ଚାଷୀଙ୍କ ପରେ ବ୍ୟାଙ୍କ କର୍ମଚାରୀ

କରୋନା ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାରୁ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ସରକାର ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପରିବର୍ତ୍ତେ ଏହାକୁ ଆହୁରି ବିପଦ ମଧ୍ୟକୁ ଠେଲିଦେବା ଭଳି କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରଣ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୪.୮୩ ଲକ୍ଷ କୋଟି ଟଙ୍କିଆ ବଜେଟ ଉପସ୍ଥାପନ କରିବାବେଳେ ଅର୍ଥନୀତି ସଜାଡ଼ିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ସମ୍ପର୍କରେ ଘୋଷଣା କରି ନ ଥିଲେ। କିନ୍ତୁ ୨ ସରକାରୀ ବ୍ୟାଙ୍କର ଘରୋଇକରଣ କରି ସେଥିରୁ ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଥିଲା ଏହି ଅର୍ଥ ବିଲ୍‌ର ପ୍ରମୁଖ ବିନ୍ଦୁ, ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ।

 

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୭।୩(ବ୍ୟୁରୋ): ପ୍ରଥମେ ଚାଷୀ, ଏବେ ବ୍ୟାଙ୍କ କର୍ମଚାରୀ। କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ୪ ମାସ ଧରି ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ନ ଶୁଣିବା ଯାଏ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡ଼ିବସିଛନ୍ତି। ଏହାସହ ତୁରନ୍ତ କଣ୍ଟକିତ ତାରବାଡ଼ ହଟାଇ ଆଲୋଚନାର ବାଟ ଫିଟାଇବାକୁ ମଙ୍ଗଳବାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏଭଳି ସମୟରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଦୃଢ଼ ବିରୋଧ କରିଛନ୍ତି ଦେଶର ବ୍ୟାଙ୍କର୍ସ। ୯ଟି ବ୍ୟାଙ୍କ ସଂଘକୁ ନେଇ ଗଠିତ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ଏହି ପଦକ୍ଷେପ ପ୍ରତିବାଦରେ ଦୁଇଦିନିଆ ଆନ୍ଦୋଳନ କରିଛନ୍ତି। ଫଳରେ ସୋମବାର ଓ ମଙ୍ଗଳବାର ଦେଶର ବ୍ୟାଙ୍କ କାରବାର ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି। ଏଥିଯୋଗୁ ଦେଶରେ ଲକ୍ଷାଧିକ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। କେବଳ କୃଷି କ୍ଷେତ୍ର ନୁହେଁ, ବ୍ୟାଙ୍କଗୁଡ଼ିକର ମଧ୍ୟ ଘରୋଇକରଣ କରି ବ୍ୟାଙ୍କିଙ୍ଗ୍‌ ସେକ୍ଟରର ଚାବିକାଠି ପୁଞ୍ଜିପତିଙ୍କୁ ଧରାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହାର ପ୍ରତିବାଦରେ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏଥିରେ ସାରା ଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିବାରୁ ସୋମବାର ଭଳି ମଙ୍ଗଳବାର ଦ୍ୱିତୀୟ ଦିନରେ ମଧ୍ୟ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି। ଦେଶବ୍ୟାପୀ ବ୍ୟାଙ୍କଗୁଡ଼ିକରେ କାରବାର ଏକପ୍ରକାର ଠପ୍‌ ହୋଇଯାଇଛି। ଶାଖାଗୁଡିକରେ ଟଙ୍କା ଉଠାଣ, ଜମା, ଚେକ୍‌ କ୍ଲିୟରାନ୍ସ, ରେମିଟାନ୍ସ ଭଳି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବିଭିନ୍ନ ରାଜ୍ୟର ଗ୍ରାହକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ବହୁଳ ଭାବେ ଅନୁଭୂତ ହୋଇଛି। ଓଡ଼ିଶାରେ ଧର୍ମଘଟ ଯୋଗୁ ୫, ୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଏଥିରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇଥିବା ସଂଘଗୁଡ଼ିକ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ଗ୍ରାମ୍ୟବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକର କର୍ମଚାରୀମାନେ ମଧ୍ୟ ଧର୍ମଘଟରେ ଯୋଗଦେଇଥିଲେ। ଫଳରେ ରାଜ୍ୟର ସୋମବାର ଏବଂ ମଙ୍ଗଳବାର ୨ ଦିନରେ ୭୦୦ରୁ ୮୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ଗତ ଶନିବାରଠାରୁ ଚଳିତ ସପ୍ତାହ ମଙ୍ଗଳବାର ଯାଏ ପ୍ରାୟ ୧୫୦୦ କୋଟି ଟଙ୍କାର କାରବାର ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ୟୁଏଫ୍‌ବିୟୁ ଓଡିଶା ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି, କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ ଜାରି ରହିବ। ବ୍ୟାଙ୍କ ଶାଖା ଖୋଲା ରହିଲେ ମଧ୍ୟ ସଂଘ ପକ୍ଷରୁ ଏହା ବିରୋଧରେ ଲଢ଼େଇ କରାଯିବ। ଶାଖାଗୁଡିକରେ ଚେକ୍‌ କ୍ଲିୟରାନ୍ସ୍‌, ଏନ୍‌ଇଏଫ୍‌ଟି ଜରିଆରେ କାରବାର ଆଦି ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବନ୍ଦର ପ୍ରଭାବ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଉପରେ ପଡିଛି। କାରଣ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବା ଯୋଗୁ ସେବା ଉପଲବ୍ଧ ନ ଥିଲା। ସେହିଭଳି ସୋମବାର ଏବଂ ମଙ୍ଗଳବାର ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧା ସାମ୍ନା କରିଛନ୍ତି। ବୁଧବାରଠାରୁ ବ୍ୟାଙ୍କସେବା ପୁଣି ସ୍ବାଭାବିକ ସ୍ଥିତିକୁ ଫେରିବ।
ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କଗୁଡିକ ଖୋଲା ରହିବା ଫଳରେ ଏମାନଙ୍କ ସେବାରେ କୌଣସି ସମସ୍ୟା ଆସି ନ ଥିବା ସୂଚନା ମିଳିଛି। ସେହିଭଳି ଏଟିଏମ୍‌ଗୁଡ଼ିକ ଖାଲି ହେବା ଯୋଗୁ ଲୋକମାନେ ଟଙ୍କା ଉଠାଣରେ ସମସ୍ୟା ସାମ୍ନା କରିଛନ୍ତି। ସ୍କେଲ ୧, ୨ ଏବଂ ୩ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ୧୦୦% ଅଂଶଗ୍ରହଣ କରିଥିବା ସଂଘଗୁଡ଼ିକ ପକ୍ଷରୁ ସୂଚନା ମିଳିଛି। ଧର୍ମଘଟ ସଫଳ ହୋଇଥିବା ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି। ଜମା ଏବଂ ଉଠାଣ ବାଧାପ୍ରାପ୍ତ ହେବାରୁ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗରେ ନେଣଦେଣ କରିବାକୁ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିବେଦନ କରିଥିଲେ। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାରେ ବ୍ୟାଙ୍କଗୁଡିକର ଘରୋଇକରଣ ନକାରାତ୍ମକ ପ୍ରଭାବ ପକାଇବ ବୋଲି ସଂଘ କହିଛନ୍ତି। ସଂଘଗୁଡିକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?