ବର୍ଷାରେ ବସଷ୍ଟାଣ୍ଡ ବେହାଲ

ବରଗଡ଼ ଅଫିସ,୨୦।୩: ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଛି ସରକାରୀ ବସଷ୍ଟାଣ୍ଡ। ଏହି ବସ୍‌ଷ୍ଟାଣ୍ଡରୁ ଜିଲା ସମେତ ଜିଲା ବାହାରକୁ ଅନେକ ସରକାରୀ ଯାତ୍ରୀବାହୀ ବସ୍‌ ଚଳାଚଳ ହେଉଛି। ଏଠାରୁ ସମ୍ବଲପୁରକୁ ସିଟି ବସ୍‌ ମଧ୍ୟ ଯିବାଆସିବା କରୁଛି। ତେବେ ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ଅବସ୍ଥା ବେହାଲ ହୋଇପଡୁଛି। ଗତ ଦୁଇଦିନ ହେଲା ବର୍ଷା ଯୋଗୁ ବରଗଡ଼ ସରକାରୀ ବସଷ୍ଟାଣ୍ଡ ଅବସ୍ଥା ଏଭଳି ହୋଇପଡିଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ଯୋଗୁ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡୁଛି। ଏହା ଜାଣିବା ପରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୋମବାର ସକାଳୁ ବସଷ୍ଟାଣ୍ଡକୁ ଯାଇଥିଲେ। ଏହାସହ ବସଷ୍ଟାଣ୍ଡ ପରିସରରେ ଜମି ରହିଥିବା ପାଣିକୁ ତୁରନ୍ତ ନିଷ୍କାସନ ପାଇଁ ପୌର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେଠାରୁ ପାଣି ନିଷ୍କାସନ ଆରମ୍ଭ ହୋଇଛି। ସେହିପରି ବସଷ୍ଟାଣ୍ଡ ପରିସରରେ ବନ୍ଦ ରହିଥିବା ଶୌଚାଳୟ ଚାଲୁ କରିବା ପାଇଁ ବିଧାୟକ ଆଚାର୍ଯ୍ୟ ବିଭାଗୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏଠାରେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ପାଣ୍ଠିରୁ ମିଳିଥିବା ୧୦ଲକ୍ଷ ଟଙ୍କାର ଠିକ୍‌ ବିନିଯୋଗ ଉପରେ ପଦକ୍ଷେପ ନେବା ପାଇଁ ବିଧାୟକ ଆଚାର୍ଯ୍ୟ ବସଷ୍ଟାଣ୍ଡ ଡିଟିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri