ଉଦ୍‌ଘାଟନ ଅପେକ୍ଷାରେ ବାଂଶଡ଼ା ସେତୁ

ଚାନ୍ଦବାଲି,୩।୪(ଡି.ଏନ.ଏ.): ବହୁ ପ୍ରତିକ୍ଷୀତ ବାଂଶଡ଼ା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପର ବ୍ୟୟବରାଦ ୪ କୋଟିରୁ ଆରମ୍ଭ ହୋଇ ଏବେ ପ୍ରାୟ ୨୯ କୋଟିରେ ପହଞ୍ଚତ୍ଛି। ଚଳିତମାସ ୫-ଟି ସଚିବ ଚାନ୍ଦବାଲି ଗସ୍ତରେ ଆସି ଏହାର ଅଗ୍ରଗତିକୁ ନେଇ ସମୀକ୍ଷା କରିବା ପରେ ମେ’ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସ୍ଥାନୀୟ ଅଧିବାସୀଙ୍କ ସାମାଜିକ, ଅର୍ଥନୈତିକ, ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ମନ୍ତେଇ ନଦୀ ବାଧକ ସାଜିଛି। ଚାନ୍ଦବାଲିର ପୂର୍ବରେ ମନ୍ତେଇ ଓ ପଶ୍ଚିମରେ ସାଳନ୍ଦୀ ନଦୀରେ ପୋଲ ନ ଥିବାରୁ ଡଙ୍ଗାରେ ନଦୀ ପାରି ହେବାକୁ ପଡୁଛି। ବ୍ଲକର ଧାମରା, ଚାନ୍ଦବାଲି ଓ ଆରଡ଼ି ପରସ୍ପରଠାରୁ ସଡ଼କ ପଥରେ ବିଛିନ୍ନ ରହିଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ଓ ଆବଶ୍ୟକତାକୁ ଉପଲବ୍ଧି ପରେ ରାଜ୍ୟ ସରକାର ଏକ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୪ରେ ହରିୟାଣାର ଏସପି ସିଙ୍ଗଲା କମ୍ପାନୀ ପକ୍ଷରୁ ୧୯ କୋଟି ୯୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଓ ଟର୍ନ କି ଆଧାରରେ ବାଂଶଡ଼ା ଘାଟରେ ମନ୍ତେଇ ନଦୀ ଉପରେ ୧୧୨ ମିଟର ଲମ୍ବର ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଡିଜାଇନଗତ ତ୍ରୁଟି କାରଣରୁ ନିର୍ମାଣାଧୀନ ପୋଲ ତଳେ ଜାହାଜ ଚଳାଚଳ ସମ୍ଭବ ନ ଥିବା ଦର୍ଶାଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ୨୦୧୫ ମେ’ରେ ଅଧାରୁ ନିର୍ମାଣ ବନ୍ଦ ହୋଇଥିଲା। ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା କହିବା ଅନୁସାରେ ଜାହାଜ ଚଳାଚଳ ପାଇଁ ବାଂଶଡ଼ା ପୋଲର ପାଣି ମଧ୍ୟରେ ଥିବା ୨ଟି ଖମ୍ବ ମଧ୍ୟର ଦୂରତା ପ୍ରାୟ ୫୦ ମିଟର ଆବଶ୍ୟକତା ବେଳେ ପ୍ରଥମ ଡିଜାଇନରେ ୩୭ ମିଟର ଥିଲା। ଜୁଆର ସମୟରେ ଜଳପତନଠାରୁ ଖମ୍ବର ଉଚ୍ଚତା ପ୍ରାୟ ୭ ମିଟର ଆବଶ୍ୟକତା ବେଳେ ପ୍ରାଥମିକ ଡିଜାଇନରେ ଏହା ୪ ମିଟର ଥିଲା। ପୁନଃ ଏହା ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ଉଚ୍ଚ ଜୁଆର ପ୍ରଭାବରେ ୨୦୧୫ ସେପ୍ଟେମ୍ବର ୨୨ରେ ପୋଲର ନିର୍ମାଣାଧୀନ ଏକ ଖମ୍ବ ନଦୀରେ ଢଳି ପଡ଼ିଥିଲା। ପରେ ପୋଲର ଦୈର୍ଘ୍ୟ-୧୫୦ ମିଟର, ମୋଟ ଖମ୍ବ ସଂଖା-୪, ଉଭୟ ପାଖର ୭୩୦ ମିଟର ଆପ୍ରୋଚ ରୋଡ୍‌ ଓ ଦୁଇଟି ଗଳାପୋଲ ମିଶାଇ ପୋଲର ବର୍ତ୍ତମାନର ବ୍ୟୟ ଅଟକଳ ୨୮କୋଟି ୭୭ଲକ୍ଷରେ ପହଞ୍ଚତ୍ଛି।
ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌ (ଡିପିସିଏଲ୍‌) ପକ୍ଷରୁ ଧାମରା-ଭଦ୍ରକ ରେଳପଥର ସଂଯୋଗୀକରଣ ପାଇଁ ମନ୍ତେଇ ନଦୀର ବାଂଶଡ଼ାରେ ଏକ ରେଳ ପୋଲ ନିର୍ମାଣ ୨୦୧୦ରେ ସରିବା ଓ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଥିଲା। ବନ୍ଦର କମ୍ପାନୀ ବାଂଶଡ଼ାରେ ଏକ ଉଚ୍ଚ ରେଳ ସେତୁ ତିଆରି କରିଥିବା ବେଳେ ସରକାର ୧୧ଥର ଟେଣ୍ଡର ଡାକି ନୟାନ୍ତ ହୋଇ ଶେଷରେ ୨୦୧୪ରେ ଟର୍ନ କି ଆଧାରରେ ଏକ ପୋଲ ନିର୍ମାଣ ଆରମ୍ଭ କରିଥିଲେ। ୨୦୧୬ରେ ଏହା କାର୍ଯ୍ୟକ୍ଷମ ହୋଇଥାନ୍ତା। କିନ୍ତୁ ତ୍ରୁଟିପୂର୍ଣ୍ଣ ଡିଜାଇନ ଓ ଯାନ୍ତ୍ରିକ ତ୍ରୁଟି କାରଣରୁ ୭ବର୍ଷ ବିଳମ୍ବ ପରେ ଚଳିତବର୍ଷ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଚରଣ ସିଂ କହିଛନ୍ତି, ପୋଲ କାମ ସରିବା ପରେ ଆପ୍ରୋଚ ରୋଡ୍‌ ଚଳିତମାସ ୧୫ ତାରିଖରେ ଶେଷ ହେବ। ଜଳପଥରେ ମାଲ ପରିବହନ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ ଓ କେତେକ ଚୁକ୍ତି ସ୍ବାକ୍ଷରିତ ହେବା, ଧାମରା ବନ୍ଦରକୁ ଜାତୀୟ ଜଳପଥରେ ସଂଯୋଗ ପ୍ରସ୍ତାବ ଗୃହୀତ ହେବା ପରିପ୍ରେକ୍ଷୀରେ ଐତିହାସିକ କୋଷ୍ଟ କେନାଲ ପୁନରୁଦ୍ଧାରର ଆବଶ୍ୟକତା ରହିଛି। ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ଡିଜାଇନ ପରିବର୍ତ୍ତନ କରାଯାଇ ସାନି ଏଷ୍ଟିମେଟ ପରେ କାମ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri