ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ବାରଙ୍ଗ,୧୮।୧୨(ଡି.ଏନ୍‌.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନ ଥିବାବେଳେ ପାରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।

ଶନିବାର ରାତିରେ ଅଶୋକ ବାରଙ୍ଗ ଥାନାରୁ ଘରକୁ ଆସି ନିଜ ରୁମ୍‌ରେ ରହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଶୋକ ଖାଇବାକୁ ଆସି ନ ଥିଲେ। ତାଙ୍କ ସ୍ତ୍ରୀ ଝିଅଙ୍କୁ ଶୁଆଇ ଅଶୋକ ରହିଥିବା ରୁମର କବାଟ ବାଡେଇ ଥିଲେ ମଧ୍ୟ ସେ ଖୋଲି ନ ଥିଲେ। ସନ୍ଦେହରେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ। ସେ ଥିବା ରୁମ୍‌ର କବାଟ ଭଙ୍ଗାଯିବା ପରେ ଅଶୋକ ଗାମୁଛା ଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତିରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ୧୯୯୫ ମସିହାରେ ଅଶୋକ ଓଡିଶା ପୋଲିସରେ ଯୋଗ ଦେଇଥିଲେ। ପରେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ୨୦୨୧ରେ ବାରଙ୍ଗ ଥାନାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା,୮ା୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସକାଳେ ଏହିସବୁ ଗ୍ରାମର...

ଆଜି କୋଣାର୍କ, ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ସଜେଇ ହୋଇଛି ଅର୍କକ୍ଷେତ୍ର

କୋଣାର୍କ,୧।୧୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨ ଡିସେମ୍ବର ୧ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅର୍କକ୍ଷେତ୍ର...

ଆଜି ପ୍ରକାଶ ପାଇବ ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନ ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ...

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ...

ଫାଣ୍ଡି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲିଆ,୧୪ା୧୧: ବିରିଡି ଥାନା ଅନ୍ତର୍ଗତ ୨୨ମୌଜାର ପୂରଣଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ ପୂରଣ ପକ୍ଷରୁ ଦାବି...

ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର...

ଜଗନ୍ନାଥ ସାଗରର ବିକାଶ ନେଇ ସମୀକ୍ଷା କଲେ ଜିଲାପାଳ

ଜୟପୁର, ୧୨।୫(ନି.ପ୍ର.): ଜୟପୁରବାସୀଙ୍କ ବହୁ ବର୍ଷ ଦାବି ପୂରଣ ହେବାକୁ ଯାଉଛି ା ଐତିହାସିକ ଜଗନ୍ନାଥ ସାଗରର ବିକାଶ ହେବ ା ଏନେଇ ଏକ ଚୁକ୍ତିନାମା ପୂର୍ବରୁ...

ରାଜସ୍ବ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭାଜପା ନେତାଙ୍କ ଅଣ୍ଡାମାଡ଼ ଘଟଣାରେ ଯୁବ ସଭାପତି ହେମ ରଞ୍ଜନ ବାରିକଙ୍କୁ ପୋଲିସ ଅଟକ ରଖିଛି ବୋଲି ଜିଲା...

Advertisement
Archives

Model This Week