ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ, ଭାଜପା ପ୍ରାର୍ଥୀ କଳ୍ପନା କହଁର ଏବଂ ଫୁଲବାଣୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ପ୍ରତିଭା କହଁରଙ୍କ ଟିକେଟ ତୁରନ୍ତ ଦଳ କାଟିବାକୁ କୁଇ ସମାଜ ସେବା ସମିତି ପୁଣି ଦାବି ଦୋହରାଇଛି। ଯଦି ଦଳ ଟିକେଟ ନ କାଟିବ ତା’ହେଲେ କୁଇ ସମାଜ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଶୁକ୍ରବାର ନିଜସ୍ବ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁଇ ସମାଜ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏଥିସହ ଆସନ୍ତା ୧୬ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ନିଷ୍ପତ୍ତି ନିଆଯିବା ସହ ଡାକରା ଦିଆଯାଇଛି।
କୁଇ ସମାଜ ଅଭିଯୋଗ ଅନୁସାରେ, କଂଗ୍ରେସ ଚଳିତ ସାଧାରଣ ନିର୍ବାଚନରେ ଫୁଲବାଣୀ ନିର୍ବାଚନମଣ୍ଡଳୀରେ ପ୍ରତିଭା କହଁରଙ୍କୁ ବିଧାୟିକା ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଅନ୍ୟ ଜାତିରେ ବିବାହ କରିଛନ୍ତି। ଆଦିବାସୀ ସମାଜ ଦ୍ୱାରା ସେ ଗ୍ରହଣୀୟ ନୁହନ୍ତି। ତେଣୁ କଂଗ୍ରେସ ତୁରନ୍ତ ତାଙ୍କ ଟିକେଟ କାଟି ଜଣେ ଆଦିବାସୀଙ୍କୁ ଦେବାକୁ କହିଛନ୍ତି।
ବାଲିଗୁଡା ନିର୍ବାଚନମଣ୍ଡଳୀରେ କଗ୍ରେସ ସୁରଦା ପ୍ରଧାନଙ୍କୁ ଟିକେଟ ଦେଇଛି । ତାଙ୍କ ନାମରେ ଜାଲ୍‌ ପ୍ରମାଣପତ୍ର କେସ୍‌ ନଂ. ୪୦/୧୦ରେ ଆର୍‌ଡିସିଙ୍କ ପାଖରେ ବିଚାରାଧୀନ ଅଛି । ସେ ଚଞ୍ଚକତା କରି ଜାତି ପ୍ରମାଣପତ୍ର ଯୋଗାଡ କରିବାରେ ସକ୍ଷମ ହୋଇଛନ୍ତି। ବାଲିଗୁଡ଼ା ନିର୍ବାଚନୀମଣ୍ଡଳୀରେ ଭାଜପା ଦେଇଥିବା ପ୍ରାର୍ଥୀ କଳ୍ପନା କହଁର ଜଣେ ଅଣ ଆଦିବାସୀ ସାଧାରଣ ବର୍ଗର ଲୋକଙ୍କୁ ବିବାହ କରିଛନ୍ତି। ଆଦିବାସୀ ସମାଜରୁ ସେ ଅଲଗା ହୋଇ ରହିଛନ୍ତି। ତେଣୁ ଉଭୟ ଦଳ ସେମାନଙ୍କ ଟିକେଟ କାଟି ପ୍ରକୃତ ଆଦିବାସୀ ପ୍ରାର୍ଥୀ ଦିଅନ୍ତୁ ବୋଲି କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କୁମାର କହଁର ପ୍ରକାଶ କରିଛନ୍ତି। ଏଥିସହ ସମ୍ପାଦକ ଅଚ୍ୟୁତ ଜାନି, ନାରୀ ସଭାନେତ୍ରୀ ସୌଦାମିନୀ କହଁର, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ଗୋଲକ କହଁର, ସଦସ୍ୟ ରମାକାନ୍ତ ମଲ୍ଲିକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri