୧୫ରୁ ବରଗଡ଼ ଧନୁଯାତ୍ରା କଳାକାର ଚୟନ: ନୂଆ କଳାକାରଙ୍କୁ ସୁଯୋଗ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଥିବାବେଳେ ଆସନ୍ତା ୧୫ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ।

ଦୀର୍ଘ ୩ଦିନ ଧରି ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ।  କଂସ ମହାରାଜ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪,ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ। ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

ଧାନ ଗଦାକଲେ, ପଖାଳ ଖାଇଲେ: ଚାଷୀଙ୍କ ଅଭିନବ ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କଠାରେ ଆବଶ୍ୟକ କାଗଜାତ ଦାଖଲ ସତ୍ତ୍ୱେ ଏପର୍ଯ୍ୟନ୍ତ…

ଘନ ଘନ ବୈଠକ କରୁଛନ୍ତି ନବୀନ: ବିଧାୟକଙ୍କୁ କହୁଛନ୍ତି ଏମିତି କଥା, ଭବିଷ୍ୟତ ଖରାପ…

ଭୁବନେଶ୍ୱର,୧୦ା୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭାର ୪ ଆସନରେ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହେବା ପରଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ…

ଭାଜପାର ଭିତିରି ଚାଲ୍‌: ରାଜ୍ୟ ସଭାର ଚତୁର୍ଥ ଆସନ ପାଇଁ ଚାଲିଛି…

ଭୁବନେଶ୍ୱର,୧୦।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ…

ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଆଦିବାସୀବହୁଳ ୬ ଜିଲା ପ୍ରଭାବିତ

ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ଜାତୀୟସ୍ତରରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌) ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୨୩ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁଙ୍କ କ୍ଷେତ୍ରରେ ୨୫ଜଣଙ୍କ ମୃତ୍ୟୁ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri