ମୋ ବସ୍‌ରୁ ଚୋରି କରୁଥିଲେ ବନ୍‌ଜାରା

ଭୁବନେଶ୍ୱର,୨୪।୯ (ବ୍ୟୁରୋ): ରାଜଧାନୀରେ ଚଳାଚଳ କରୁଥିବା ମୋ ବସ୍‌ରେ ଚୋରି କରୁଥିଲେ ବନ୍‌ଜାରା। ଭିଡ଼ ଭିତରେ ଆଖି ପିଛୁଳାକେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ୍‌, ଟଙ୍କା ଆଦି ସାମଗ୍ରୀ ଚୋରି କରି ଚମ୍ପଟ ମାରୁଥିଲେ। ଶେଷରେ ଏହି ବନ୍‌ଜାରା ଗ୍ୟାଙ୍ଗ୍‌ର ଦୁଇ ମୁଖ୍ୟଙ୍କୁ ଯାଜପୁରରୁ ଗିରଫ କରିଛି ଶହୀଦନଗର ଥାନା ପୋଲିସ। ସେମାନେ ହେଲେ ଯାଜପୁର ଧାନମଣ୍ଡଳ ରେଳ ଷ୍ଟେଶନ ନିକଟରେ ରହୁଥିବା ପଶ୍ଚିମବଙ୍ଗର ସଞ୍ଜୟ ସିଂ ଓ ଯାଜପୁରର ଗଣେଶ ପ୍ରଧାନ। ସେମାନଙ୍କଠାରୁ ୧୫ ମୋବାଇଲ ଫୋନ, ସୁନା କାନଫୁଲ, ସାଢେ ୫ ହଜାର ଟଙ୍କା, ୨ ଲାପଟପ୍‌, ପର୍ସ ଆଦି ଜବତ କରିଛି। ବୁଧବାର ଜଣେ କ୍ୟାନ୍‌ସର ପୀଡିତଙ୍କଠାରୁ ୧୫ହଜାର ଟଙ୍କା ଚୋରି ଓ ଗୁରୁବାର ଦୁଇ ଛାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ ଚୋରି ଘଟଣାରେ ଏମାନଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ମାମଲା ନଂ.୪୫୧/୨୦୨୨ରେ ଅଭିଯୁକ୍ତଦ୍ୱୟଙ୍କୁ ପୋଲିସ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ରାକେଟରେ ବହୁ ମହିଳା ଓ କେତେଜଣ ଛୋଟପିଲା ସାମିଲ ଥିବା ଡିସିପି ପ୍ରତୀକ ସିଂ କହିଛନ୍ତି। ଏମାନେ ସାଧାରଣତଃ ପରିତ୍ୟକ୍ତ ଘରେ, ରାସ୍ତା କଡ, ଷ୍ଟେଶନ ଆଦିରେ ରହିଥାନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ଖୁବ୍‌ଶୀଘ୍ର ଧରାଯିବାକୁ ଉଦ୍ୟମ ଜାରି ରହିଛି। ଏମାନେ ଗ୍ୟାଙ୍ଗ ବା ଏକାଠି ହୋଇ ବସ୍‌ରେ ପଶି ଭିଡ଼ ସୃଷ୍ଟି କରିବା ପରେ ପ୍ୟାଣ୍ଟ ପଛ ପକେଟ, ବ୍ୟାଗ ପଛ ପଟେ ଥିବା ଜିନିଷ ଆଦିକୁ ଅତି ଚତୁରତାର ସହ ଚୋରି କରିଥାନ୍ତି। ଏଥିସହ ଏହି ଗ୍ୟାଙ୍ଗର ସଦସ୍ୟମାନେ ପାଣି ପିଇବା କିମ୍ବା ଭିକ ମାଗିବା ବାହାନା କରି ଦିନରେ ଖୋଲା ଥିବା ଘର ଭିତରୁ ଚୋରି କରି ଫେରାର ହୋଇଯାଇଥାନ୍ତି। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ଗ୍ୟାଙ୍ଗ ଅଧିକ ସକ୍ରିୟ ରହିବ। ତେଣୁ ଚୋରି କିମ୍ବା ଲୁଟ୍‌ରୁ ବର୍ତ୍ତିବା ଲାଗି ସତର୍କ ରହିବାକୁ ଡିସିପି ସିଂ ଅପିଲ କରିଛନ୍ତି। ମୋ ବସ୍‌ରେ ଯାତ୍ରା କଲାବେଳେ ଯଦି କୌଣସି ସନ୍ଦେହଜନକ ବ୍ୟକ୍ତି, ମହିଳା କିମ୍ବା ଛୋଟ ପିଲା ନଜରକୁ ଆସନ୍ତି, ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଅନ୍ତୁ। ଘର ଖୋଲା ରଖନ୍ତୁ ନାହିଁ। କମିଶନରେଟ ପୋଲିସ ଏହା ଉପରେ ନଜର ରଖିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri