ବାଉଁଶ ବିନ୍ଧାଣି ‘ଭାଗୀରଥି ସାର୍‌’

କାମାକ୍ଷାନଗର, ୧୫।୨(ସୁଧୀର କୁମାର ପରିଡ଼ା):  ବାଉଁଶରୁ କାରିଗରି। ଡ୍ରେସିଂ ଟେବୁଲ, ଫୁଲଦାନି, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ଉପକରଣ। ଦେଖିଲେ ଆଖି ଲାଖିଯିବ। ନିର୍ଜୀବ ବାଉଁଶରୁ ଏଭଳି କଳାକୃତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଭାଗୀରଥି ସାର୍‌। ଶିକ୍ଷକତା ବୃତ୍ତିରେ ସାରାଜୀବନ କାଟିଥିବା ଏହି ମଣିଷଙ୍କ ଉଦ୍ୟମରେ ଜାତୀୟସ୍ତରରେ ପହଞ୍ଚତ୍ପାରିଛି ଢେଙ୍କାନାଳ ଜିଲାର ବାଉଁଶ ହସ୍ତଶିଳ୍ପ କଳା।

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ସଦରରେ ରୁହନ୍ତି ଭାଗୀରଥି ଦାସ। ବୟସ ୮୧ ପାର୍‌ କଲାଣି। ତଥାପି ସେ ଚଳଚଞ୍ଚଳ। ଶିକ୍ଷକତା ବୃତ୍ତିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସେ ପଡ଼ିଯାଇଛନ୍ତି ବାଉଁଶ ପ୍ରେମରେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ ଏବଂ କଳା କାରିଗରି ପ୍ରତି ରହିଥିବା ଝୁଙ୍କ୍‌ ଅନୁକୂଳ ପରିବେଶ ପାଇଲେ ବିକଶିତ ହୁଏ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାଗୀରଥି ସାର୍‌। ବାଉଁଶରେ ତିଆରି ଟେବୁଲ, ଚୌକି, ସୋଫା, ଫୁଲଦାନି, ପେନ୍‌ଷ୍ଟାଣ୍ଡ୍‌, ଟି-ପଏ, ସୋଫା, ଷ୍ଟୁଲ ଭଳି ସୌଖୀନ ସାମଗ୍ରୀ ତାଙ୍କୁ ଆଣିଦେଇଛି ସୁନାମ।


୧୯୪୧ରେ ଜନ୍ମିତ ଭାଗୀରଥି ୧୮ ବର୍ଷ ବୟସରୁ ଶିକ୍ଷକତାରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ। ୩୦ବର୍ଷ ଧରି କାର୍ଯ୍ୟ କରିବା ପରେ ଦେଖାଦେଇଥିବା ଶାରୀରିକ ଅସୁସ୍ଥତା ମାନସିକ ସନ୍ତୁଳନ ବିଗାଡ଼ି ଦେଇଥିଲା। ଫଳରେ ଚାକିରି ଅବଧି ଶେଷ ହେବାର ୯ ବର୍ଷ ପୂର୍ବରୁ ସେ ନେଇଯାଇଥିଲେ ସ୍ବେଚ୍ଛାକୃତ ଅବସର। ସ୍ବଳ୍ପ ପେନ୍‌ସନ୍‌ ଟଙ୍କାରେ ଚିକିତ୍ସିତ ହେବା ଏବଂ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଏହାପରେ ସେ ଏକ ପାନଦୋକାନ ଆରମ୍ଭ କରିଥିଲେ। ଦୋକାନରେ କାଗଜ, କାଠକୁ ବ୍ୟବହାର କରି ଘରସଜ୍ଜା ଉପକରଣ ପ୍ରସ୍ତୁତ କରୁଥିଲେ। ଏକଦା ଥଟ୍ଟାମଜାରେ ସାଙ୍ଗସାଥୀଙ୍କ ମେଳରେ ବାଉଁଶକୁ ନେଇ ଏକ ପେନ୍‌ଷ୍ଟାଣ୍ଡ ନିର୍ମାଣ କରିଥିଲେ। ଏହା ତାଙ୍କୁ ବାଉଁଶ କାରିଗରି ପ୍ରତି ପ୍ରେରିତ କରିଥିଲା। ପାନଦୋକାନ ନ ଚାଲିବାରୁ ବାହାରୁ ଡୋକ୍ରା ହସ୍ତଶିଳ୍ପ ସାମଗ୍ରୀ ଆଣି ବିଭିନ୍ନ ପ୍ରଦର୍ଶନୀ ମେଳାରେ ବିକ୍ରି କରୁଥିଲେ। ଆସାମର ଏକ ପ୍ରଦର୍ଶନୀରେ ବାଉଁଶରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଦେଖିବା ପରେ ସେ ଆଉ ପଛକୁ ଫେରିନାହାନ୍ତି। ଦିନକୁ ଦିନ ତାଙ୍କ ହାତ ତିଆରି ବାଉଁଶ ସାମଗ୍ରୀର ଆଦର ବଢ଼ିବା ପରେ ଏଥିରେ ସେ ଅଧିକ ସମୟ ବିତାଉଛନ୍ତି। ଏଥିସହ ଚାନ୍ଦୁଆ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଭାଗୀରଥି ସାର୍‌ଙ୍କ ନିଷ୍ଠାପର ଉଦ୍ୟମ ବଳରେ ବାଉଁଶ ତିଆରି ହସ୍ତଶିଳ୍ପ ଆଜି ଢେଙ୍କାନାଳରୁ ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ବେକାର ଯୁବତୀଯୁବକମାନେ ଏହାକୁ ବୃତ୍ତିଭାବେ ଗ୍ରହଣ କରିବାକୁ ଆଗ୍ରହୀ ହେଉଛନ୍ତି। ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି) ପ୍ରୋତ୍ସାହନରେ ଅନେକ ଆଗ୍ରହୀ ଯୁବତୀଯୁବକ ତାଙ୍କ ପାଖରୁ ପ୍ରଶିକ୍ଷଣ ନେଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ଢେଙ୍କାନାଳ ଜିଲାରେ ବାଉଁଶ ହସ୍ତଶିଳ୍ପ କେନ୍ଦ୍ର କରି ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଅନେକେ ରୋଜଗାର ପାଇପାରନ୍ତେ ବୋଲି ଭାଗୀରଥି କହିଛନ୍ତି। ଉଷା ପାଢ଼ୀ ଜିଲାପାଳ ଥିବା ସମୟରେ ପଲ୍ଲିଶ୍ରୀ ମେଳାରେ ତାଙ୍କ ବାଉଁଶ କାରିଗରିକୁ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ। ଏହାକୁ ବାଦ୍‌ ଦେଲେ ଅଦ୍ୟାବଧି କୌଣସି ସରକାରୀ ମାନ୍ୟତା ମିଳି ନ ଥିବା କ୍ଷୋଭବ୍ୟକ୍ତ କରିଛନ୍ତି।
ଭାଗୀରଥିଙ୍କ ୫ ପୁଅ ମଧ୍ୟରୁ ବଡ଼ପୁଅଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ ପୁଅ ନିଜ ନିଜ କ୍ଷେତ୍ରରେ ବ୍ୟସ୍ତ। ଯଦିଓ ଏବେ ସେତେଟା ଆର୍ଥିକ ସମସ୍ୟା ନାହିଁ, ତଥାପି ହାତଗୋଡ଼ ଚାଲୁଥିବାଯାଏ ବାଉଁଶ ଶିଳ୍ପର ବିକାଶ ଲାଗି କାମ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri