ବ୍ୟାଙ୍କ ନିକଟରୁ ଲୁଟ୍‌ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌, ୬ ଗିରଫ

ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଗଞ୍ଜାମ ଜିଲା ଆସିକା ଥାନା ପକଲାପାଲି ଅଞ୍ଚଳର ଏ.କିଶୋର,ଏ.ଶ୍ରୀକାନ୍ତ, ଆଇବି କ୍ୟାମ୍ପ୍‌ ଅଞ୍ଚଳର ଏ.ହରି,ଆଙ୍କଟେସ, କିଶୋରଙ୍କ ମା’ ଏମ୍‌.ଲିଲି, ହରିଙ୍କ ବାପା ଏମ୍‌.ପାଣ୍ଡୁ, ଆସକା ଅଞ୍ଚଳର ସରସ୍ବତୀ,ସରଶା ଦାସ, କାର୍‌ ଡ୍ରାଇଭର ଲିଟୁ ଗୌଡ଼ ବୋଲି ବୁଧବାର ଫୁଲବାଣୀ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟେରାମାନେ ଲୁଟ୍‌ କରିବା ପରେ ଫେରାର ହୋଇ ଯାଇଥିଲେ। ଟାଉନ ଥାନା ପୋଲିସ ସହରର ବିଭିନ୍ନ ସିସିଟିଭ ଫୁଟେଜ୍‌କୁ ଆଧାର କରି ଆରମ୍ଭ କରିଥିଲା। ଜଣେ ଏଏସ୍‌ଆଇ ଲୁଟେରାଙ୍କୁ ଚିହ୍ନିବାରୁ ସେମାନଙ୍କୁ ଧରିବା ପାଇଁ ସହରର ଚାରିଆଡ଼େ ନାକାବନ୍ଦୀ କରାଯାଇଥିଲା। ଲୁଟେରାମାନେ ଗୋଚ୍ଛାପଡ଼ା ଆଡ଼େ ଯାଇଥିବାରୁ ସେଠାର ପୋଲିସକୁ ଖବର ଦିଆ ଯାଇଥିଲା। ପୋଲିସ ଚେକିଂ କରୁଥିବା ଦେଖି ଲୁଟେରାମାନେ ଗାଡ଼ି ବୁଲାଇ ଖଜୁରୀଗାଁ ରାସ୍ତା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ବାଟ ନ ପାଇ ସେଠାରେ ବାଇକ୍‌ ଫିଙ୍ଗି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ପୋଲିସ ସେମାନଙ୍କୁ ଚାରିଆଡୁ ଘେରି ରହିଥିଲା। ମାତ୍ର ସେମାନେ ବାହାରି ନ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆସିକା ଅଞ୍ଚଳରୁ ଏକ କାରରେ ସେମାନେ ଖସି ଯାଇଥିଲେ। ପୋଲିସ ଏହି ଖବର ପାଇବା ପରେ ସେମାନଙ୍କୁ ପିଛା କରିଥିଲା। ଗାଡ଼ିଟି କଳାହାଣ୍ଡି ଜିଲା କେସିଙ୍ଗା ଆଡ଼କୁ ଯାଉଥିବା ଦେଖି କେସିଙ୍ଗା ପୋଲିସକୁ ଖବର ଦିଆ ଯାଇଥିଲା। ରାତି ୧୦ଟାରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଧରିଥିଲା। ସେମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା, ୭ଟି ଫୋନ୍‌, ଡିକି ଭାଙ୍ଗିବାକୁ ଚାବି, କାର୍‌, ବାଇକ ଜବତ୍‌ କରାଯାଇଛି। ଏମାନଙ୍କ ନାମରେ ସମ୍ବଲପୁର, ପୁରୀ, ନୟାଗଡ଼, ଭଦ୍ରକ, ବିହାର ଆଦି ଅଞ୍ଚଳରେ ମାମଲା ରହିଛି। ଘଟଣାର ଆହୁରି ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ଥାନାଧିକାରୀ ଅଶୋକ କୁମାର ଗିରି, ଗୋଚ୍ଛପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?