ବିଓବି ପକ୍ଷରୁ ବରୋଦା ତ୍ରିରଙ୍ଗା ଜମା ଯୋଜନା

ଭୁବନେଶ୍ୱର,୨୫।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ଏକ ସ୍ବତନ୍ତ୍ର ସ୍ଥିର ଜମା ଉତ୍ପାଦ ‘ବରୋଦା ତ୍ରିରଙ୍ଗା ଜମା ଯୋଜନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବରୋଦା ତିରଙ୍ଗା ଜମା ୨ଟି ଅବଧିରେ ଉପଲବ୍ଧ ଯଥା ୪୪୪ ଦିନର ଯୋଜନା ପାଇଁ ୫.୭୫% ଏବଂ ୫୫୫ ଦିନ ଯୋଜନା ପାଇଁ ୬% ବାର୍ଷିକ ସୁଧହାର ପ୍ରଦାନ କରାଯାଉଛି। ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ୨ କୋଟିରୁ କମ୍‌ ଟଙ୍କାର ଖୁଚୁରା ଜମା ପାଇଁ ପ୍ରଯୁଜ୍ୟ ରହିଛି। ସେହିଭଳି ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ୦.୫୦% ଅତିରିକ୍ତ ସୁଧହାର ଯୋଗାଇ ଦିଆଯାଉଥିବାବେଳେ ଫେରସ୍ତ ହୋଇ ନ ଥିବା ଜମା ଉପରେ ବାର୍ଷିକ ୦.୧୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ କେ.ଖୁରାନା କହିଛନ୍ତି, ଭାରତ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆମେ ଆମର ଗ୍ରାହକମାନଙ୍କୁ ଆଉ ଏକ ଉତ୍ସବ ପାଳନ କରିବାର ସୁଯୋଗ ଦେଇପାରିଥିବାରୁ ଆନନ୍ଦ ମନେକରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣାରେ ବାଧ୍ୟତାମୂଳକ ହେବ ହଲମାର୍କ

ନୂଆଦିଲ୍ଲୀ,୩୦-୧୧: ୨୦୨୧ ଜାନୁୟାରୀ ୧୫ଠାରୁ ସୁନା ଗହଣାରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ସୁନା ଗହଣାର ଗୁଣବତ୍ତା ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା...

ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା...

ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ...

ଇଲେକ୍ଟ୍ରିକ ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌ ହେବ ଛାଡ଼

ନୂଆଦିଲ୍ଲୀ,୨୧-୬: ଦେଶରେ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାଟେରି ଚାଳିତ ସମସ୍ତ ପ୍ରକାର ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌କୁ ଛାଡ଼...

ଫେବୃୟାରୀ ପହିଲାରୁ ବଦଳୁଛି ଟୁଇଟର ନିୟମ

ନୂଆଦିଲ୍ଲୀ,୨୯।୧: ଏଲନ ମସ୍କଙ୍କ ଏଣ୍ଟ୍ରି ପରେ ଟୁଇଟରରେ ପ୍ରତ୍ୟେହ ଟୁଇଟରରେ କିଛି ନା କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ କମ୍ପାନୀ ଏହାର ଆକାଉଣ୍ଟ...

୩.୩୮ ଲକ୍ଷରୁ ଉର୍ଦ୍ଧ୍ୱ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ

ନୂଆଦିଲ୍ଲୀ, ୩-୧୨: ଗତ ୨ ଆର୍ଥତ୍କ ବର୍ଷରେ ସରକାର ୩.୩୮ ଲକ୍ଷ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ କରିବା ସହ ସରକାରୀ ରେକର୍ଡରୁ ହଟାଇଛନ୍ତି। ଏହି କମ୍ପାନୀଗୁଡିକ...

ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରି ୦.୨୮% ବୃଦ୍ଧି

ନୂଆଦିଲ୍ଲୀ,୧୨-୧୧: ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରିରେ ୦.୨୮% ବୃଦ୍ଧି ଘଟିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକ୍‌ଚରର୍ସ ସୋସାଇଟି(ସିଆମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ପାର୍ବଣ ସମୟ...

ରିଲାଏନ୍ସ ଡିଜିଟାଲରେ ସାସ୍‌ସଙ୍ଗ୍‌ ଏସ୍‌ ୨୩

ନୂଆଦିଲ୍ଲୀ, ୮।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲ ରେ ପ୍ରିମିୟର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି...

Advertisement
Archives

Model This Week