ଯୁକ୍ତ ଦୁଇ ବାଣିଜ୍ୟରେ ଜିଲା ଟପ୍ପର ବଣ୍ଡା ଛାତ୍ରୀ ଆଜି ଦିନ ମଜୁରିଆ

ମାଲକାନଗିର,୩୦।୫(ଡି.ଏନ୍‌.ଏ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଭଣ୍ଡାଘାଟିରେ ୫ଟି ପଞ୍ଚାୟତରେ ୩୫ରୁ ଉର୍ଦ୍ଧ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତିା ଏହି ଜନଜାତିଙ୍କୁ ନେଇ ସାରା ଦେଶରେ ବିଭିନ୍ନ ଆଲୋଚନା ହୋଇଥାଏା ଏମାନଙ୍କୁ ଦେଖିବାପାଇଁ ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକ ବଣ୍ଡାଘାଟିକୁ ଛୁଟି ଆସନ୍ତିା ଏମାନଙ୍କ ଉନ୍ନତି ଏବଂ ଆର୍ଥିକ ମାନଦଣ୍ଡ ସୁଦୃଢ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର
୍‌କୋଟି କୋଟି ଟଙ୍କାର ଯୋଜନା ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ସ୍ବତନ୍ତ୍ର ବଣ୍ଡା ଉନ୍ନୟନ ସଂସ୍ଥା ଗଠନ କରିଛନ୍ତିା

ଗତ ବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ବଣ୍ଡାଘାଟିର ବାଣ୍ଡିପଡା ଗ୍ରାମର ଛାତ୍ରୀ କରମା ମୁଦୁଲି ଗୋବିନ୍ଦପାଲ୍ଲୀ ମହା ବିଦ୍ୟାଳୟରୁ ୮୦ ପ୍ରତିଶତରୁ ଉଦ୍ଧର୍ର୍ ନମ୍ବର ରଖି ଜିଲା ଟପ୍ପର ହୋଇଥିଲେ। ଏହା ଜଣାପଡିବା ପରେ ସାରା ଜିଲାରେ କୁମାରୀ କରମାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ଗତବର୍ଷ ୨୦୨୨ ଅଗଷ୍ଟ ୧୪ରେ ମାଲକାନଗିରି ସଦର ମହକୁମା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସେହିପରି ସ୍ବାଧୀନତା ଦିବସ ଅଗଷ୍ଟ ୧୫ରେ ରାଜ୍ୟ ସରକାର୍‌ଙ୍କ ତରଫରୁ ମାଲକାନଗିିରି ଜିଲାସ୍ତରୀୟ ପ୍ୟାରେଡ ଉତ୍ସବରେ ଶିକ୍ଷାମନ୍ତ୍ରୀ ସ୍ବତନ୍ତ୍ର ଭାବେ କରମାଙ୍କୁ ସମ୍ମାନୀତ କରିଥିଲୋ ଏହାକୁ ରାଜ୍ୟପାଳ ମଧ୍ୟ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଥିଲୋ ଜିଲା ପ୍ରଶାସନ ତରଫରୁ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନିରେ ତାଙ୍କର ନାମଲେଖା ହୋଇ ବହି ଓ ନୋଟ୍‌ବୁକ ଦିଆଯାଇଥିଲା

ଏନେଇ କରମା କହିଛନ୍ତି, ଭୁବନେଶ୍ୱର ପରି ସ୍ଥାନରେ କେବଳ ନାମ ଲେଖାଇଦେଲେ ତାଙ୍କର ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହଁା ତେଣୁ ସେ ବାଧ୍ୟ ହୋଇ ଭୁବନେଶ୍ୱରରୁ ଆସି ମାଲକାନଗିରିରେ ଅର୍ଥ ଉପାର୍ଜନ ପାଇଁ କୁଲି କାମ କରୁଛିା ଦୈନିକ ୨୫୦ଟଙ୍କା ମଜୁରି ମିଳୁଛିା ଏହାକୁ ନେଇ ସେ ଭୁବନେଶ୍ୱରରେ ତାଙ୍କ ନିଜସ୍ବ ଖର୍ଚ୍ଚ ସହ ପାଠ୍ୟ ଉପକରଣ କିଣୁଛନ୍ତି। ଆଗକୁ ବଢିବାକୁ ହେଲେ ଅର୍ଥର ଆବଶ୍ୟକତା ପାଇଁ ବାଧ୍ୟ ହୋଇ ଅନ୍ୟ ସମୟରେ କୁଲି କାମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତିା

ତେବେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ଶହ ଶହ
କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଜିଲାର ଜଣେ ମେଧାବୀ ଛାତ୍ରୀଙ୍କୁ ଅଣଦେଖା କରିଥିବା ଚର୍ଚ୍ଚାର ବିଷୟ ହୋଇଛିା ତେବେ ଆଜିର ଘଟଣା ପରେ ରାଜ୍ୟ ସରକାର ଓ ଜିଲା ପ୍ରସାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?