ବାଉଁଶ ବିନ୍ଧାଣି ‘ଭାଗୀରଥି ସାର୍‌’

କାମାକ୍ଷାନଗର, ୧୫।୨(ସୁଧୀର କୁମାର ପରିଡ଼ା):  ବାଉଁଶରୁ କାରିଗରି। ଡ୍ରେସିଂ ଟେବୁଲ, ଫୁଲଦାନି, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ଉପକରଣ। ଦେଖିଲେ ଆଖି ଲାଖିଯିବ। ନିର୍ଜୀବ ବାଉଁଶରୁ ଏଭଳି କଳାକୃତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଭାଗୀରଥି ସାର୍‌। ଶିକ୍ଷକତା ବୃତ୍ତିରେ ସାରାଜୀବନ କାଟିଥିବା ଏହି ମଣିଷଙ୍କ ଉଦ୍ୟମରେ ଜାତୀୟସ୍ତରରେ ପହଞ୍ଚତ୍ପାରିଛି ଢେଙ୍କାନାଳ ଜିଲାର ବାଉଁଶ ହସ୍ତଶିଳ୍ପ କଳା।

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ସଦରରେ ରୁହନ୍ତି ଭାଗୀରଥି ଦାସ। ବୟସ ୮୧ ପାର୍‌ କଲାଣି। ତଥାପି ସେ ଚଳଚଞ୍ଚଳ। ଶିକ୍ଷକତା ବୃତ୍ତିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସେ ପଡ଼ିଯାଇଛନ୍ତି ବାଉଁଶ ପ୍ରେମରେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ ଏବଂ କଳା କାରିଗରି ପ୍ରତି ରହିଥିବା ଝୁଙ୍କ୍‌ ଅନୁକୂଳ ପରିବେଶ ପାଇଲେ ବିକଶିତ ହୁଏ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାଗୀରଥି ସାର୍‌। ବାଉଁଶରେ ତିଆରି ଟେବୁଲ, ଚୌକି, ସୋଫା, ଫୁଲଦାନି, ପେନ୍‌ଷ୍ଟାଣ୍ଡ୍‌, ଟି-ପଏ, ସୋଫା, ଷ୍ଟୁଲ ଭଳି ସୌଖୀନ ସାମଗ୍ରୀ ତାଙ୍କୁ ଆଣିଦେଇଛି ସୁନାମ।


୧୯୪୧ରେ ଜନ୍ମିତ ଭାଗୀରଥି ୧୮ ବର୍ଷ ବୟସରୁ ଶିକ୍ଷକତାରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ। ୩୦ବର୍ଷ ଧରି କାର୍ଯ୍ୟ କରିବା ପରେ ଦେଖାଦେଇଥିବା ଶାରୀରିକ ଅସୁସ୍ଥତା ମାନସିକ ସନ୍ତୁଳନ ବିଗାଡ଼ି ଦେଇଥିଲା। ଫଳରେ ଚାକିରି ଅବଧି ଶେଷ ହେବାର ୯ ବର୍ଷ ପୂର୍ବରୁ ସେ ନେଇଯାଇଥିଲେ ସ୍ବେଚ୍ଛାକୃତ ଅବସର। ସ୍ବଳ୍ପ ପେନ୍‌ସନ୍‌ ଟଙ୍କାରେ ଚିକିତ୍ସିତ ହେବା ଏବଂ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଏହାପରେ ସେ ଏକ ପାନଦୋକାନ ଆରମ୍ଭ କରିଥିଲେ। ଦୋକାନରେ କାଗଜ, କାଠକୁ ବ୍ୟବହାର କରି ଘରସଜ୍ଜା ଉପକରଣ ପ୍ରସ୍ତୁତ କରୁଥିଲେ। ଏକଦା ଥଟ୍ଟାମଜାରେ ସାଙ୍ଗସାଥୀଙ୍କ ମେଳରେ ବାଉଁଶକୁ ନେଇ ଏକ ପେନ୍‌ଷ୍ଟାଣ୍ଡ ନିର୍ମାଣ କରିଥିଲେ। ଏହା ତାଙ୍କୁ ବାଉଁଶ କାରିଗରି ପ୍ରତି ପ୍ରେରିତ କରିଥିଲା। ପାନଦୋକାନ ନ ଚାଲିବାରୁ ବାହାରୁ ଡୋକ୍ରା ହସ୍ତଶିଳ୍ପ ସାମଗ୍ରୀ ଆଣି ବିଭିନ୍ନ ପ୍ରଦର୍ଶନୀ ମେଳାରେ ବିକ୍ରି କରୁଥିଲେ। ଆସାମର ଏକ ପ୍ରଦର୍ଶନୀରେ ବାଉଁଶରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଦେଖିବା ପରେ ସେ ଆଉ ପଛକୁ ଫେରିନାହାନ୍ତି। ଦିନକୁ ଦିନ ତାଙ୍କ ହାତ ତିଆରି ବାଉଁଶ ସାମଗ୍ରୀର ଆଦର ବଢ଼ିବା ପରେ ଏଥିରେ ସେ ଅଧିକ ସମୟ ବିତାଉଛନ୍ତି। ଏଥିସହ ଚାନ୍ଦୁଆ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଭାଗୀରଥି ସାର୍‌ଙ୍କ ନିଷ୍ଠାପର ଉଦ୍ୟମ ବଳରେ ବାଉଁଶ ତିଆରି ହସ୍ତଶିଳ୍ପ ଆଜି ଢେଙ୍କାନାଳରୁ ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ବେକାର ଯୁବତୀଯୁବକମାନେ ଏହାକୁ ବୃତ୍ତିଭାବେ ଗ୍ରହଣ କରିବାକୁ ଆଗ୍ରହୀ ହେଉଛନ୍ତି। ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି) ପ୍ରୋତ୍ସାହନରେ ଅନେକ ଆଗ୍ରହୀ ଯୁବତୀଯୁବକ ତାଙ୍କ ପାଖରୁ ପ୍ରଶିକ୍ଷଣ ନେଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ଢେଙ୍କାନାଳ ଜିଲାରେ ବାଉଁଶ ହସ୍ତଶିଳ୍ପ କେନ୍ଦ୍ର କରି ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଅନେକେ ରୋଜଗାର ପାଇପାରନ୍ତେ ବୋଲି ଭାଗୀରଥି କହିଛନ୍ତି। ଉଷା ପାଢ଼ୀ ଜିଲାପାଳ ଥିବା ସମୟରେ ପଲ୍ଲିଶ୍ରୀ ମେଳାରେ ତାଙ୍କ ବାଉଁଶ କାରିଗରିକୁ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ। ଏହାକୁ ବାଦ୍‌ ଦେଲେ ଅଦ୍ୟାବଧି କୌଣସି ସରକାରୀ ମାନ୍ୟତା ମିଳି ନ ଥିବା କ୍ଷୋଭବ୍ୟକ୍ତ କରିଛନ୍ତି।
ଭାଗୀରଥିଙ୍କ ୫ ପୁଅ ମଧ୍ୟରୁ ବଡ଼ପୁଅଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ ପୁଅ ନିଜ ନିଜ କ୍ଷେତ୍ରରେ ବ୍ୟସ୍ତ। ଯଦିଓ ଏବେ ସେତେଟା ଆର୍ଥିକ ସମସ୍ୟା ନାହିଁ, ତଥାପି ହାତଗୋଡ଼ ଚାଲୁଥିବାଯାଏ ବାଉଁଶ ଶିଳ୍ପର ବିକାଶ ଲାଗି କାମ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri