ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି । ଏଥିସହିତ ଚାରା ଚାଲାଣକାରୀକୁ ଗିରଫ କରାଯାଇଥିବା ଜଣାପଡିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ଡିଜାୟାର କାର(ନଂ-ଜେଏଚ୍‌୦୫ଏଏଲ୍‌୨୭୫୦)ଯୋଗେ ସମ୍ବଲପୁର ପଟୁ ରାଉରକେଲା ଅଭିମୁଖେ ବିପୁଳ ପରିମାଣର ବେଆଇନ ଗଞ୍ଜେଇଚୋରା ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୋଲିସ ଉକ୍ତ ଥାନାଂଚଳର ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଉକ୍ତ କାରଟି ବାରକୋଟ ଥାନା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡ ଦେଇ ଯାଉଥିବା ବେଳେ ପୋଲିସ ଏହାକୁ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ ଉକ୍ତ କାର ମଧ୍ୟରୁ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ବାହାରିଥିଲା । ଫଳରେ ପୋଲିସ ଉକ୍ତ ଗଞ୍ଜେଇ ସହିତ ବ୍ୟବହୃତ କାରଟିକୁ ଜବତ କରିବା ସହ ସୁବାସ ପାଣ୍ଡେ ନାମକ ଜଣେ ଚୋରାଚାଲାଣ କାରୀଙ୍କୁ ଗିରଫ କରିଥିଲା । ଏଥିସହ ୭ହଜାର ୪ ଶହ ଟଙ୍କା, ଏକ ଏଟିଏମ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରିଥିଲା ।

ପଚରା ଉଚରା ସମୟରେ ସେ ଉକ୍ତ ଗଞ୍ଜେଇ ରାଉାରକେଲାକୁ ଚୋରାଚାଲାଣ କରୁଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲା । ସେହିପରି ଗିରଫ ରାଜେଶର ଘର ବିହାର ରାଜ୍ୟ ଛପ୍ରା ଜିଲା କୋପା ଥାନାଂଚଳର ବାସିଡିଲା ଗ୍ରାମର ଏବଂ ବର୍ତମାନ ସେ ନୂଆଁ ଦିଲ୍ଲୀର ଗାଜିପୁରରେ ରହୁଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲା । ପୋଲିସ ମାଜିଷ୍ଟ୍ରେଟ ସମ୍ମୁଖରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ଏହାର ପରିମାଣ ୫୫ କିଲୋଗ୍ରାମ ରହିଥିବା ଜଣାପଡିଥିଲା ।

ତେବେ ବାରକୋଟ ଥାନା ଚଢଉ କରି କାର ସହିତ ଗଞ୍ଜେଇ ଜବତ କରିଥିବା କହୁଥିବା ବେଳେ ଏ ଘଟଣା ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । କେହି କେହି ଉକ୍ତ ଗଞ୍ଜେଇ ବୋଝେଇ କାରଟି ଅନୁଗୁଳ ଜିଲାର ପାଳଲହଡା ପଟୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ ବାରକୋଟ ପଟକୁ ଆସୁଥିବା କହୁଛନ୍ତି । ଅଂଚଳର କେତେକ ଯୁବକ ଗୋଡାଇବାକୁ କାର ଚାଳକ ଭୟରେ ଦୃତଗତିରେ ସେଠାରୁ ପଳାଇ ଆସିବା ସହ କାର ସହିତ ନିଜେ ବାରକୋଟ ଥାନାରେ ଆତ୍ମ ସମର୍ପଣ କରିଥିବା କୁହାଯାଉଛି । ତେବେ ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢାଇଙ୍କ ମତାମତ ଲୋଡିବାରୁ ସେ ଏ କଥାକୁ ଅସ୍ୱୀକାର କରିବାସହ ପୁଲିସ ଚଢଉ କରି ଉକ୍ତ ଗଞ୍ଜେଇ ବୋଝେଇ କାରଟିକୁ ଜବତ କରିଥିବା ଉତର ଦେଇଛନ୍ତି । ତେବେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ବଡକୁଦର ସ୍ଥିତ ଟୋଲଗେଟ୍‌ର ସିସି କ୍ୟାମେରା ଫୁଟେଜ ଅଧାରରେ ଘଟଣାର ତଦନ୍ତ କଲେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri