ଜନସାଧାରଣଙ୍କ କୋର୍ଟରେ ବଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଜେଲରୁ ମୁକ୍ତ ହେବା ପରେ ୧୫ ସେପ୍ଟେମ୍ବରରେ ସେ କହିଛନ୍ତି, ଆସନ୍ତା ଦୁଇଦିନ ପରେ ପଦବୀରୁ ଇସ୍ତଫା ଦେବେ। ଏଥିସହିତ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୨୦୨୫ରେ ହେବାକୁ ଥିବାବେଳେ ୨୦୨୪ ନଭେମ୍ବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ମତଦାନ କରିବା ସକାଶେ କେଜରିଓ୍ବାଲ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉପରଲିଖିତ ମାମଲାରେ ପ୍ରଥମେ ୨୧ ମାର୍ଚ୍ଚ ୨୦୨୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍‌ରିଓ୍ବାଲ୍‌ଙ୍କୁ ଗିରଫ କରିଥିବା ବେଳେ ୨୬ ଜୁନ୍‌ରେ ସିବିଆଇ ମଧ୍ୟ ଗିରଫ କରିଥିଲା। ଦର୍ଶାଯାଇପାରେ, ଇଡି ଏବଂ ସିବିଆଇ ମାମଲା ମିଶିଲେ ସେ ୧୨୫ ଦିନ ଜେଲରେ ରହିଥିଲେ। ୨୦୨୪ ନିର୍ବାଚନ ବେଳେ ୨୧ ଦିନ ପ୍ରଚାର ପାଇଁ ତାଙ୍କୁ ଛଡ଼ାଯାଇଥିଲା। ପୂର୍ବରୁ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଥିବାବେଳେ ସଦ୍ୟ ଘଟଣା କ୍ରମରେ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଏବେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ଦେବାବେଳେ ସିବିଆଇର ଭୂମିକାକୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଥିଲେ। ସିବିଆଇକୁ ପଞ୍ଜୁରି ଭିତରେ ଶୁଆ ବୋଲି ସୁପ୍ରିମକୋର୍ଟ ବହୁ ଆଗରୁ ଆଖ୍ୟା ଦେଇଥିଲେ। କେଜ୍‌ରିଓ୍ବାଲଙ୍କ ମାମଲାରେ କହିଛନ୍ତି, ଏବେ ସମୟ ଆସିଛି ତଦନ୍ତ ସଂସ୍ଥା ନିଜ ଭାବମୂର୍ତ୍ତିକୁ ସୁଧାରି ନିଜକୁ ଏକ ମୁକ୍ତ ଶୁଆ ଭାବେ ପ୍ରମାଣିତ କରିବା ଦରକାର। ଅବଶ୍ୟ ସୁପ୍ରିମକୋର୍ଟ ଏହିସବୁ କହୁଥିଲାବେଳେ କେଜ୍‌ରିଓ୍ବାଲଙ୍କ ପାଇଁ ଅନେକ ସର୍ତ୍ତ ରଖିଛନ୍ତି। ସେ ସେକ୍ରେଟାରିଏଟ୍‌କୁ ଯାଇପାରିବେ ନାହିଁ। କୌଣସି ଫାଇଲ୍‌ରେ ଦସ୍ତଖତ କରିପାରିବେ ନାହିଁ। ସେ ସାକ୍ଷୀମାନଙ୍କୁ ମଧ୍ୟ ଦେଖାକରିପାରିବେ ନାହିଁ। ଏଥିରୁ ସ୍ବାଭାବିକ ଭାବେ ବୁଝାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, କେଜ୍‌ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯିବା ପୂର୍ବରୁ ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ବାସଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇ ଗଣେଶ ପୂଜା କରିଥିଲେ। ଏହି ଘଟଣା ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।
କେଜ୍‌ରିଓ୍ବାଲଙ୍କୁ ସିବିଆଇ ଗିରଫ କରିବା ରାଜନୈତିକ ଚାପ ଯୋଗୁ ଘଟିଥିବା କୁହାଯାଉଛି । ଏପଟେ କେଜ୍‌ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦିନୁ ସେଠାକାର ଉପରାଜ୍ୟପାଳ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ବିରୋଧ କରି ଆସୁଛନ୍ତି। ତାଙ୍କ ଲୋକପ୍ରିୟତା କମାଇବା ପାଇଁ ବାରମ୍ବାର ପ୍ରଚେଷ୍ଟା ହେଉଥିବାରୁ କେଜ୍‌ରିଓ୍ବାଲ ଆଗାମୀ ନିର୍ବାଚନରେ ଜନସମର୍ଥନ ହାସଲ ଲକ୍ଷ୍ୟରେ ଇସ୍ତଫା ଦେବାକୁ କହିଛନ୍ତିି। ବିରୋଧୀ କହୁଛନ୍ତି ଯେ ଲୋକଙ୍କ ଅନୁକମ୍ପା ହାସଲ କରିବା ଲାଗି ସେ କାଳେ ଏଭଳି କରୁଛନ୍ତି। ଏହା ସତ୍ୟ ହୋଇପାରେ। ତେବେ କେଜ୍‌ରିଓ୍ବାଲଙ୍କ ଗିରଫର ସମୟ ଦେଖିଲେ ସେଥିରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଫୁଟି ଦିଶୁଛି। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ସିବିଆଇକୁ ଗାଳିକରି ଯେତେବେଳେ ତାଙ୍କୁ ଜାମିନ ଦେଇଛନ୍ତି, କେଜ୍‌ରିଓ୍ବାଲ ମୁଣ୍ଡ ଟେକି ନିଜର ସଚ୍ଚୋଟତାର ପ୍ରମାଣ ଦେବାକୁ ଆଗଭର ହେଉଛନ୍ତି। ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପାଇଁ ଅନେକ କଟକଣା ରହିଛି। ସେଥିପାଇଁ ଅସହାୟ ମୁଖ୍ୟମନ୍ତ୍ରୀ ଭାବେ ନ ରହି ସେ ଇସ୍ତଫା ଦେବା ଲାଗି ଉଚିତ ମଣିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ତାଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରନ୍ତି। କେଜ୍‌ରିଓ୍ବାଲ୍‌ ଏହା ମଧ୍ୟ କହୁଛନ୍ତି ଯେ ଯଦି ଜନସାଧାରଣ ଭାବୁଛନ୍ତି ସେ ଦୋଷୀ, ତେବେ ତାଙ୍କୁ କେହି ଭୋଟ ନ ଦିଅନ୍ତୁ। ଲୋକଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ ହୋଇ ଭୋଟରେ ଜିତିଲେ ଯାଇ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କହିବା ପରେ ରାଜନୀତିରେ ନୂଆ ମୋଡ଼ ଆସିବାର ଅନୁମାନ କରାଯାଉଛି। ବର୍ତ୍ତମାନ ଜନସାଧାରଣଙ୍କ କୋର୍ଟରେ ବଲ୍‌ ଅଟକିଛି। ସେମାନେ କେଉଁ ନିଷ୍ପତ୍ତି ନେବେ ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?