ଜୀବିକା ଚିନ୍ତାରେ ବାଉଁଶ କାରିଗର

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଜାରିରହିଛି। ଏଥିଯୋଗୁ ରାସ୍ତାପାର୍ଶ୍ୱ ବାଉଁଶ କାରିଗରଙ୍କ ବେପାର ମାନ୍ଦା ପଡ଼ିଛି। ବେପାର ହେଉ ନ ଥିବାରୁ ସେମାନଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହେଉଛି। ପୂର୍ବରୁ ଦିନକୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏବେ ୬ଘଣ୍ଟାରେ ଶହେ ଟଙ୍କା ରୋଜଗାର କରିବା ମୁସ୍କିଲ ହେଉଛି। ଖୋର୍ଦ୍ଧା ନୂଆବସ୍‌ଷ୍ଟାଣ୍ଡରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପରିବାର ଏବେ ଦୁଃଖକଷ୍ଟରେ ଚଳୁଛନ୍ତି। ସେମାନଙ୍କୁ ପରିବାର ଚିନ୍ତା ଘାରିଛି। ରାତି ପାହିଲେ ରାସ୍ତାକଡ଼ରେ ବାଉଁଶ ନିର୍ମିତ ସାମଗ୍ରୀର ପସରା ମେଲି ସେମାନେ ବସୁଛନ୍ତି ସତ ହେଲେ ଗ୍ରାହକଙ୍କ ଦେଖାନାହିଁ। କାରିଗର ସିଦ୍ଧାର୍ଥ ପାତ୍ର କହିଛନ୍ତି, ଏଠାରେ ଆମେ ଦୀର୍ଘବର୍ଷ ଧରି ବଂଶାନୁକ୍ରମିକ ଭାବେ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ଚଳାଉଛୁ। ଗ୍ରାହକଙ୍କ ଚାହିଦାନୁସାରେ ଚାଙ୍ଗୁଡ଼ିି, ଝୁଡ଼ିି, ପରିବା ଡାଲା, ବିଞ୍ଛଣା, ଫୁଲଦାନି, ଝାଟିଆ, ପଁଅରା ସମେତ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଛୁ। ବିବାହ, ବ୍ରତ, ସମେତ ବିଭିନ୍ନ ପର୍ବପର୍ବାଣିରେ ରୋଜଗାର ଭଲ ହୋଇଥାଏ। ମାତ୍ର କରୋନା ସଂକ୍ରମଣ ବଢିବା ପରଠାରୁ ଆମ ବେପାରରେ ଗ୍ରହଣ ଲାଗିଯାଇଛି। ଗତ ବର୍ଷସାରା କିଛି ବେପାର ହୋଇ ନ ଥିବାବେଳେ ଏବେ ମଧ୍ୟ ସେହି ସ୍ଥିତି। ଲକ୍‌ଡାଉନ, ଶଟ୍‌ଡାଉନ ମଧ୍ୟରେ ବାଉଁଶ କାରିଗର ପେଷି ହୋଇଯାଉଛନ୍ତି। ପୂର୍ବରୁ ଦୈନିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର ହେଉଥିଲା। ଏବେ ଶହେ ଟଙ୍କା ବି ମିଳୁନି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ରହିଛି। ହେଲେ ବଜାରକୁ କାଁ ଭାଁ ଲୋକେ ଆସୁଥିବାରୁ ବେପାର ପୂରା ମାନ୍ଦା। ଗତ ସପ୍ତାହକ ମଧ୍ୟରେ ମାତ୍ର ୬ଶହ ଟଙ୍କା ରୋଜଗାର ହୋଇଛି। ଏଥିରେ ପରିବାର କିପରି ଚଳାଇବୁ ସେଇ ଚିନ୍ତା ଘାରିଛି। ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ପେଟ ଚିନ୍ତା। ଏମିତି ଦୋଛକିରେ ବାଉଁଶ କାରିଗରଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ସିଦ୍ଧାର୍ଥଙ୍କ ସମେତ ବହୁ ବାଉଁଶ କାରିଗର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri