ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଖଣ୍ଡଦେଉଳୀ ଗ୍ରାମ ଜିଲାର ଏକ ବୃହତ ଗାଁ ମଧ୍ୟରୁ ଅନ୍ୟତମ । ଗ୍ରାମରେ ପ୍ରାୟ ଦେଢ଼ ହଜାରରୁ ଊର୍ଦ୍ଧ ପରିବାର ବାସ କରୁଥିବା ବେଳେ ଆଖପାଖ ଦୁଇ ପଞ୍ଚାୟତ ଯଥା ପାଳଙ୍ଗ ଓ ପୋଇରାସି ଗ୍ରାମର ଲୋକଙ୍କୁ ବ୍ୟାଙ୍କ ସେବା ପାଇଁ ପ୍ରାୟ ୧୨ରୁ ୧୫ କିଲୋମିଟର ଯିବାକୁ ପଡୁଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ଏକ ଷ୍ଟେଟ ବ୍ୟାଙ୍କ ଶାଖା ଖୋଳିବାକୁ ଦାବି ପତ୍ରରେ ଦର୍ଶାଯାଇଛି l

ଏପରିକି ଖଣ୍ଡଦେଉଳୀ, ପାଲଙ୍ଗ ଓ ପୋଇରାସି ପଞ୍ଚାୟତରେ ପ୍ରାୟ ୨୦ ହଜାରରୁ ଊଦ୍ଦର୍‌ବ ଲୋକ ବାସ କରୁଥିବା ବେଳେ ଉକ୍ତ ୩ଟି ପଞ୍ଚାୟତରେ ୧୬ଟି ୟୁପି ସ୍କୁଲ, ୩ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଏମ୍‌ଇ ସ୍କୁଲ ରହିଛି l ଏହା ଛଡା ଯୁକ୍ତ ଦୁଇ, ଯୁକ୍ତ ତିନି ମହାବିଦ୍ୟାଳୟ, ପୋଷ୍ଟ ଅଫିସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ସହାୟକ କେନ୍ଦ୍ର ଖଣ୍ଡଦେଉଳୀ ଗାଁରେ ରହିଛି। ଏପରିକି ଗ୍ରାମର ଶତାଧିକ ବ୍ୟକ୍ତି କୋଇଲା ଖଣି ଶ୍ରମିକ, ପଥର କ୍ରସର ୟୁନିଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ଖଣ୍ଡଦେଉଳୀ ଗ୍ରାମରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ସରପଞ୍ଚ ବୈରାଗୀ ବେହେରା ଦାବି କରିଛନ୍ତି l

ଖଣ୍ଡଦେଉଳୀ ଏକ ସଂଯୋଗୀ ପଞ୍ଚାୟତ ହୋଇଥିବାରୁ ପାଲଙ୍ଗ ଓ ପୋଇରାଶି, କମଣ୍ଡ ଆଦି ପଞ୍ଚାୟତର ଲୋକମାନେ ବିଭିନ୍ନ ବ୍ୟବସାୟ ପାଇଁ ଖଣ୍ଡଦେଉଳୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବ୍ୟାଙ୍କ ଶାଖା ନ ଥିବାରୁ କ୍ଷୁଦ୍ର ଉଦ୍ୟୋଗୀ ନିରୁତ୍ସାହିତ ହେଉଛନ୍ତି ବୋଲି ସେ କହିଛନ୍ତି l ଦାବି ପତ୍ର ଦେବା ବେଳେ ସରପଞ୍ଚ ବେହେରାଙ୍କ ସମେତ ଗ୍ରାମର ଅଜୟ ଗୌଡ଼, ସନ୍ତୋଷ କୁମାର ଗୌଡ଼, କୃଷ୍ଣଚନ୍ଦ୍ର ସାହୁ, ରାମଚନ୍ଦ୍ର ନାୟକ, ଖଲି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri