ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏହାକୁ ନେଇ ବାଂଲାଦେଶର ମତ୍ସ୍ୟ ଏବଂ ପ୍ରାଣୀପାଳନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦା ଅଖ୍‌ତାର କହିଛନ୍ତି, ସ୍ଥାନୀୟ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ଇଲିଶି ମାଛର ଯୋଗାଣକୁ ନିଶ୍ଚିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶକୁ ରପ୍ତାନି କରିବା ପୂର୍ବରୁ ଦେଶବାସୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ଇଲିଶି ମାଛ ମହଜୁଦ୍‌ ରହୁ ବୋଲି ସରକାରଙ୍କ ପ୍ରାଥମିକତା ରହିଛି। ତେଣୁ ଭାରତକୁ ଇଲିଶି ରପ୍ତାନି ବନ୍ଦ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଭାରତୀୟ ଖାଦ୍ୟରେ ବାଂଲାଦେଶୀ ଇଲିଶିର ବହୁ ଚାହିଦା ରହିଥାଏ। ସାଧାରଣତଃ ପାର୍ବଣ ଋତୁରେ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ରାଜ୍ୟରେ ଏହି ବାଂଲାଦେଶୀ ଇଲିଶି ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଦୁର୍ଗାପୂଜାରେ ବଙ୍ଗାଳୀମାନେ ସାଧାରଣତଃ ଖିଚିଡ଼ି ସହ ଇଲିଶି ଖାଇବାକୁ ପସନ୍ଦ କରିଥାନ୍ତି। ଗତବର୍ଷ ପାର୍ବଣ ଋତୁରେ ଭାରତ ବାଂଲାଦେଶରୁ ୪ ହଜାର ଟନ୍‌ ଇଲିଶି ଆମଦାନୀ କରିଥିଲା। ତେବେ ବାଂଲାଦେଶୀ ଇଲିଶିର ରପ୍ତାନି ବନ୍ଦ ହୋଇଯିବାରୁ ଏବେ ଦେଶରେ ଏହାର ଯୋଗାଣ କମ୍‌ ହେବ ବୋଲି ମତ୍ସ୍ୟ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦୁର୍ଗାପୂଜା ପୂର୍ବରୁ ଦେଶରେ ଇଲିଶିର ଅଭାବ ଦେଖାଦେବା ସହ ଏହାର ମୂଲ୍ୟ ୨ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେମାନେ ଆକଳନ କରିଛନ୍ତି।

ବିଶ୍ୱର ପ୍ରାୟ ୭୦% ଇଲିଶି ବାଂଲାଦେଶରେ ଉତ୍ପାଦନ ହୋଇଥାଏ। ଏହା ବାଂଲାଦେଶର ରାଷ୍ଟ୍ରୀୟ ମାଛ ମଧ୍ୟ ପରିଚିତ। ତେବେ ଚଳିତଥର ପାର୍ବଣ ପୂର୍ବରୁ ଭାରତକୁ ଇଲିଶି ରପ୍ତାନି ନ କରି ବାଂଲାଦେଶ ଦୀର୍ଘବର୍ଷର ପରମ୍ପରାକୁ ଭଙ୍ଗ କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲି ଆସୁଥିବା ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ପଦକ୍ଷେପକୁ ବନ୍ଦ କରିବାକୁ ବାଂଲାଦେଶ ସେନା ସମର୍ଥିତ ନୂତନ ଅନ୍ତରୀଣ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଂଲାଦେଶର କଟକଣା ସତ୍ତ୍ୱେ ଭାରତୀୟ ବଜାରରେ ବାଂଲାଦେଶୀ ଇଲିଶି ବିକ୍ରି ହେଉଛି। ମ୍ୟାନ୍‌ମାରର ଦେଇ ଏହି ଇଲିଶି ଭାରତକୁ ଆସୁଛି। ତେଣୁ ଏବେ ଏହି ଇଲିଶର ଦର ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ଉକ୍ତ ରିପୋର୍ଟରେ ପୁଣି କୁହାଯାଇଛି, ଦୁର୍ଗାପୂଜା ସମୟରେ ବାଂଲାଦେଶୀ ଇଲିଶି ଭାରତୀୟ ବଜାରରେ ଉପଲବ୍ଧ ରହିବ କିନ୍ତୁ ଯୋଗାଣଜନିତ ସମସ୍ୟା ହେତୁ ଏହାର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?