ବାଲିଘାଟ ମୁଣ୍ଡ ନେଉଛି

ଡେରାବିଶ, ୨୫ା୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ଲୁଣା, କରାଣ୍ଡିଆ ଓ ବିରୂପା ନଦୀ ପ୍ରବାହିତ ହେଉଛି। ଏହି ନଦୀରୁ ପ୍ରଚୁର ପରିମାଣରେ ବାଲି ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ରାଜସ୍ବ ପାଇବା ଲକ୍ଷ୍ୟରେ ଏହି ନଦୀର ବିଭିନ୍ନ ଘାଟକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଛି। ତେବେ ନିଲାମଧାରୀ ସରକାରୀ ନୀତିନିୟମ ଅନୁଯାୟୀ ଘାଟରୁ ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଇ ସୁରକ୍ଷିତ ଭାବେ ତା’ର ପରିବହନ କରିବା କଥା। କିନ୍ତୁ ନିଲାମଧାରୀଙ୍କ ମୁନାଫା ଖୋର ମନୋବୃତ୍ତି ଓ ଚୋରା ବାଲି ଚାଲାଣକାରୀଙ୍କ ଉପଦ୍ରବରେ ସ୍ଥାନୀୟ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ବେଆଇନ ବାଲି ଚାଲାଣ ଫଳରେ ଦୁର୍ଘଟଣା ଘଟି ବର୍ଷେ ମଧ୍ୟରେ ୨ ଜଣକ ଜୀବନଦୀପ ଲିଭି ଯାଇଛି। ୨ଦିନ ତଳେ ବସପୁର ବାଲିଘାଟରେ କାର୍ଯ୍ୟରତ ଶ୍ରମିକ ଲକ୍ଷ୍ମଣ ମଳିକଙ୍କ ବାଲି ହାଇୱା ଚଢ଼ିଯିବାରୁ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ଜୁନ୍‌ ୬ରେ କେନ୍ଦ୍ରାପଡ଼ା କେନାଲ୍‌ ବନ୍ଧର ହାଟବାଣପୁର ନିକଟରେ ବସପୁର ଗଁାର ସୁବାସ ଚନ୍ଦ୍ର ଲେଙ୍କାଙ୍କ ଝିଅ ସ୍କୁଲ ଛାତ୍ରୀ ଲକ୍ଷ୍ମୀପ୍ରିୟା (୧୫) ଉପରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା ଚଢ଼ି ଜୀବନ ଯାଇଥିଲା। ତେଣୁ ତୁରନ୍ତ ଡେରାବିଶ ବ୍ଲ୍ଳକ ଅଞ୍ଚଳରେ ‘ଅପରେଶନ୍‌ ସ୍ୟାଣ୍ଡ ଷ୍ଟର୍ମ’ ଲାଗୁ କରାଯାଇ ବାଲି ଚାଲାଣକାରୀଙ୍କୁ ସାବାଡ଼ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଧିକନ୍ତୁ ବାଲି ଚାଲାଣକାରୀମାନେ ଆଉ ପାଦେ ଆଗେଇ ଯାଇ ବାଲେଶ୍ୱର ଭଳି ଡେରାବିଶ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛେଇ ନାହାନ୍ତି। ଯାହାକି ଗତ ୧୭ ତାରିଖରେ ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ରାଜସ୍ବ ସର୍କଲ ଅଧୀନରେ ଘଟିଥିଲା। ବେଆଇନ ବାଲି ଚାଲାଣ କାରୁଥିବା ହାଇୱାକୁ ଧରିବାକୁ ଯିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଚାଲାଣକାରୀମାନଙ୍କ ସଂଘବଦ୍ଧ ଆକ୍ରମଣରେ ଡେରାବିଶ ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କ ସମେତ ଅଧସ୍ତନ କର୍ମଚାରୀମାନେ ଆହତ ହୋଇଥିଲେ। ଏ ସମ୍ପର୍କରେ ସଦର ଥାନାରେ ତହସିଲଦାର ପରିଡାଙ୍କ ପକ୍ଷରୁ ଅଭିଯୋଗ ପରେ ନଂ.୧୫୪/୨୩ରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ତେବେ ବାଲି ଚାଲାଣକାରୀମାନଙ୍କ ମୁନାଫା ଖୋର ମନୋବୃତ୍ତି ପାଇଁ ସେମାନେ ଜେସିବି ସହାୟତାରେ ନଦୀ ଗର୍ଭକୁ ବେଆଇନ ଭାବେ ଅଧିକ ଗଭୀର ଖୋଳି ଦେବା ଫଳରେ ନଦୀର ଗତିପଥ ବଦଳି ଯାଉଛି। ଫଳରେ ଧୀରେ ଧୀରେ ଏହା ନଦୀକୂଳ କ୍ଷୟ କରୁଛି। ବନ୍ଧରୁ ଅତଡ଼ା ଧସି ନଦୀବନ୍ଧ ଓ ନଦୀକୂଳିଆ ଅଞ୍ଚଳ ପ୍ରତି ବିପଦ ଦେଖାଦେଲାଣି। ଲୁଣାନଦୀର ନରହରିପୁର ଘାଟରୁ ନଦୀ ମଧ୍ୟରୁ ଜେସିବି ସହାୟତାରେ ଅଧିକ ଗଭୀର କରି ବାଲି ଖୋଳାଯିବା ଫଳରେ ୨୦୨୨ ନଭେମ୍ବର ୫ରେ ନଦୀର ଅପରପାର୍ଶ୍ୱ ପକ୍ଷୋଟ ନିକଟରେ ୪୦୦ ଫୁଟ ଲମ୍ବର ନଦୀବନ୍ଧ ସମ୍ପୂର୍ଣ୍ଣ ଭାବେ ନଦୀ ମଧ୍ୟକୁ ଧସିଯାଇଛି, ଯେଉଁଥିପାଇଁ ଏହି ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ସହ ଦ୍ୱୀପାଞ୍ଚଳବାସୀ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନ ପୂର୍ବରୁ ଏହି ବନ୍ଧକୁ ତୁରନ୍ତ ମରାମତି କରା ନ ଗଲେ ଏହି ସ୍ଥାନରେ ଲୁଣାନଦୀରୁ ଏକ ଶାଖା କରାଣ୍ଡିଆ ନଦୀକୁ ଖୋଲିଯିବାର ସମ୍ଭାବନା ଦେଖାଦେଇଛି। ଯେଉଁଥିପାଇଁ ଲୁଣା-କରାଣ୍ଡିଆ ଦ୍ୱୀପାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଗ୍ରାମ ନଦୀ ଅଁାରେ ନିଶ୍ଚିନ୍ନ ହୋଇଯିବ। ଏଥିସହ ବେପରୁଆ ଭାବେ ବାଲି ଚାଲାଣ ଫଳରେ ସ୍ଥାନୀୟ ଅଞ୍ଚଳର ସମସ୍ତ ରାସ୍ତା ଘାଟ କଡ଼ରେ ଗାଡ଼ିରୁ ବାଲି ଝଡ଼ି ୫ ରୁ ୬ ଇଞ୍ଚର ବାଲିର ଆସ୍ତରଣ ପଡ଼ି ରହୁଛି, ଯେଉଁଥିପାଇଁ ବାଇକ୍‌ ଓ ସାଇକେଲ୍‌ ଚାଳକ ଫସି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥିସହ ରାସ୍ତାର ଉଭୟପାର୍ଶ୍ୱରେ ଥିବା ଜନବସତିକୁ ଧୂଳି ଉଡ଼ିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଥିଯୋଗୁ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri