ମୌଳିକ ସୁବିଧାରୁ ବଞ୍ଚିତ ସାହାଡ଼ାକୋଳି ଗ୍ରାମବାସୀ

ରଗଡ଼ି,୧୯।୪(ଡି.ଏନ.ଏ.): ଯାଜପୁର ଜିଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇବା ପାଇଁ ଗତ ୨ ବର୍ଷ ହେବ ୮୮ କୋଟି ୮୪ ଲକ୍ଷ ୫୮ ହଜାର ଟଙ୍କାର ୯୫ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଶତାଧିକ ନଳକୂପ ଖନନ କରାଯାଉଛି। କିନ୍ତୁ ଆଜି ବି ଯାଜପୁର ଜିଲାର ବହୁ ଗ୍ରାମର ଲୋକେ ଶୁଦ୍ଧ ପାନୀୟ ଜଳ ଟିକକ ପାଇଁ ନୟାନ୍ତ ହେଉଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ ସାହାଡ଼ାକୋଳି ଗ୍ରାମରେ। ଅନ୍ଧାରୀ ପଞ୍ଚାୟତ କାର୍ଯ୍ୟାଳୟର ପଛପାର୍ଶ୍ୱରେ ରହିଛି ସାହାଡକୋଳି ଗ୍ରାମ। ୬୫ରୁ ଊର୍ଦ୍ଧ୍ୱ ଦଳିତ ପରିବାର ବାସ କରନ୍ତି। ତେବେ ଏହି ଗ୍ରାମର ମୌଳିକ ସମସ୍ୟା ମଧ୍ୟରୁ ପାନୀୟ ଜଳ ଅଭାବ ହେଉଛି ଅନ୍ୟତମ। ଗ୍ରାମର ଗୋଟିଏ ସରକାରୀ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ଏହି ନଳକୂପଟି ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ସ୍ଥାପନ ହୋଇଥିବାରୁ ଏଥିରୁ ନିର୍ଗତ ଜଳ ବ୍ୟବହାର ଉପଯୋଗୀ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ କୌଣସି ଉପାୟ ନ ଥିବାରୁ ଗ୍ରାମବାସୀ ଉକ୍ତ ନଳକୂପରୁ ବାହାରୁଥିବା ଦୁର୍ଗନ୍ଧଯୁକ୍ତ ବିଷାକ୍ତ ପାଣି ବ୍ୟବହାର କରୁଛନ୍ତି। ସେହିପରି ଗ୍ରାମକୁ କଂକ୍ରିଟ ରାସ୍ତା ନ ଥିବା କାରଣରୁ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଟଙ୍କା ଆଦାୟ କରି ଗ୍ରାମର ମୁଖ୍ୟ ଫାଟକଟିକୁ ମାଟି ମୋରମ ପକେଇ ଯାତାୟାତ କରୁଛନ୍ତି। ବର୍ଷା ହେଲେ ଗ୍ରାମକୁ ବାଇକ ଯୋଗେ ଯିବା କଷ୍ଟସାଧ୍ୟ ହୋଇ ପଡୁଛି। ଜରୁରିକାଳୀନ ଗାଡ଼ି ଯଥା ଆମ୍ବୁଲାନ୍ସ, ଦମକଳ ଆଦି ଗ୍ରାମକୁ ପଶିବା ସମ୍ଭବ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନ୍‌ଏଚ୍‌ ୨୦ ରଗଡିିଠାରୁ କିଆପଦା ରାସ୍ତାକୁ ସଂଯୋଗ କରୁଥିବା ୧ କି.ମି. ଗ୍ରାମର ମୁଖ୍ୟ ଫାଟକ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିପାରିନାହିଁ। ସେହିପରି ଗ୍ରାମରେ ଦୁଇଟି ସରକାରୀ ନଳକୂପ ପ୍ରତିଷ୍ଠା ପାଇଁ ଗ୍ରାମବାସୀ କୋରେଇ ବିଡିଓଙ୍କ ନିକଟରେ ଲିଖିତ ଭାବେ ଦାବି କରିଥିଲେ। ବିଡିଓ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri