ରାଜଧାନୀରେ ବ୍ୟାଟେରି ଚୋରି ଗ୍ୟାଙ୍ଗ୍‌ର ଆଡ୍ଡା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାସ୍ତା ପାର୍ଶ୍ୱ, ଘର ଆଗରେ ରହୁଥିବା ବଡ଼ ଓ ଦାମୀ ଗାଡ଼ିରୁ ବ୍ୟାଟେରି ଚୋରି କରୁଥିଲେ। ବିଭିନ୍ନ ଜିଲାରୁ ଏସବୁ ଚୋରି ବ୍ୟାଟେରିକୁ ଭୁବନେଶ୍ୱର ଆଣି ଏକାଠି କରିବା ପରେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ। ରାଜ୍ୟରେ ସକ୍ରିୟ ରହିଥିବା ଏପରି ଏକ ଆନ୍ତଃରାଜ୍ୟ ବ୍ୟାଟେରି ଚୋରି ର଼୍ୟାକେଟକୁ କମିଶନରେଟ ପୋଲିସ ଠାବ କରିଛି। ଚୋରି ବ୍ୟାଟେରିକୁ ଚାଲାଣ ପାଇଁ ଗାଡ଼ିରେ ଲଦାଯାଉଥିବା ବେଳେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ କୋଲକାତା ଜିଲା ମଲ୍ଲିକ ବଜାର ଥାନାଞ୍ଚଳର ମହମ୍ମଦ ଏସ୍ତ୍ୟାକ୍‌ (୩୫), ଦକ୍ଷିଣ ଚବିଶ ପ୍ରଗଣା ଜିଲା ଡାଇମଣ୍ଡ ହାଓଡା ଥାନା ଅଞ୍ଚଳର ମୁସାରୁଦ୍ଦିନ୍‌ ମୁଲ୍ଲା(୨୪), ଆକ୍ରମ ସେଖ୍‌(୨୪), ସେଖ୍‌ ସବିର୍‌(୩୨), ପଶ୍ଚିମ ମେଦିନପୁର ଜିଲା ବେଲ୍‌ଦା ଥାନାଞ୍ଚଳର ସୁର୍‌ଜିତ ସିଂ ସଇନି(୫୫) ଓ ଗଞ୍ଜାମ ଜିଲା ସଦର ଥାନା ଆସ୍କା ରୋଡ୍‌ର ସେଖ୍‌ ଜାଫର(୨୫)। ଘଟଣାସ୍ଥଳରୁ ଦୁଇଟି ଟ୍ରକ୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ସେଥିରେ ଲୋଡ୍‌ ଥିବା ୧୫ଶହରୁ ଊର୍ଦ୍ଧ୍ୱ ବ୍ୟାଟେରି ଜବତ ହୋଇଛି। ଏସବୁ ବ୍ୟାଟେରିର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏନେଇ ପୋଲିସ ଏକ ମାମଲା (ନଂ.୨୩୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।
ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ, ପୁରୀ, ନୟାଗଡ଼ ସମେତ ରାଜ୍ୟର କେତେକ ଜିଲାରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ରହିଛି। ଜାତୀୟ ରାଜପଥ, ମୁଖ୍ୟ ରାସ୍ତା ପାର୍ଶ୍ୱ ଓ ଘର ଆଗରେ ଅଟକି ରହୁଥିବା ଗାଡ଼ିକୁ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଟାର୍ଗେଟ କରିଥାନ୍ତି। ବିଳମ୍ବିତ ରାତିରେ ସେଥିରୁ ବ୍ୟାଟେରି ଚୋରି କରିବା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ଭୁବନେଶ୍ୱର ଆଣି ଏକାଠି କରିଥାନ୍ତି। ସମୟ ସୁଯୋଗ ଦେଖି ପଶ୍ଚିମବଙ୍ଗକୁ ଚାଲାଣ କରି ବିପୁଳ ଅର୍ଥ ରୋଜଗାର କରନ୍ତି। ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଚାଲାଣରେ ନିୟୋଜିତ ଗାଡ଼ି ଆଗରେ ‘ଅନ୍‌ ଆର୍ମି ଡ୍ୟୁଟି’ ଲେଖୁଥିଲେ। ତେବେ ବୁଧବାର ରାତି ପ୍ରାୟ ୧୨ଟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଟ୍ରକ ରଖି ସେଥିରେ ଚୋରି ବ୍ୟାଟେରିକୁ ଲଦୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଟ୍ରକ୍‌ ଓ ବ୍ୟାଟେରି ଛାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଟିମ୍‌ ଘେରିଯାଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗୋଟିଏ ଟ୍ରକ୍‌ ଆଗରେ ସାଦା କାଗଜରେ ‘ଅନ୍‌ ଆର୍ମି ଡ୍ୟୁଟି ଅର୍ଜେଣ୍ଟ’ ବୋଲି ଲେଖାଥିଲା। ତେବେ ଘଟଣାସ୍ଥଳରୁ କେହି ଖସି ଯାଇଥିଲେ କି, ଚୋରି ବ୍ୟାଟେରି କେଉଁଠାରେ ରଖୁଥିଲେ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri