Posted inଜାତୀୟ

ଓଡ଼ିଶାରେ ପଶିଛନ୍ତି ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ରହିଛନ୍ତି। କୋଲକାତା ପୋଲିସ ସ୍ପେଶାଲ ଟାସ୍କଫୋର୍ସର ଜଣେ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ଅନ୍ୟ ୫ ଜଣ ପଶ୍ଚିମବଙ୍ଗରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କୋଲକାତାର ହରିଦେବପୁର ଅଞ୍ଚଳରେ ଗିରଫ କରାଯାଇଛି। ସେମାନେ ହେଲେ ନାଜିଉର୍‌ ରହମନ, ରବିଉଲ୍‌ ଇସ୍‌ଲାମ ଓ ସବିର।
ସୂଚନା ଅନୁଯାୟୀ, ପଡ଼ୋଶୀ ଦେଶରେ ସକ୍ରିୟ ଥିବା ଜମ୍ମାତ୍‌-ଉଲ୍‌-ମୁଜାହିଦ୍ଦିନ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀମାନେ ଚଳିତ ବର୍ଷ ଭାରତରେ ଅନୁପ୍ରବେଶ କରିଛନ୍ତି। କୋଲକାତାରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧଙ୍କୁ ଜେରାବେଳେ ଏହି ବିଷୟରେ ଜଣାପଡ଼ିଛି। ୧୦ ଜେଏମ୍‌ବି ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିଲେ। ତେବେ କୋଲକାତାରେ ଥିବା ଶେକ୍‌ ସକିଲ୍‌ ଓ ସଲିମ୍‌ ମୁନ୍‌ସୀଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ତନାଘନା ଚଳାଇଛି। ସକିଲ୍‌ ଗିରଫ ୩ ଆତଙ୍କବାଦୀଙ୍କୁ ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ। ସେମାନେ ଉକ୍ତ ଜାଲ୍‌ ଆଧାରକାର୍ଡ ବଳରେ ହରିଦେବପୁରରେ ୨ଟି ଭଡ଼ାଘର ପାଇଥିଲେ। ଏହି ୩ ଜଣ ଜେଏମ୍‌ବି ଆତଙ୍କବାଦୀ ଅଲ୍‌ ଅମୀନଙ୍କ ନିର୍ଦ୍ଦେଶ କ୍ରମେ ଅନୁପ୍ରବେଶ କରିଥିଲେ। ଏଠାକୁ ଆସିବା ପରେ ସେମାନେ ଫଳ ଓ ମଶାରି ବିକ୍ରି କରି ଚଳୁଥିଲେ।
କୋଲକାତା ଏସ୍‌ଟିଏଫ୍‌ ଉପରୋକ୍ତ ୩ ଜଣଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ବାଂଲାଦେଶ ପୋଲିସ ସହ ଯୋଗାଯୋଗ କରିଛି। ସେମାନେ ରହୁଥିବା ଭଡ଼ାଘର ମାଲିକଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ମଧ୍ୟ ୩ ଜେଏମ୍‌ବି ଅପରେଟିଭ୍‌ଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ଆରମ୍ଭ କରିଛି। ବାଂଲାଦେଶରେ ନିଷିଦ୍ଧ ଘୋଷିତ ଉକ୍ତ ଆତଙ୍କବାଦୀ ସଙ୍ଗଠନର ଏହି ୩ ସନ୍ଦିଗ୍ଧ ସଦସ୍ୟଙ୍କୁ ଇତିମଧ୍ୟରେ କୋଲକାତାସ୍ଥିତ ଏକ କୋର୍ଟରେ ହାଜର କରି ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ସନ୍ଦିଗ୍ଧଙ୍କ ନିକଟରୁ ଜେହାଦୀ ସାମଗ୍ରୀ, ଜେଏମ୍‌ବିର ବଡ଼ ଆତଙ୍କବାଦୀମାନଙ୍କ ସମ୍ପର୍କରେ ତାଲିକା ଓ ଅନ୍ୟ କେତେକ ଆପତ୍ତିଜନକ ଦସ୍ତାବିଜ୍‌ ଜବତ ହୋଇଛି। ପ୍ରକାଶ ଯେ, ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗରୁ ଅନେକ ଜେଏମ୍‌ବି ଅପରେଟିଭ୍‌ ଗିରଫ ହେଲେଣି। ୨୦୧୬ରେ ଢାକାର ଏକ ନାମକରା କାଫେରେ ଜେଏମ୍‌ବି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୭ ବିଦେଶୀଙ୍କ ସମେତ ୨୨ ନିହତ ହୋଇଥିଲେ। ଏହି ଆତଙ୍କବାଦୀ ସଙ୍ଗଠନ ଭାରତରେ ସ୍ଥିତି ମଜଭୁତ ପାଇଁ ଉଦ୍ୟମ ଚଳାଇଥିବା ୨ ବର୍ଷ ତଳେ ଜଣେ ଏନ୍‌ଆଇଏ ଅଧିକାରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri