ଜନସାଧାରଣଙ୍କ କୋର୍ଟରେ ବଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଜେଲରୁ ମୁକ୍ତ ହେବା ପରେ ୧୫ ସେପ୍ଟେମ୍ବରରେ ସେ କହିଛନ୍ତି, ଆସନ୍ତା ଦୁଇଦିନ ପରେ ପଦବୀରୁ ଇସ୍ତଫା ଦେବେ। ଏଥିସହିତ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୨୦୨୫ରେ ହେବାକୁ ଥିବାବେଳେ ୨୦୨୪ ନଭେମ୍ବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ମତଦାନ କରିବା ସକାଶେ କେଜରିଓ୍ବାଲ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉପରଲିଖିତ ମାମଲାରେ ପ୍ରଥମେ ୨୧ ମାର୍ଚ୍ଚ ୨୦୨୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍‌ରିଓ୍ବାଲ୍‌ଙ୍କୁ ଗିରଫ କରିଥିବା ବେଳେ ୨୬ ଜୁନ୍‌ରେ ସିବିଆଇ ମଧ୍ୟ ଗିରଫ କରିଥିଲା। ଦର୍ଶାଯାଇପାରେ, ଇଡି ଏବଂ ସିବିଆଇ ମାମଲା ମିଶିଲେ ସେ ୧୨୫ ଦିନ ଜେଲରେ ରହିଥିଲେ। ୨୦୨୪ ନିର୍ବାଚନ ବେଳେ ୨୧ ଦିନ ପ୍ରଚାର ପାଇଁ ତାଙ୍କୁ ଛଡ଼ାଯାଇଥିଲା। ପୂର୍ବରୁ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଥିବାବେଳେ ସଦ୍ୟ ଘଟଣା କ୍ରମରେ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଏବେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ଦେବାବେଳେ ସିବିଆଇର ଭୂମିକାକୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଥିଲେ। ସିବିଆଇକୁ ପଞ୍ଜୁରି ଭିତରେ ଶୁଆ ବୋଲି ସୁପ୍ରିମକୋର୍ଟ ବହୁ ଆଗରୁ ଆଖ୍ୟା ଦେଇଥିଲେ। କେଜ୍‌ରିଓ୍ବାଲଙ୍କ ମାମଲାରେ କହିଛନ୍ତି, ଏବେ ସମୟ ଆସିଛି ତଦନ୍ତ ସଂସ୍ଥା ନିଜ ଭାବମୂର୍ତ୍ତିକୁ ସୁଧାରି ନିଜକୁ ଏକ ମୁକ୍ତ ଶୁଆ ଭାବେ ପ୍ରମାଣିତ କରିବା ଦରକାର। ଅବଶ୍ୟ ସୁପ୍ରିମକୋର୍ଟ ଏହିସବୁ କହୁଥିଲାବେଳେ କେଜ୍‌ରିଓ୍ବାଲଙ୍କ ପାଇଁ ଅନେକ ସର୍ତ୍ତ ରଖିଛନ୍ତି। ସେ ସେକ୍ରେଟାରିଏଟ୍‌କୁ ଯାଇପାରିବେ ନାହିଁ। କୌଣସି ଫାଇଲ୍‌ରେ ଦସ୍ତଖତ କରିପାରିବେ ନାହିଁ। ସେ ସାକ୍ଷୀମାନଙ୍କୁ ମଧ୍ୟ ଦେଖାକରିପାରିବେ ନାହିଁ। ଏଥିରୁ ସ୍ବାଭାବିକ ଭାବେ ବୁଝାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, କେଜ୍‌ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯିବା ପୂର୍ବରୁ ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ବାସଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇ ଗଣେଶ ପୂଜା କରିଥିଲେ। ଏହି ଘଟଣା ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।
କେଜ୍‌ରିଓ୍ବାଲଙ୍କୁ ସିବିଆଇ ଗିରଫ କରିବା ରାଜନୈତିକ ଚାପ ଯୋଗୁ ଘଟିଥିବା କୁହାଯାଉଛି । ଏପଟେ କେଜ୍‌ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦିନୁ ସେଠାକାର ଉପରାଜ୍ୟପାଳ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ବିରୋଧ କରି ଆସୁଛନ୍ତି। ତାଙ୍କ ଲୋକପ୍ରିୟତା କମାଇବା ପାଇଁ ବାରମ୍ବାର ପ୍ରଚେଷ୍ଟା ହେଉଥିବାରୁ କେଜ୍‌ରିଓ୍ବାଲ ଆଗାମୀ ନିର୍ବାଚନରେ ଜନସମର୍ଥନ ହାସଲ ଲକ୍ଷ୍ୟରେ ଇସ୍ତଫା ଦେବାକୁ କହିଛନ୍ତିି। ବିରୋଧୀ କହୁଛନ୍ତି ଯେ ଲୋକଙ୍କ ଅନୁକମ୍ପା ହାସଲ କରିବା ଲାଗି ସେ କାଳେ ଏଭଳି କରୁଛନ୍ତି। ଏହା ସତ୍ୟ ହୋଇପାରେ। ତେବେ କେଜ୍‌ରିଓ୍ବାଲଙ୍କ ଗିରଫର ସମୟ ଦେଖିଲେ ସେଥିରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଫୁଟି ଦିଶୁଛି। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ସିବିଆଇକୁ ଗାଳିକରି ଯେତେବେଳେ ତାଙ୍କୁ ଜାମିନ ଦେଇଛନ୍ତି, କେଜ୍‌ରିଓ୍ବାଲ ମୁଣ୍ଡ ଟେକି ନିଜର ସଚ୍ଚୋଟତାର ପ୍ରମାଣ ଦେବାକୁ ଆଗଭର ହେଉଛନ୍ତି। ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପାଇଁ ଅନେକ କଟକଣା ରହିଛି। ସେଥିପାଇଁ ଅସହାୟ ମୁଖ୍ୟମନ୍ତ୍ରୀ ଭାବେ ନ ରହି ସେ ଇସ୍ତଫା ଦେବା ଲାଗି ଉଚିତ ମଣିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ତାଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରନ୍ତି। କେଜ୍‌ରିଓ୍ବାଲ୍‌ ଏହା ମଧ୍ୟ କହୁଛନ୍ତି ଯେ ଯଦି ଜନସାଧାରଣ ଭାବୁଛନ୍ତି ସେ ଦୋଷୀ, ତେବେ ତାଙ୍କୁ କେହି ଭୋଟ ନ ଦିଅନ୍ତୁ। ଲୋକଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ ହୋଇ ଭୋଟରେ ଜିତିଲେ ଯାଇ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କହିବା ପରେ ରାଜନୀତିରେ ନୂଆ ମୋଡ଼ ଆସିବାର ଅନୁମାନ କରାଯାଉଛି। ବର୍ତ୍ତମାନ ଜନସାଧାରଣଙ୍କ କୋର୍ଟରେ ବଲ୍‌ ଅଟକିଛି। ସେମାନେ କେଉଁ ନିଷ୍ପତ୍ତି ନେବେ ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri