ଜୀବିକା ଚିନ୍ତାରେ ବାଉଁଶ କାରିଗର

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଜାରିରହିଛି। ଏଥିଯୋଗୁ ରାସ୍ତାପାର୍ଶ୍ୱ ବାଉଁଶ କାରିଗରଙ୍କ ବେପାର ମାନ୍ଦା ପଡ଼ିଛି। ବେପାର ହେଉ ନ ଥିବାରୁ ସେମାନଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହେଉଛି। ପୂର୍ବରୁ ଦିନକୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏବେ ୬ଘଣ୍ଟାରେ ଶହେ ଟଙ୍କା ରୋଜଗାର କରିବା ମୁସ୍କିଲ ହେଉଛି। ଖୋର୍ଦ୍ଧା ନୂଆବସ୍‌ଷ୍ଟାଣ୍ଡରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପରିବାର ଏବେ ଦୁଃଖକଷ୍ଟରେ ଚଳୁଛନ୍ତି। ସେମାନଙ୍କୁ ପରିବାର ଚିନ୍ତା ଘାରିଛି। ରାତି ପାହିଲେ ରାସ୍ତାକଡ଼ରେ ବାଉଁଶ ନିର୍ମିତ ସାମଗ୍ରୀର ପସରା ମେଲି ସେମାନେ ବସୁଛନ୍ତି ସତ ହେଲେ ଗ୍ରାହକଙ୍କ ଦେଖାନାହିଁ। କାରିଗର ସିଦ୍ଧାର୍ଥ ପାତ୍ର କହିଛନ୍ତି, ଏଠାରେ ଆମେ ଦୀର୍ଘବର୍ଷ ଧରି ବଂଶାନୁକ୍ରମିକ ଭାବେ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ଚଳାଉଛୁ। ଗ୍ରାହକଙ୍କ ଚାହିଦାନୁସାରେ ଚାଙ୍ଗୁଡ଼ିି, ଝୁଡ଼ିି, ପରିବା ଡାଲା, ବିଞ୍ଛଣା, ଫୁଲଦାନି, ଝାଟିଆ, ପଁଅରା ସମେତ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଛୁ। ବିବାହ, ବ୍ରତ, ସମେତ ବିଭିନ୍ନ ପର୍ବପର୍ବାଣିରେ ରୋଜଗାର ଭଲ ହୋଇଥାଏ। ମାତ୍ର କରୋନା ସଂକ୍ରମଣ ବଢିବା ପରଠାରୁ ଆମ ବେପାରରେ ଗ୍ରହଣ ଲାଗିଯାଇଛି। ଗତ ବର୍ଷସାରା କିଛି ବେପାର ହୋଇ ନ ଥିବାବେଳେ ଏବେ ମଧ୍ୟ ସେହି ସ୍ଥିତି। ଲକ୍‌ଡାଉନ, ଶଟ୍‌ଡାଉନ ମଧ୍ୟରେ ବାଉଁଶ କାରିଗର ପେଷି ହୋଇଯାଉଛନ୍ତି। ପୂର୍ବରୁ ଦୈନିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର ହେଉଥିଲା। ଏବେ ଶହେ ଟଙ୍କା ବି ମିଳୁନି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ରହିଛି। ହେଲେ ବଜାରକୁ କାଁ ଭାଁ ଲୋକେ ଆସୁଥିବାରୁ ବେପାର ପୂରା ମାନ୍ଦା। ଗତ ସପ୍ତାହକ ମଧ୍ୟରେ ମାତ୍ର ୬ଶହ ଟଙ୍କା ରୋଜଗାର ହୋଇଛି। ଏଥିରେ ପରିବାର କିପରି ଚଳାଇବୁ ସେଇ ଚିନ୍ତା ଘାରିଛି। ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ପେଟ ଚିନ୍ତା। ଏମିତି ଦୋଛକିରେ ବାଉଁଶ କାରିଗରଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ସିଦ୍ଧାର୍ଥଙ୍କ ସମେତ ବହୁ ବାଉଁଶ କାରିଗର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ...

ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ...

ରାଷ୍ଟ୍ରପତିଙ୍କୁ ଜେଜେମା’ ସମ୍ବୋଧନ କରି ଚିଠି

ଖୋର୍ଦ୍ଧା ଅଫିସ,୨୩ା୧୧: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡ଼ିଶାର ସୁଖ୍ୟାତି ବଢ଼ିଛି। ସେ ପିଲାଙ୍କୁ ଭଲ ପାଉଥିବା ତାଙ୍କ ପ୍ରଥମ ଓଡ଼ିଶା...

ଓଡ଼ିଶାରେ ଖୁବ୍‌ଶୀଘ୍ର ଆଇଟିଏମ୍‌ଏସ୍‌

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା...

ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ...

ହ୍ବିଲଚେୟାରରେ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୧୭।୧ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର...

ଗୁଗଲ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡିଆ ଭାଷାକୁ ଆଉ ଏକ ବଡ ସଫଳତା ମିଳିଛି। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଏବେ ଓଡିଆ ଭାଷା ଉପଲବ୍ଧ ହେବ। ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା...

ଚିକିତ୍ସା ଲାଗି ଟଁକା ବାଧକ୍‌: ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ରାଉରକେଲା ଅଫିସ,୨୫।୪: ଟଁକା ପଏସା ଅଭାବ ଥିଲେ ବି ଝି’କେ ପାଠ୍‌ ପଢ଼ାବାରେ କେହେନ୍‌ସି ପରକାର ଉନା ନାଇଁକରି। ତାକର ଗୁଟେନ ଉଦେଶ ଥିଲା ଝି’କେ ପାଠ୍‌...

Advertisement
Archives

Model This Week