କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା

ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍‌ରେ ଥିବା ଦେଖାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ସଦସ୍ୟ ବାରାକ ଓବାମା କରୋନା ଭାଇରସକୁ ନେଇ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖୁବ୍ ବର୍ଷର୍ିଛନ୍ତି । ଓବାମା କହିଛନ୍ତି ଯେଉଁବ୍ୟକ୍ତି କରୋନା ମହାମାରୀଠାରୁ ନିଜକୁ ବଞ୍ଚାଇ ପରିଲେ ନାହିଁ ସେ ଆମ ସମସ୍ତଙ୍କୁ କିଭଳି ସୁରକ୍ଷା ଦେବେ । ଫିଲାଡେଲଫିଆରେ ଲିଙ୍କନ ଫାଇନାନସିୟଲ ଫିଲ୍ଡ ବାହାରେ ସମ୍ବୋଧନ ଦେବା ଅବସରରେ କହିଛନ୍ତି, ଆମେ କରୋନା ମହାମାରୀ ସହ ଗତ ଆଠ ମାସ ହେଲା ଲଢେଇ କରୁଛୁ । ଏବେ ପୁଣିଥରେ ଦେଶରେ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଇଛି । ତେଣୁ ଡୋନାଲ୍ଡ ଟ୍ରମ୍ପ ଏକାଥରେ ଆମ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ । କାରଣ ସେ କରୋନାଠାରୁ ନିଜକୁ ସୁରକ୍ଷା ଦେଇ ପାରି ନାହାନ୍ତି । ‘ୟୁଏସ୍ ଟ୍ରମ୍ପ’କୁ ନେଇ ପୂର୍ବତନ ରାଷ୍ଟ୍ରପତି ଓବାମା କହିଛନ୍ତି ଏହା ରିୟଲିଟି ଶୋ’ ନୁହେଁ ବରଂ ଏହା ବାସ୍ତବିକତା, ଯେଉଁଠାରେ ଜନତା ନିଜ କାର୍ଯ୍ୟକୁ ଗମ୍ଭିରତାର ସହ ନେଇ ସମର୍ଥନ ହେବାର ପରିଣାମ ସହ ବଞ୍ଚିବାକୁ ପଡିବ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କ କଥାକୁ ନେଇ ଜନତା ଚିନ୍ତା କରିବା ଉଚିତ ନୁହେଁ ବୋଲି ଓବାମା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଟ୍ରମ୍ପଙ୍କ ୩ ବଡ଼ ସର୍ତ୍ତ: ଯାହା କାରଣରୁ ଅଟକିଲା ଇରାନ-ଆମେରିକାର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୬।୫: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଆଶା କରାଯାଉଥିବା ଶାନ୍ତି ଚୁକ୍ତିନାମା ଏବେ ଝୁଲି…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri