ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା ସ୍ବାଗତ ସାହୁ ତାଙ୍କ ସେକେଣ୍ଡହ୍ୟାଣ୍ଡ ସ୍କୁଟି ବିକ୍ରି ନେଇ OLXରେ ବିଜ୍ଞାପନ ଦେଇଥିଲେ। ସେହି ବିଜ୍ଞାପନ ଦେଖି ଜଣେ ତାଙ୍କ ସହିତ ମୋବାଇଲ୍ ଫୋନରେ ଯୋଗାଯୋଗ କରି ନିଜର ଆଗ୍ରହ ପ୍ରକାଶ କରିଥିଲେ ଏବଂ ସ୍ବାଗତଙ୍କ ପାଖକୁ ପହଞ୍ଚିଥିଲେ।
୪୫ହଜାର ଟଙ୍କାରେ ସ୍କୁଟିର ମୂଲଚାଲ ହୋଇଥିଲା। ତେବେ କ୍ରେତା ଜଣକ ତାଙ୍କୁ ନଗଦଭାବେ ଯେଉଁ ୪୫ହଜାର ଟଙ୍କା ଦେଇଥିଲେ, ଯାଞ୍ଚ ପରେ ତାହା ଜାଲ ନୋଟ୍ ଥିବା ଜଣାପଡିଥିଲା। ଏ ନେଇ ଏତଲା ପାଇବା ପରେ ବରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

