ବ୍ୟାଙ୍କ ନିକଟରୁ ଲୁଟ୍‌ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌, ୬ ଗିରଫ

ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଗଞ୍ଜାମ ଜିଲା ଆସିକା ଥାନା ପକଲାପାଲି ଅଞ୍ଚଳର ଏ.କିଶୋର,ଏ.ଶ୍ରୀକାନ୍ତ, ଆଇବି କ୍ୟାମ୍ପ୍‌ ଅଞ୍ଚଳର ଏ.ହରି,ଆଙ୍କଟେସ, କିଶୋରଙ୍କ ମା’ ଏମ୍‌.ଲିଲି, ହରିଙ୍କ ବାପା ଏମ୍‌.ପାଣ୍ଡୁ, ଆସକା ଅଞ୍ଚଳର ସରସ୍ବତୀ,ସରଶା ଦାସ, କାର୍‌ ଡ୍ରାଇଭର ଲିଟୁ ଗୌଡ଼ ବୋଲି ବୁଧବାର ଫୁଲବାଣୀ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟେରାମାନେ ଲୁଟ୍‌ କରିବା ପରେ ଫେରାର ହୋଇ ଯାଇଥିଲେ। ଟାଉନ ଥାନା ପୋଲିସ ସହରର ବିଭିନ୍ନ ସିସିଟିଭ ଫୁଟେଜ୍‌କୁ ଆଧାର କରି ଆରମ୍ଭ କରିଥିଲା। ଜଣେ ଏଏସ୍‌ଆଇ ଲୁଟେରାଙ୍କୁ ଚିହ୍ନିବାରୁ ସେମାନଙ୍କୁ ଧରିବା ପାଇଁ ସହରର ଚାରିଆଡ଼େ ନାକାବନ୍ଦୀ କରାଯାଇଥିଲା। ଲୁଟେରାମାନେ ଗୋଚ୍ଛାପଡ଼ା ଆଡ଼େ ଯାଇଥିବାରୁ ସେଠାର ପୋଲିସକୁ ଖବର ଦିଆ ଯାଇଥିଲା। ପୋଲିସ ଚେକିଂ କରୁଥିବା ଦେଖି ଲୁଟେରାମାନେ ଗାଡ଼ି ବୁଲାଇ ଖଜୁରୀଗାଁ ରାସ୍ତା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ବାଟ ନ ପାଇ ସେଠାରେ ବାଇକ୍‌ ଫିଙ୍ଗି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ପୋଲିସ ସେମାନଙ୍କୁ ଚାରିଆଡୁ ଘେରି ରହିଥିଲା। ମାତ୍ର ସେମାନେ ବାହାରି ନ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆସିକା ଅଞ୍ଚଳରୁ ଏକ କାରରେ ସେମାନେ ଖସି ଯାଇଥିଲେ। ପୋଲିସ ଏହି ଖବର ପାଇବା ପରେ ସେମାନଙ୍କୁ ପିଛା କରିଥିଲା। ଗାଡ଼ିଟି କଳାହାଣ୍ଡି ଜିଲା କେସିଙ୍ଗା ଆଡ଼କୁ ଯାଉଥିବା ଦେଖି କେସିଙ୍ଗା ପୋଲିସକୁ ଖବର ଦିଆ ଯାଇଥିଲା। ରାତି ୧୦ଟାରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଧରିଥିଲା। ସେମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା, ୭ଟି ଫୋନ୍‌, ଡିକି ଭାଙ୍ଗିବାକୁ ଚାବି, କାର୍‌, ବାଇକ ଜବତ୍‌ କରାଯାଇଛି। ଏମାନଙ୍କ ନାମରେ ସମ୍ବଲପୁର, ପୁରୀ, ନୟାଗଡ଼, ଭଦ୍ରକ, ବିହାର ଆଦି ଅଞ୍ଚଳରେ ମାମଲା ରହିଛି। ଘଟଣାର ଆହୁରି ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ଥାନାଧିକାରୀ ଅଶୋକ କୁମାର ଗିରି, ଗୋଚ୍ଛପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri