ଉଦ୍‌ଘାଟନ ଅପେକ୍ଷାରେ ବାଂଶଡ଼ା ସେତୁ

ଚାନ୍ଦବାଲି,୩।୪(ଡି.ଏନ.ଏ.): ବହୁ ପ୍ରତିକ୍ଷୀତ ବାଂଶଡ଼ା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପର ବ୍ୟୟବରାଦ ୪ କୋଟିରୁ ଆରମ୍ଭ ହୋଇ ଏବେ ପ୍ରାୟ ୨୯ କୋଟିରେ ପହଞ୍ଚତ୍ଛି। ଚଳିତମାସ ୫-ଟି ସଚିବ ଚାନ୍ଦବାଲି ଗସ୍ତରେ ଆସି ଏହାର ଅଗ୍ରଗତିକୁ ନେଇ ସମୀକ୍ଷା କରିବା ପରେ ମେ’ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସ୍ଥାନୀୟ ଅଧିବାସୀଙ୍କ ସାମାଜିକ, ଅର୍ଥନୈତିକ, ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ମନ୍ତେଇ ନଦୀ ବାଧକ ସାଜିଛି। ଚାନ୍ଦବାଲିର ପୂର୍ବରେ ମନ୍ତେଇ ଓ ପଶ୍ଚିମରେ ସାଳନ୍ଦୀ ନଦୀରେ ପୋଲ ନ ଥିବାରୁ ଡଙ୍ଗାରେ ନଦୀ ପାରି ହେବାକୁ ପଡୁଛି। ବ୍ଲକର ଧାମରା, ଚାନ୍ଦବାଲି ଓ ଆରଡ଼ି ପରସ୍ପରଠାରୁ ସଡ଼କ ପଥରେ ବିଛିନ୍ନ ରହିଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ଓ ଆବଶ୍ୟକତାକୁ ଉପଲବ୍ଧି ପରେ ରାଜ୍ୟ ସରକାର ଏକ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୪ରେ ହରିୟାଣାର ଏସପି ସିଙ୍ଗଲା କମ୍ପାନୀ ପକ୍ଷରୁ ୧୯ କୋଟି ୯୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଓ ଟର୍ନ କି ଆଧାରରେ ବାଂଶଡ଼ା ଘାଟରେ ମନ୍ତେଇ ନଦୀ ଉପରେ ୧୧୨ ମିଟର ଲମ୍ବର ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଡିଜାଇନଗତ ତ୍ରୁଟି କାରଣରୁ ନିର୍ମାଣାଧୀନ ପୋଲ ତଳେ ଜାହାଜ ଚଳାଚଳ ସମ୍ଭବ ନ ଥିବା ଦର୍ଶାଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ୨୦୧୫ ମେ’ରେ ଅଧାରୁ ନିର୍ମାଣ ବନ୍ଦ ହୋଇଥିଲା। ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା କହିବା ଅନୁସାରେ ଜାହାଜ ଚଳାଚଳ ପାଇଁ ବାଂଶଡ଼ା ପୋଲର ପାଣି ମଧ୍ୟରେ ଥିବା ୨ଟି ଖମ୍ବ ମଧ୍ୟର ଦୂରତା ପ୍ରାୟ ୫୦ ମିଟର ଆବଶ୍ୟକତା ବେଳେ ପ୍ରଥମ ଡିଜାଇନରେ ୩୭ ମିଟର ଥିଲା। ଜୁଆର ସମୟରେ ଜଳପତନଠାରୁ ଖମ୍ବର ଉଚ୍ଚତା ପ୍ରାୟ ୭ ମିଟର ଆବଶ୍ୟକତା ବେଳେ ପ୍ରାଥମିକ ଡିଜାଇନରେ ଏହା ୪ ମିଟର ଥିଲା। ପୁନଃ ଏହା ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ଉଚ୍ଚ ଜୁଆର ପ୍ରଭାବରେ ୨୦୧୫ ସେପ୍ଟେମ୍ବର ୨୨ରେ ପୋଲର ନିର୍ମାଣାଧୀନ ଏକ ଖମ୍ବ ନଦୀରେ ଢଳି ପଡ଼ିଥିଲା। ପରେ ପୋଲର ଦୈର୍ଘ୍ୟ-୧୫୦ ମିଟର, ମୋଟ ଖମ୍ବ ସଂଖା-୪, ଉଭୟ ପାଖର ୭୩୦ ମିଟର ଆପ୍ରୋଚ ରୋଡ୍‌ ଓ ଦୁଇଟି ଗଳାପୋଲ ମିଶାଇ ପୋଲର ବର୍ତ୍ତମାନର ବ୍ୟୟ ଅଟକଳ ୨୮କୋଟି ୭୭ଲକ୍ଷରେ ପହଞ୍ଚତ୍ଛି।
ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌ (ଡିପିସିଏଲ୍‌) ପକ୍ଷରୁ ଧାମରା-ଭଦ୍ରକ ରେଳପଥର ସଂଯୋଗୀକରଣ ପାଇଁ ମନ୍ତେଇ ନଦୀର ବାଂଶଡ଼ାରେ ଏକ ରେଳ ପୋଲ ନିର୍ମାଣ ୨୦୧୦ରେ ସରିବା ଓ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଥିଲା। ବନ୍ଦର କମ୍ପାନୀ ବାଂଶଡ଼ାରେ ଏକ ଉଚ୍ଚ ରେଳ ସେତୁ ତିଆରି କରିଥିବା ବେଳେ ସରକାର ୧୧ଥର ଟେଣ୍ଡର ଡାକି ନୟାନ୍ତ ହୋଇ ଶେଷରେ ୨୦୧୪ରେ ଟର୍ନ କି ଆଧାରରେ ଏକ ପୋଲ ନିର୍ମାଣ ଆରମ୍ଭ କରିଥିଲେ। ୨୦୧୬ରେ ଏହା କାର୍ଯ୍ୟକ୍ଷମ ହୋଇଥାନ୍ତା। କିନ୍ତୁ ତ୍ରୁଟିପୂର୍ଣ୍ଣ ଡିଜାଇନ ଓ ଯାନ୍ତ୍ରିକ ତ୍ରୁଟି କାରଣରୁ ୭ବର୍ଷ ବିଳମ୍ବ ପରେ ଚଳିତବର୍ଷ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଚରଣ ସିଂ କହିଛନ୍ତି, ପୋଲ କାମ ସରିବା ପରେ ଆପ୍ରୋଚ ରୋଡ୍‌ ଚଳିତମାସ ୧୫ ତାରିଖରେ ଶେଷ ହେବ। ଜଳପଥରେ ମାଲ ପରିବହନ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ ଓ କେତେକ ଚୁକ୍ତି ସ୍ବାକ୍ଷରିତ ହେବା, ଧାମରା ବନ୍ଦରକୁ ଜାତୀୟ ଜଳପଥରେ ସଂଯୋଗ ପ୍ରସ୍ତାବ ଗୃହୀତ ହେବା ପରିପ୍ରେକ୍ଷୀରେ ଐତିହାସିକ କୋଷ୍ଟ କେନାଲ ପୁନରୁଦ୍ଧାରର ଆବଶ୍ୟକତା ରହିଛି। ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ଡିଜାଇନ ପରିବର୍ତ୍ତନ କରାଯାଇ ସାନି ଏଷ୍ଟିମେଟ ପରେ କାମ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?