ପ୍ରକୃତିର ବରଦାନ ‘ବାରବାଙ୍କ’

ଢେଙ୍କାନାଳ ଅଫିସ, ୭।୧: ସର୍ପିଳ ରାସ୍ତାଟିଏ। ପାହାଡ଼ର ଛାତି ଚିରି ମାଡ଼ି ଯାଇଛି ଆଗକୁ। ଦୁଇ ପାର୍ଶ୍ୱରେ ଘଞ୍ଚ ସବୁଜ ବନାନୀ। ପକ୍ଷୀଙ୍କ କାକଳି। ମେଘମାଳାର କଳେବର ଯାତ୍ରୀଙ୍କୁ ଘଡ଼ିଏ ଅଟକାଇ ଦେବାର ସାମର୍ଥ୍ୟ ରଖେ। ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉପରେ ଗାଡ଼ିରେ ଯିବା ବେଳେ ପ୍ରକୃତିର ନୈସର୍ଗିକ ଶୋଭା ବିଭୋର କରିଦିଏ ଆଗନ୍ତୁକଙ୍କୁ। ମନାଲି କି ଉତ୍ତରାଖଣ୍ଡର କୌଣସି ହିଲ୍‌ ପଏଣ୍ଟ ନୁହେଁ, ଢେଙ୍କାନାଳରେ ପ୍ରକୃତିରାଣୀ ଲୁଚାଇ ରଖିଛି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ପ୍ରକୃତିର ଏଭଳି ଏକ ବରଦାନ, ଯାହାର ନାଁ ‘ବାରବାଙ୍କ’…

ଢେଙ୍କାନାଳକୁ ବାଦ୍‌ ଦେଇ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ପରିକଳ୍ପନା କରିବା ଅସମ୍ଭବ। କେଉଁ ଆବାହମାନ କାଳରୁ ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅନେକ। ସେହିପରି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ସହିତ ଐତିହାସିକ ଭାବେ ଜଡ଼ିତ ‘ବାରବାଙ୍କ’।
ସମୁଦ୍ର ପତ୍ତନଠାରୁ ହାରାହାରି ୨୨୩୯ ଫୁଟ ଉଚ୍ଚତାରେ ଅବସ୍ଥିତ ପୀଠକୁ ଯିବା ପାଇଁ ରହିଛି ଦୁଇଟି ପଥ। ମନ୍ଦିର ପାଦଦେଶରୁ ଚାଲି ଚାଲି ଯିବା ପାଇଁ ରହିଛି ୧୩୫୨ ପାହାଚ। ତେବେ ‘ବାରବାଙ୍କ’ ରାସ୍ତା ଦେଇ ଯାନବାହନ ପୀଠ ଯାଏ ପହଞ୍ଚତ୍ଥାଏ। ଗବେଷକ ତଥା ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍‌ ୧୨୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା କପିଳାସ ମନ୍ଦିର। ସେହି ସମୟରେ ମନ୍ଦିରକୁ ଯିବାକୁ ଜଙ୍ଗଲିଆ ପାଦଚଲା ରାସ୍ତା ଥିଲା ଏକ ମାଧ୍ୟମ। ୧୯୦୯ରେ ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଉଦ୍ୟମରେ ଏହାର ବିକାଶ ହୋଇଥିଲା। ହାତୀପିଠିରେ ବସି ରାଜା ଏବଂ ରାଜପରିବାର ସଦସ୍ୟ ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ। ୧୯୧୬ରେ ‘ବାରବାଙ୍କ’କୁ ସବୁଦିନିଆ ରାସ୍ତା ଫିଟିଲା। ଜଙ୍ଗଲ ସଫା କରି ମାଟିପଥରରେ ତିଆରି କରାଗଲା ପଥ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହି ରାସ୍ତାର କଳେବର ବଦଳିବା ସହ ଅଧିକ ପ୍ରଶସ୍ତ ହୋଇଛି। ଏକଦା କଚ୍ଚା ଥିବା ରାସ୍ତା ଏବେ ପକ୍କା ହୋଇଛି। ପିଚୁ ଢଳେଇ କରାଯିବା ସହ ଆନୁଷଙ୍ଗିକ ବିକାଶ କାର୍ଯ୍ୟ କରାଯାଇଛି। ସୁରକ୍ଷିତ ଯାନବାହନ ଚଳାଚଳ ଲାଗି ରାସ୍ତାକୁ ଅଧିକ ଚଉଡ଼ା କରାଯିବା ସହ ଉଭୟ ପାର୍ଶ୍ୱରେ କଂକ୍ରିଟ୍‌ ପାଚେରି ନିର୍ମାଣ କରାଯାଇଛି।
କପିଳାସ ପାଦ ଦେଶରୁ ‘ବାରବାଙ୍କ’ ରାସ୍ତା ଦେଇ ୫ କିମି ଗଲେ ପଡ଼େ ମନ୍ଦିର। ଏଥିଲାଗି ୧୨ଟି ମୋଡ଼ ଅତିକ୍ରମ କରିବାକୁ ହୋଇଥାଏ। ୭ନମ୍ବର ବାଙ୍କରୁ ୯ ନମ୍ବର ବାଙ୍କ ମଧ୍ୟରେ ରାସ୍ତା ଅଧିକ ଚଉଡ଼ା। ଏଠାରେ ଗାଡ଼ି ରଖି ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିଥାନ୍ତି। ଏବେ ଏହା ପାଲଟିଛି ସେଲ୍‌ଫି ପଏଣ୍ଟ। ସେହିପରି ୨୦୦୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଯାତ୍ରାକୁ ସ୍ମୃତିମଧୁର କରିବାକୁ ଦୂରଦୂରାନ୍ତର ସବୁଜ ବନାନୀକୁ କ୍ୟାମେରା ଲେନ୍ସରେ ତୋଳିଧରିଥାନ୍ତି ଅନେକ। ରାସ୍ତାରେ ଯିବା ସମୟରେ ମାଙ୍କଡ଼, ପାହାଡ଼ି ମୂଷା ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥାନ୍ତି। ଜାଗରଯାତ୍ରା, ଶିବ ଚତୁର୍ଦ୍ଦଶୀ ସମେତ ବିଭିନ୍ନ ପର୍ବପର୍ବାଣିରେ ‘ବାରବାଙ୍କ’ ରାସ୍ତା ଶ୍ରଦ୍ଧାଳୁଙ୍କ ପାଇଁ ବିକଳ୍ପ ସାଜେ। ଅନେକ ସମୟରେ ଭିଡ଼ ଯୋଗୁ ଟ୍ରାଫିକ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ନିକଟରେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଯୋଜନା କରାଯାଉଛି। ଏ ସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା କୁହନ୍ତି, ବାରବାଙ୍କ ରାସ୍ତାକୁ ଆଲୋକୀକରଣ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବ ମଞ୍ଜୁର ହୋଇଛି। ନିକଟ ଭବିଷ୍ୟତରେ ଏହି କାର୍ଯ୍ୟ ଆରମ୍ଭ ହେବ।

