ବାରିପଦାର ଆକର୍ଷଣ: ମୟୂରଭଞ୍ଜ ରାଜପ୍ରାସାଦ

ବାରିପଦା ଅଫିସ, ୮।୯: ସ୍ବାଧୀନତା ପୂର୍ବରୁ ଗଡ଼ଜାତ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ରାଜାମାନେ ପ୍ରଜାଙ୍କ ସ୍ବାର୍ଥ ସକାଶେ ଅନେକ କାର୍ଯ୍ୟ କରି ଯଶକୀର୍ତ୍ତି ଅର୍ଜନ କରିଛନ୍ତି। ବାରିପଦାରେ ଅବସ୍ଥିତ ରାଜପ୍ରାସାଦ ମୟୂରଭଞ୍ଜର ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ରାଜପ୍ରାସାଦକୁ ଉଚ୍ଚ ଶିକ୍ଷା ନିମନ୍ତେ ଉତ୍ସର୍ଗ କରାଯାଇଛି। ରାଜପ୍ରାସାଦର ସୌନ୍ଦର୍ଯ୍ୟ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଆଗନ୍ତୁକମାନେ ରାଜପ୍ରାସାଦ ସମ୍ମୁଖରେ ଫଟୋ ଉଠାଇବାକୁ ପସନ୍ଦ କରୁଛନ୍ତି । ସେଲଫି ମାଧ୍ୟମରେ ନିଜର ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ମୟୂରଭଞ୍ଜ ରାଜପ୍ରାସାଦର ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ୧୫ଏକର ପରିମିତ ଜମିରେ ପ୍ରାୟ ୧ଲକ୍ଷ ବର୍ଗଫୁଟର ରାଜପ୍ରାସାଦର ନିର୍ମାଣ ମୟୂରଭଞ୍ଜର ତତ୍କାଳୀନ ମହାରାଣୀ ସୁମିତ୍ରା ଭଞ୍ଜଦେଓ ୧୮୦୨ରେ ଆରମ୍ଭ କରାଇଥିଲେ। ହରିପୁରଗଡ଼ରୁ ରାଜଧାନୀ ସ୍ଥାନାନ୍ତର ପରେ ଏହି ରାଜପ୍ରାସାଦରେ ରାଜ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ରାଜପ୍ରସାଦକୁ ସମ୍ପ୍ରସାରଣ ପୂର୍ବକ ୧୨୬ଟି କୋଠରୀ ସହ ଲଣ୍ଡନର ବକିଂହାମ୍‌ ପ୍ୟାଲେସର ଅବିକଳ ରୂପ ଦେଇଥିଲେ। ବର୍ମାରୁ କାଠ ଓ କାଠ ମିସ୍ତ୍ରି, ଇଂଲଣ୍ଡର ଟାଇଲ ସହାୟତାରେ ଜର୍ମାନୀର ଇଞ୍ଜନିୟରଙ୍କ କାରିଗରି, ସ୍ଥାପତ୍ୟ ଓ କଳା ଏହି ଅଟ୍ଟାଳିକାରେ ଦେଖିବାକୁ ମିଳେ। ଶହଶହ ସୁନ୍ଦର କାଠ କବାଟ ଝରକାରେ ତିନି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିବା ବେଳେ ମହାରାଣୀ ପ୍ରେମ କୁମାରୀଙ୍କ ଇଣ୍ଡୋର ସୁଇମିଂପୁଲ ମଧ୍ୟ ନିର୍ମାଣ ହୋଇଥିଲା। ଏହି ସୁଇମିଂପୁଲରେ କୌଣସି ଝରକା ନ ଥିବା ବେଳେ ଛାତରୁ ଲେନ୍‌ସ ସହାୟତାରେ ଆଲୋକୀକରଣ ବ୍ୟବସ୍ଥା ରହିଥିଲା। ରାଜପ୍ରାସାଦ ବିଦ୍ୟୁତୀକରଣ ପାଇଁ ଇଂଲଣ୍ଡରୁ ଜେନେରେଟର ଆସିଥିଲା। ରାଜପ୍ରସାଦର ଉତ୍ତର ଦ୍ୱାର ଚାରମିନାର ସଦୃଶ। ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ତଥା ରାଜବଂଶରର କୁଳ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ଏହି ଦିଗରେ ବିରାଜମାନ। ରାଣୀ ମହଲା ଏବେ ଛାତ୍ରାବାସ ଭାବେ ବ୍ୟବହାର କରାଯାଉଛି। ଏଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଅବସ୍ଥାନ କରିବା ସହିତ ରାଜକାର୍ଯ୍ୟ ତୁଲାଉଥିଲେ। ଉଚ୍ଚଶିକ୍ଷା ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ମହାରାଜା ପ୍ରତାପ ଚନ୍ଦ୍ର ଏହି ଅଟ୍ଟକାଳିକାକୁ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ଭାବରେ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ତକତପୁରଠାରେ କାର୍ଯ୍ୟ କରୁଛି। କିନ୍ତୁ ଏଠାରେ ଏବେ ବି ଏମ୍‌ପିସି ଜୁନିୟର ଓ ମହିଳା ମହାବିଦ୍ୟାଳୟ କାର୍ଯ୍ୟ କରୁଛି। ସମ୍ମୁଖ ଭାଗରୁ ଝଲସୁଥିବା ଏହି ରାଜପ୍ରସାଦ ଦେଖିବାକୁ ପର୍ଯ୍ୟଟକ ଆସୁଥିଲେ ହେଁ ତାହା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ। ପ୍ରସାଦର ୫ଟି ଅଂଶ ବ୍ୟବହାର ଅନୁପଯୋଗୀ ଓ ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ପୂର୍ତ୍ତବିଭାଗ ପକ୍ଷରୁ ଦର୍ଶାଯାଇଛିି । ଫଳରେ ୨୦୦ବର୍ଷର ପୁରୁଣା ଏହି ଐତିହାସିକ ଅଟ୍ଟାଳିକା ବର୍ତ୍ତମାନ ଭୁଶୁଡ଼ି ପଡ଼ିବା ସ୍ଥିତିରେ ଥିବା ଜଣାପଡ଼ିଛି । ଏହି ରାଜପ୍ରାସାଦକୁ ଆର୍କୋଲାଜି ସର୍ଭେ ଅଫ୍‌ ଇଣ୍ଡିଆ ହାତକୁ ନେବା ସହ ସରକାର ଏହାକୁ ଐତିହ୍ୟ ଭାବେ ଘୋଷଣା କରି ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବାକୁ ସାଧାରଣରେ ଦାବି ହେଉଛି।

ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri