ବାଲିଗୁଡା ହତ୍ୟାକାଣ୍ଡ ଘଟଣା: ଅଭିଯୋଗର ଚାରିଦିନ ଭିତରେ ୪ ଅଭିଯୁକ୍ତ ଗିରଫ

ବାଲିଗୁଡା,୨୭।୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଏକ ହତ୍ୟା ଘଟଣାର ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ପ୍ରକାରେ ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ କେଡୁ ଯାତ୍ରା (ପୋଢ଼ ଯାତ୍ରା) ଚାଲିଥିଲା । ବୁଡାଗୁଡ଼ା ପଞ୍ଚାୟତର ଡେମିଙ୍ଗିଆ ଗ୍ରାମ ନିକଟସ୍ଥ ଗେରେଙ୍ଗାକିଆ ଗ୍ରାମର ପାଉଲ ପ୍ରଧାନଙ୍କୁ ଘରୁ ଡାକିନେଇ ଚାରିଭାଇ ହତ୍ୟା କରି ପୋଲ ତଳେ ପାଣି ଜମିଥିବା ଏକ ଖାଲରେ ପକାଇଦେଇ ଚାଲିଯାଇଥିଲେ। ମାର୍ଚ୍ଚ ୧୪ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୧୬ ତାରିଖରେ ପୋଲ ନିକଟସ୍ଥ ପାଣିଥିବା ସେହି ଖାଲରେ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହା ପରେ ପରିବାର ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଉଲଙ୍କ ପରିବାର ଖ୍ରୀଷ୍ଟିୟ ଧର୍ମର ହୋଇଥିବାରୁ ସେଠାରୁ ମୃତଦେହ ଉଦ୍ଧାର ପରେ ପାଉଲଙ୍କ ମୃତଦେହ ଶରୀରକୁ ସମ୍ପର୍କୀୟ ଲୋକଙ୍କ ସହଯୋଗରେ ସମାଧି ଦିଆଯାଇଥିଲା । କିନ୍ତୁ ପାଉଲଙ୍କ ସ୍ତ୍ରୀ ଶ୍ରୀକଲା ପ୍ରଥମରୁ ହିଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିଲେ । ପରେ ନିଜର ଏକମାତ୍ର ପୁଅ ସଞ୍ଜିରାମ ପ୍ରଧାନ କେରଳରେ କାମ କରୁଥିବା ବେଳେ ମା’ ଶ୍ରୀକଲା ଫୋନ ଯୋଗେ ପୁଅକୁ ସମସ୍ତ ବିଷୟ ଜଣାଇଥିଲେ। ପୁଅ ଗାଁକୁ ଫେରିବା ପରେ ଗାଁରେ ଏନେଇ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା। ପରେ ପୁଅ ସଞ୍ଜିରାମ ଏନେଇ ବାଲିଗୁଡ଼ା ଥାନାରେ ମେ’ ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜାଣି ହତ୍ୟାକାରୀ ଗୋଷ୍ଠୀ ମୃତକଙ୍କ ପରିବାରକୁ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନାଧିକାରୀ ବାବାଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ଆଶୁତୋଷ ପାଇକରାୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ଆନୁସଙ୍ଗିକ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨,୨୦୧,୩୪ ଅନୁଯାୟୀ ବାଲିଗୁଡ଼ା ଥାନା କେସ ନଂ ୧୩୪/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ପ୍ରଚେଷ୍ଟା ଆରମ୍ଭ କରିଥିଲା ବାଲିଗୁଡ଼ା ପୋଲିସ । ଗିରଫ ଅଭିଯୁକ୍ତ ମାନେ ଚାରିଭାଇ ପୂନ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିନ୍ଦୁ ପ୍ରଧାନ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ

ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍‌ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍‌ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର...

ଆଗରେ ପ୍ରଦୀପ କପୁର

କଟକ ଅଫିସ, ୧୨ା୧୧:ବର୍ତ୍ତମାନର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ...

କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି...

ଛାତରୁ ପଡି ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ,୧୩।୯: ଢେଙ୍କାନାଳ ଜିଲା ଗଦିଆଁ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଜୟନ୍ତ ଧାରୁଆ ସୋମବାର ବିଳମ୍ବିତ ରାତିରେ ଅଗ୍ନିଶମ କେନ୍ଦ୍ର ଛାତ ଉପରୁ ପଡ଼ି ମୃତ୍ୟୁବରଣ...

ସରିଲା ମକରମେଳା

ଗୋପବନ୍ଧୁ ନଗର/ବୈଶିଙ୍ଗା,୨୧ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ଖଡିକାପଦା ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ମକର ମେଳା ଉଦ୍‌ଯାପିତ ହୋଇଯାଇଛି।...

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ

ବଇଣ୍ଡା,୧।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ...

ଜୀବିକା ଦେଉଛି ଟସର ଚାଷ

କେନ୍ଦୁଝର, ୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଧଳାଡିହି ଗ୍ରାମର ମମତା ନାଏକ (୩୬) ଜଣେ ଭୂମିହୀନ ଗରିବ ମହିଳା। ତେବେ ଦିନ...

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ...

Advertisement
Archives

Model This Week