘୋଷଣା କରାଯାଇଛି। ଗେମ୍‌ ଲଞ୍ଚ ହେବା ପରେ ପୁରସ୍କାରଗୁଡ଼ିକ ଉପଲବ୍ଧ ହେବ।

କେଉଁ ଭଳି ଆଗୁଆ ରେଜିଷ୍ଟର କରିବେ ?

ୟୁଜରଙ୍କୁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯିବାକୁ ପଡ଼ିବ। ଗେମ୍‌ ସର୍ଚ୍ଚ କରିବା ପରେ ‘ପ୍ରି-ରେଜିଷ୍ଟର’ ବଟନ ଉପରେ କ୍ଲିକ କରି ରେଜିଷ୍ଟ୍ରେଶନ କରିପାରିବେ। ଏହି ପ୍ରକ୍ରିୟା ୧୮ ତାରିଖରୁ ଆରମ୍ଭ ହେବ। ଏହି ଗେମ୍‌ ଡାଉନଲୋଡ ପାଇଁ ଉପଲବ୍ଧ ହେଲା ପରେ ରେଜିଷ୍ଟ୍ରେଶନ କରିଥିବା ୟୁଜରଙ୍କୁ ନୋଟିଫିକେଶନ ଜରିଆରେ ଜଣାଇଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri