ରୋମାଞ୍ଚକ ମୁକାବିଲାରେ ଲକ୍ଷ୍ନୌକୁ ପରାସ୍ତ କଲା ବେଙ୍ଗାଲୁରୁ 

କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍‌ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବିର ବିଶାଳ ୨୦୮ ରନ୍ ର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ସର୍ବାଧିକ ୭୯ ରନ୍ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଜୋଶ ହେଜେଲଉଡ ୩ଟି  ଉଇକେଟ ନେଇଥିଲେ।

ଇଡେନ ଗାର୍ଡେନ୍ସରେ ଖୋଲାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ ଉଇକେଟ୍ ହରାଇ ୨୦୭ ରନ୍ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ରଜତ ପଟିଦାର ମାତ୍ର ୫୪ ବଲରୁ ୧୧୨ ରନ୍ ର ଅପରାଜିତ ଇନିଂସ ଖେଳି ଥିଲେ। ପଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରି ଥିଲେ। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ସହ ୨୩ ବଲରେ ୩୭ ରନ୍‌ର ଇନିଂସ ଖେଳି ଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ, ଅଭେସ ଖାନ୍, କ୍ରୁନାଲ ପାଣ୍ଡ୍ୟା ଓ ମହସିନ ଖାନ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ।

ଏହି ମ୍ଯାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା।

ଏହି ପରାଜୟ ସହ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ବେଙ୍ଗାଲୁରୁ ଆସନ୍ତା ଶୁକ୍ରବାର ରାଜସ୍ଥାନ ରୟାଲ୍ସ ସହିତ ଯୋଗ୍ୟତା ପର୍ଯ୍ୟାୟ-୨ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ...

ଅଷ୍ଟ୍ରେଲିଆକୁ ପଞ୍ଚମ ଟାଇଟଲ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଏକାଦଶ ସଂସ୍କରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା। ଦ୍ୱିତୀୟ ଆୟୋଜକ ଦେଶ ଭାବରେ ଅଷ୍ଟ୍ରେଲିଆ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା...

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦...

୭ ଓ୍ବିକେଟରେ ଜିତିଲା ଜିଟି …

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ବିପକ୍ଷରେ ଗୁଜରାଟ ଟାଇଟାନ୍ସ (ଜିଟି) ରନରେ ବିଜୟ ହାସଲ କରିଛି। ଜିଟି...

ସୁସ୍ମିତା ଟିଗାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି):ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର...

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି...

ଜନ୍ମଦିନ, ଡେବ୍ୟୁ ମ୍ୟାଚ୍‌, ପ୍ରଥମ ବଲ୍‌ରେ ଛକା… ବିସ୍ଫୋରକ ବ୍ୟାଟିଂ କରି ଏକାଧିକ ରେକର୍ଡ କଲେ ଏହି କ୍ରିକେଟର

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଖେଲିବା ପୂର୍ବରୁ ଉଇକେଟକିପର ସଞ୍ଜୁ ସାମସନ୍‌ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ଆହତ ହୋଇଥିବା ସାମସନ୍‌ ମ୍ୟାଚ୍‌...

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ...

Advertisement
Archives

Model This Week