ଉଟ୍ଟି ଭଳି ଅନୁଭବ ହୁଏ
‘ବାରବାଙ୍କ’ର ଅନୁଭବ ହିଲ୍‌ଷ୍ଟେଶନ ଉଟି ଭଳି। ଘନଜଙ୍ଗଲ ଓ ପର୍ବତମାଳା ମଧ୍ୟରେ ଏହାର ସବୁଜିମା ପରିବେଶ ଦେଖିଲେ ଫେରିବାକୁ ଇଛା ହୁଏନି ା ୧୦ନଂ. ବାଙ୍କରେ ଏକ ବଡ଼ ବରଗଛ ରହିଛି। ସାମୟିକ ବିଶ୍ରାମ ଲାଗି ଏହା କାମରେ ଆସେ। – ଶରତ ବେହେରା
ଶାନ୍ତ ପରିବେଶ ଉପଭୋଗ୍ୟ
ସବୁଜିମା ଭରା ‘ବାରବାଙ୍କ’ ପ୍ରକୃତିର ଦାନ। ଭସା ବାଦଲ ଭିତରେ ଏହାର ଶାନ୍ତ ପରିବେଶ ଉପଭୋଗ୍ୟ। ଭାରାକ୍ରାନ୍ତ ଜୀବନ ମଧ୍ୟରେ ଟିକିଏ ଶାନ୍ତି ପାଇବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ରାସ୍ତାରେ ମାଙ୍କଡ଼ ପଲ ମଧ୍ୟ ଦେଖିବାକୁ ମିଳେ।
– ସତ୍ୟବ୍ରତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?