ଗୋଚର ଜମି, ନାଳ ବନ୍ଧ ତଡ଼ା ଚାଲିଛି: ଚାଷୀ ଅସନ୍ତୁଷ୍ଟ

ନାଉଗାଁ,୧୪।୫(ସ୍ବ.ପ୍ର.): ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ-ଡାବର, ବାଲିକୁଦା-ଗଙ୍ଗଦାହାଟ, ଇଚ୍ଛାପୁର-ଗୋଠଦାକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ  ରହିଛି। ଉକ୍ତ ରାସ୍ତାକୁ ବିଭାଗ ପକ୍ଷରୁ ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ ଯୋଗୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ  ଠିକାଦାର ମନମୁଖିଭାବେ ମାଟି ତାଡି ନେଉଛନ୍ତି।  ଏହାସତ୍ତ୍ୱେ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସି ରହିଛି। ସୂଚନାଯୋଗ୍ୟ,  ଜାମୁଗାଁ, ତିରୁଣା ଡାବର ପଞ୍ଚାୟତ ଦେଇ ବାଉଁଶ ଯୋରି ନାଳ ପ୍ରବାହିତ ହେଉଛି। ଏହି ପଞ୍ଚାୟତରେ ଚାଷୀମାନଙ୍କ ପାଇଁ ଜଳ ସେଚନ ସୁବିଧା ନାହିଁ। ସେମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି।  ନିକଟରେ ପ୍ରବାହିତ ବାଉଁଶ ଯୋରିଦୀର୍ଘ ଦିନ ହେବ ସଫେଇ ନ ହେବା ଓ ନାଳର ଉଭୟ ପାର୍ଶ୍ୱରେ ବନ୍ଧ ନ ଥିବାରୁ ଉକ୍ତ ପଞ୍ଚାୟତର ଅଧିକାଂଶ ଚାଷ ଜମିରେ ଥିବା ବର୍ଷା ଜଳ ଅବାଧରେ ଯୋରି ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଚାଷ କାର୍ଯ୍ୟରେ ବାଧା ଉପୁଜିଥାଏ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୧ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ନାଳକୁ ସଫେଇ କରାଯାଇଥିଲା। ଏହାର ୨ ପାର୍ଶ୍ୱରେ ବନ୍ଧ ନିର୍ମାଣ କରାଯାଇଥିଲା। ଏହାଦ୍ୱାରା ବର୍ଷା ଜଳ ଚାଷ ଜମିରେ ମହଜୁଦ ହୋଇ ରହିପାରିବ ବୋଲି କୁହାଯାଇଥିଲା।
ମାତ୍ର ଏବେ ରାସ୍ତା କାର୍ଯ୍ୟ ପାଇଁ ତିରୁଣା-ଦେଓପଡା ରାସ୍ତା ନିକଟରେ ଥିବା ଏହି  ବନ୍ଧ ଓ ନାଳପଠାକୁ  ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟ କରୁଥିବା ଠିକାଦାର ସମ୍ପୂର୍ଣ୍ଣ ତାଡି ନେଉଛନ୍ତି।  ଫଳରେ ଜମିରୁ ସମସ୍ତ ପାଣି ନାଳକୁ ଚାଲିଯିବାର ଆଶଙ୍କା ରହିଛି।  ଏନେଇ ଚାଷୀମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ସେହିପରି ତିରୁଣା ଓ ଶାଳପଦା ମୌଜାର  ଗୋଡ଼ିଢିହ ନିକଟରେ ଥିବା ଗୋଚର ଜମିକୁ ଗୃହପାଳିତ ପ୍ରାଣୀ ଚାରଣ ଭୂଇଁ ଭାବେ ବ୍ୟବହାର କରନ୍ତି। ମାତ୍ର ଉକ୍ତ ଭୂମରୁ ମଧ୍ୟ ମାଟି ତାଡି ନିଆଯାଉଛି। ଫଳରେ ବର୍ଷା ଦିନେ ଗୃହପାଳିତ ପ୍ରାଣୀମାନେ ଅସୁବିଧାରେ ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ଡେରିକି ରାଜସ୍ବ ନିରୀକ୍ଷକ ରାଜେଶ ସାହୁ  କହିଛନ୍ତି, ନିୟମ ମୁତାବକ ଠିକାଦାରଙ୍କୁ ୬ଇଞ୍ଚର ମାଟି ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଅଧିକ ମାଟି ଖୋଳା ହୋଇଥିବାରୁ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଯାଇଛି। ସେହିପରି ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ବେହେରା କୁହନ୍ତି, ନାଳର ତଦାରଖ କରିବା ଆମ ଦାୟିତ୍ୱ। କିନ୍ତୁ ମାଟି ତାଡିବା ସମ୍ପର୍କରେ ସ୍ଥାନୀୟ ତହସିଲଦାର ପଦକ୍ଷେପ ନେବେ ବୋଲି କହିଛନ୍ତି। ତହସିଲଦାର ଜେ.କଳ୍ପନାଙ୍କୁ ଏସଂକ୍ରାନ୍ତରେ ପଚାରିବାରେ କେତେ ମାଟି ତଡା ଯାଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri