ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ନ୍ୟାଶନାଲ ଟେଷ୍ଟିଙ୍ଗ୍‌ ଏଜେନ୍ସିର ୱେବ୍‌ସାଇଟ exams.nta.nic.in/ncet/ରେ ଆବେଦନ କରିପାରିବେ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱବିଦ୍ୟାଳୟ ଓ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷିଆ ବି.ଏଡ୍‌ (ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେଶନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍‌ ରହିଛି। ୨୦୨୬-୨୭ ଶିକ୍ଷାବର୍ଷରୁ ଏନ୍‌ସିଇଟି ମାଧ୍ୟମରେ ଏହି ପାଠ୍ୟକ୍ରମରେ ନାମ ଲେଖାହେବ। ଏହି ପ୍ରବେଶିକା ପରୀକ୍ଷା ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ। ମାର୍କ ଆଧାରରେ ଏହି ସମସ୍ତ ସିଟ୍‌ରେ ଆଡ୍‌ମିଶନ ହେବ।

ଏନ୍‌ସିଇଟି ଫଳାଫଳ ପ୍ରକାଶ ପାଇବା ପରେ ନିଜ ପର୍ସେଣ୍ଟାଇଲ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ବାଛିପାରିବେ। ମେରିଟ୍‌ ତାଲିକା ଏନ୍‌ସିଇଟି ସ୍କୋର୍‌ ଆଧାରରେ ପ୍ରସ୍ତୁତ ହେବ। ପ୍ରକାଶଯୋଗ୍ୟ, +୨ ପରେ ଛାତ୍ରୀଛାତ୍ର ସିଧାସଳଖ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେଶନ ପ୍ରୋଗ୍ରାମ ପାଠ୍ୟକ୍ରମ (୪ ବର୍ଷୀୟ ବି.ଏଡ୍‌ ପାଠ୍ୟକ୍ରମ)ରେ ନାମ ଲେଖାଇ ୪ ବର୍ଷରେ ସ୍ନାତକ ଓ ବି.ଏଡ୍‌ କୋର୍ସ ଶେଷ କରିପାରିବେ। ତେବେ ୨୦୨୬-୨୭ ଶିକ୍ଷବର୍ଷରେ ଦୁଇ ବର୍ଷୀୟା ବି.ଏଡ୍‌, ଏମ୍‌ଏଏଡ୍‌ ଓ ବିଏଚ୍‌ଏଡ୍‌ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବପରି ଷ୍ଟେଟ୍‌ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ଦ୍ୱାରା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା, ଏହିଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦।୪:  ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri