ଯୁକ୍ତ ଦୁଇ ବାଣିଜ୍ୟରେ ଜିଲା ଟପ୍ପର ବଣ୍ଡା ଛାତ୍ରୀ ଆଜି ଦିନ ମଜୁରିଆ

ମାଲକାନଗିର,୩୦।୫(ଡି.ଏନ୍‌.ଏ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଭଣ୍ଡାଘାଟିରେ ୫ଟି ପଞ୍ଚାୟତରେ ୩୫ରୁ ଉର୍ଦ୍ଧ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତିା ଏହି ଜନଜାତିଙ୍କୁ ନେଇ ସାରା ଦେଶରେ ବିଭିନ୍ନ ଆଲୋଚନା ହୋଇଥାଏା ଏମାନଙ୍କୁ ଦେଖିବାପାଇଁ ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକ ବଣ୍ଡାଘାଟିକୁ ଛୁଟି ଆସନ୍ତିା ଏମାନଙ୍କ ଉନ୍ନତି ଏବଂ ଆର୍ଥିକ ମାନଦଣ୍ଡ ସୁଦୃଢ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର
୍‌କୋଟି କୋଟି ଟଙ୍କାର ଯୋଜନା ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ସ୍ବତନ୍ତ୍ର ବଣ୍ଡା ଉନ୍ନୟନ ସଂସ୍ଥା ଗଠନ କରିଛନ୍ତିା

ଗତ ବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ବଣ୍ଡାଘାଟିର ବାଣ୍ଡିପଡା ଗ୍ରାମର ଛାତ୍ରୀ କରମା ମୁଦୁଲି ଗୋବିନ୍ଦପାଲ୍ଲୀ ମହା ବିଦ୍ୟାଳୟରୁ ୮୦ ପ୍ରତିଶତରୁ ଉଦ୍ଧର୍ର୍ ନମ୍ବର ରଖି ଜିଲା ଟପ୍ପର ହୋଇଥିଲେ। ଏହା ଜଣାପଡିବା ପରେ ସାରା ଜିଲାରେ କୁମାରୀ କରମାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ଗତବର୍ଷ ୨୦୨୨ ଅଗଷ୍ଟ ୧୪ରେ ମାଲକାନଗିରି ସଦର ମହକୁମା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସେହିପରି ସ୍ବାଧୀନତା ଦିବସ ଅଗଷ୍ଟ ୧୫ରେ ରାଜ୍ୟ ସରକାର୍‌ଙ୍କ ତରଫରୁ ମାଲକାନଗିିରି ଜିଲାସ୍ତରୀୟ ପ୍ୟାରେଡ ଉତ୍ସବରେ ଶିକ୍ଷାମନ୍ତ୍ରୀ ସ୍ବତନ୍ତ୍ର ଭାବେ କରମାଙ୍କୁ ସମ୍ମାନୀତ କରିଥିଲୋ ଏହାକୁ ରାଜ୍ୟପାଳ ମଧ୍ୟ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଥିଲୋ ଜିଲା ପ୍ରଶାସନ ତରଫରୁ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନିରେ ତାଙ୍କର ନାମଲେଖା ହୋଇ ବହି ଓ ନୋଟ୍‌ବୁକ ଦିଆଯାଇଥିଲା

ଏନେଇ କରମା କହିଛନ୍ତି, ଭୁବନେଶ୍ୱର ପରି ସ୍ଥାନରେ କେବଳ ନାମ ଲେଖାଇଦେଲେ ତାଙ୍କର ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହଁା ତେଣୁ ସେ ବାଧ୍ୟ ହୋଇ ଭୁବନେଶ୍ୱରରୁ ଆସି ମାଲକାନଗିରିରେ ଅର୍ଥ ଉପାର୍ଜନ ପାଇଁ କୁଲି କାମ କରୁଛିା ଦୈନିକ ୨୫୦ଟଙ୍କା ମଜୁରି ମିଳୁଛିା ଏହାକୁ ନେଇ ସେ ଭୁବନେଶ୍ୱରରେ ତାଙ୍କ ନିଜସ୍ବ ଖର୍ଚ୍ଚ ସହ ପାଠ୍ୟ ଉପକରଣ କିଣୁଛନ୍ତି। ଆଗକୁ ବଢିବାକୁ ହେଲେ ଅର୍ଥର ଆବଶ୍ୟକତା ପାଇଁ ବାଧ୍ୟ ହୋଇ ଅନ୍ୟ ସମୟରେ କୁଲି କାମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତିା

ତେବେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ଶହ ଶହ
କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଜିଲାର ଜଣେ ମେଧାବୀ ଛାତ୍ରୀଙ୍କୁ ଅଣଦେଖା କରିଥିବା ଚର୍ଚ୍ଚାର ବିଷୟ ହୋଇଛିା ତେବେ ଆଜିର ଘଟଣା ପରେ ରାଜ୍ୟ ସରକାର ଓ ଜିଲା ପ୍ରସାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri