ଗୋଚର ଜମି, ନାଳ ବନ୍ଧ ତଡ଼ା ଚାଲିଛି: ଚାଷୀ ଅସନ୍ତୁଷ୍ଟ

ନାଉଗାଁ,୧୪।୫(ସ୍ବ.ପ୍ର.): ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ-ଡାବର, ବାଲିକୁଦା-ଗଙ୍ଗଦାହାଟ, ଇଚ୍ଛାପୁର-ଗୋଠଦାକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ  ରହିଛି। ଉକ୍ତ ରାସ୍ତାକୁ ବିଭାଗ ପକ୍ଷରୁ ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ ଯୋଗୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ  ଠିକାଦାର ମନମୁଖିଭାବେ ମାଟି ତାଡି ନେଉଛନ୍ତି।  ଏହାସତ୍ତ୍ୱେ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସି ରହିଛି। ସୂଚନାଯୋଗ୍ୟ,  ଜାମୁଗାଁ, ତିରୁଣା ଡାବର ପଞ୍ଚାୟତ ଦେଇ ବାଉଁଶ ଯୋରି ନାଳ ପ୍ରବାହିତ ହେଉଛି। ଏହି ପଞ୍ଚାୟତରେ ଚାଷୀମାନଙ୍କ ପାଇଁ ଜଳ ସେଚନ ସୁବିଧା ନାହିଁ। ସେମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି।  ନିକଟରେ ପ୍ରବାହିତ ବାଉଁଶ ଯୋରିଦୀର୍ଘ ଦିନ ହେବ ସଫେଇ ନ ହେବା ଓ ନାଳର ଉଭୟ ପାର୍ଶ୍ୱରେ ବନ୍ଧ ନ ଥିବାରୁ ଉକ୍ତ ପଞ୍ଚାୟତର ଅଧିକାଂଶ ଚାଷ ଜମିରେ ଥିବା ବର୍ଷା ଜଳ ଅବାଧରେ ଯୋରି ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଚାଷ କାର୍ଯ୍ୟରେ ବାଧା ଉପୁଜିଥାଏ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୧ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ନାଳକୁ ସଫେଇ କରାଯାଇଥିଲା। ଏହାର ୨ ପାର୍ଶ୍ୱରେ ବନ୍ଧ ନିର୍ମାଣ କରାଯାଇଥିଲା। ଏହାଦ୍ୱାରା ବର୍ଷା ଜଳ ଚାଷ ଜମିରେ ମହଜୁଦ ହୋଇ ରହିପାରିବ ବୋଲି କୁହାଯାଇଥିଲା।
ମାତ୍ର ଏବେ ରାସ୍ତା କାର୍ଯ୍ୟ ପାଇଁ ତିରୁଣା-ଦେଓପଡା ରାସ୍ତା ନିକଟରେ ଥିବା ଏହି  ବନ୍ଧ ଓ ନାଳପଠାକୁ  ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟ କରୁଥିବା ଠିକାଦାର ସମ୍ପୂର୍ଣ୍ଣ ତାଡି ନେଉଛନ୍ତି।  ଫଳରେ ଜମିରୁ ସମସ୍ତ ପାଣି ନାଳକୁ ଚାଲିଯିବାର ଆଶଙ୍କା ରହିଛି।  ଏନେଇ ଚାଷୀମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ସେହିପରି ତିରୁଣା ଓ ଶାଳପଦା ମୌଜାର  ଗୋଡ଼ିଢିହ ନିକଟରେ ଥିବା ଗୋଚର ଜମିକୁ ଗୃହପାଳିତ ପ୍ରାଣୀ ଚାରଣ ଭୂଇଁ ଭାବେ ବ୍ୟବହାର କରନ୍ତି। ମାତ୍ର ଉକ୍ତ ଭୂମରୁ ମଧ୍ୟ ମାଟି ତାଡି ନିଆଯାଉଛି। ଫଳରେ ବର୍ଷା ଦିନେ ଗୃହପାଳିତ ପ୍ରାଣୀମାନେ ଅସୁବିଧାରେ ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ଡେରିକି ରାଜସ୍ବ ନିରୀକ୍ଷକ ରାଜେଶ ସାହୁ  କହିଛନ୍ତି, ନିୟମ ମୁତାବକ ଠିକାଦାରଙ୍କୁ ୬ଇଞ୍ଚର ମାଟି ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଅଧିକ ମାଟି ଖୋଳା ହୋଇଥିବାରୁ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଯାଇଛି। ସେହିପରି ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ବେହେରା କୁହନ୍ତି, ନାଳର ତଦାରଖ କରିବା ଆମ ଦାୟିତ୍ୱ। କିନ୍ତୁ ମାଟି ତାଡିବା ସମ୍ପର୍କରେ ସ୍ଥାନୀୟ ତହସିଲଦାର ପଦକ୍ଷେପ ନେବେ ବୋଲି କହିଛନ୍ତି। ତହସିଲଦାର ଜେ.କଳ୍ପନାଙ୍କୁ ଏସଂକ୍ରାନ୍ତରେ ପଚାରିବାରେ କେତେ ମାଟି ତଡା ଯାଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri