ଶେଖ ହାସିନାଙ୍କ ପାଇଁ ଖରାପ ହେଉଛି କି ସମ୍ପର୍କ! ଭାରତକୁ ଏମିତି କଡ଼ା କଥା କହିଦେଲେ ୟୁନୁସ୍‌ ସରକାର

ଢାକା,୬।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ଭାରତ ସହ ସମ୍ପର୍କ ବିଷୟରେ କହିଛନ୍ତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ଅନୁଭବ କରୁଛି ଯେ ଶେଖ ହାସିନା ଯଦି ନ ରହିବେ, ତେବେ ଆମେ ବାଂଲାଦେଶକୁ ଆଫଗାନିସ୍ତାନରେ ପରିଣତ କରିବୁ। ସେ କହିଛନ୍ତି ଯେ ଭାରତକୁ ଏହାର କାହାଣୀ ବଦଳାଇବାକୁ ପଡିବ। ସେମାନେ ଅନୁଭବ କରୁଛନ୍ତି ଯେ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ଅଛି। ଏଥିସହ ସେ କହିଛନ୍ତି ଯେ ଅୱାମୀ ଲିଗ ବ୍ୟତୀତ ଭାରତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ଇସଲାମ ଦଳ ଭାବରେ ବିବେଚନା କରେ।

ୟୁନୁସ୍‌ କହିଛନ୍ତି, ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ନୂଆଦିଲ୍ଲୀକୁ ଏହି କାହାଣୀକୁ ପରିତ୍ୟାଗ କରିବାକୁ ପଡ଼ିବ ଯେ କେବଳ ହାସିନାଙ୍କ ନେତୃତ୍ୱ ଦେଶର ସ୍ଥିରତାକୁ ସୁନିଶ୍ଚିତ କରିପାରିବ। ସେ କହିଛନ୍ତି, ଆଗକୁ ବଢିବାକୁ ହେଲେ ଏଭଳି ଭାବନାରୁ ଭାରତକୁ ବାହାରକୁ ଆସିବାକୁ ପଡ଼ିବ।

ନିକଟରେ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ଭାରତର ଚିନ୍ତା ବିଷୟରେ ମହମ୍ମଦ ୟୁନୁସ୍‌ କହିଛନ୍ତି ଯେ ଏହା କେବଳ ଏକ ବାହାନା। ବାଂଲାଦେଶରେ ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ଦୋକାନ ଏବଂ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ଏବଂ ହିନ୍ଦୁ ମନ୍ଦିର ମଧ୍ୟ ନଷ୍ଟ ହୋଇଯାଇଥିଲା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ବିଷୟରେ ପଚରାଯିବାରୁ ମହମ୍ମଦ ୟୁନୁସ କହିଛନ୍ତି ଯେ ଉଭୟ ଦେଶ ମିଳିତ ଭାବେ କାମ କରିବା ଆବଶ୍ୟକ ଏବଂ ବର୍ତ୍ତମାନ ଏହି ସମ୍ପର୍କ ଖରାପ ହୋଇଯାଇଛି।

ସେ କହିଛନ୍ତି, ବର୍ତ୍ତମାନ ସମୟରେ ସମ୍ପର୍କକୁ ସୁଦୃଢ ଼ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଭାରତ ସହ ଦ୍ୱିପାକ୍ଷିକ ଚୁକ୍ତିନାମାର ଭବିଷ୍ୟତ ବିଷୟରେ ମହମ୍ମଦ ୟୁନୁସ କହିଛନ୍ତି , ଗମନାଗମନ ଏବଂ ଆଦାନୀ ଶକ୍ତି ଚୁକ୍ତିନାମା ଭଳି କିଛି ଚୁକ୍ତିନାମାକୁ ପୁନର୍ବିଚାର କରିବାକୁ ଦାବି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri