ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି ଦିଆଯିବ। ଏ ନେଇ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ବିଧିବଦ୍ଧଭାବେ ଅବଗତ କରିଥିବା ସୂଚନା ମିଳିଛି। ଚୂନପଥର ଖଣିର ସଂରକ୍ଷିତ ଭଣ୍ଡାର ସମ୍ପୂର୍ଣ୍ଣଭାବେ ଶେଷ ହୋଇଯିବା, କ୍ଲିଙ୍କର ଉପତ୍ାଦନ ଖର୍ଚ୍ଚ ଅଧିକ ହେବା ତଥା କାରଖାନାଟି ଅତି ପୁରୁଣା ହୋଇଯିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କାରଖାନା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ଲେଖି ଜଣାଇଥିବା ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ତେବେ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଏହି ବିଜ୍ଞପ୍ତି ଦାଖଲ ହେବା ପରଠାରୁ ୨ମାସ ଅତିକ୍ରାନ୍ତ ପରେ ଛଟେଇ କ୍ଷତିପୂରଣ ପ୍ରଦାନ ସହିତ ନୋଟିସ୍‌ ବଦଳରେ ଗୋଟିଏ ମାସର ଦରମା ଏକାସାଙ୍ଗରେ ପ୍ରଦାନ କରିବାକୁ କାରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଚିଠିରେ ସୂଚନା ଦିଆଯାଇଛି। କାରଖାନା ବନ୍ଦ ହେବା ଖବର ପ୍ରଚାରିତ ହେବା ପରେ ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
ଉକ୍ତ ସିମେଣ୍ଟ କାରଖାନା ପୂର୍ବରୁ ହୀରା ସିମେଣ୍ଟ କାରଖାନାଭାବେ ରହିଥିଲା। ପରବର୍ତ୍ତୀ ସମୟରେ ଇଡ୍‌କଲ୍‌ ଅଧିନକୁ ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ କାରଖାନା ଘରୋଇକରଣ ହୋଇଥିଲା ଏବଂ ଏସିସି ଅଧିନକୁ ଚାଲି ଯାଇଥିଲା। ଗତ ୨୦୨୨ ମସିହାରୁ ଆଦାନୀ ଗୃପ କାରଖାନାକୁ ପ୍ରବେଶ କରିବା ପରେ ଚଳିତବର୍ଷରୁ ଏଠାରେ ଉପତ୍ାଦନ ବନ୍ଦ ହୋଇଯାଇଛି। ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀସ୍ଥିତ ଖଣିରୁ ଚୂନପଥର ଉତ୍ତୋଳନ ବନ୍ଦ ହୋଇଯିବା ପରଠାରୁ କାରଖାନାରେ ଏଭଳି ସ୍ଥିତି ଲାଗି ରହିଥିଲା। ଏହାକୁ ନେଇ ସେତେବେଳଠୁ କାରଖାନା ବନ୍ଦ ହୋଇଯିବା ଆଶଙ୍କା ଦେଖା ଯାଇଥିଲା । କାରଖାନା ବନ୍ଦ ହୋଇଗଲେ ଅନେକ ଶ୍ରମିକଙ୍କ ସମେତ ସ୍ଥାନୀୟ ଲୋକେ ରୋଜଗାର ହରାଇବା ସ୍ପଷ୍ଟ ହୋଇଛି। ପୂର୍ବରୁ ବରଗଡ଼ ସମବାୟ ଚିନିକଳ, ସୂତାକଳ ବନ୍ଦ ହୋଇ ସାରିଥିବାବେଳେ ଏବେ ସିମେଣ୍ଟ କାରଖାନା ବନ୍ଦ ହେବା ସୂଚନା ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?