ସଫଳ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୫ା୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲରେ ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷହୋଇଛି। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ୍ରି ହସ୍ପିଟାଲ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବିଶେଷକରି ଓଡ଼ିଶାରେ ପ୍ରଥମକରି ରୋବୋଟିକ୍‌ ମେଶିନ ଜରିଆରେ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଛି। ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨ଜଣ ବୟସ୍କ ମହିଳା ଏବଂ ଜଣେ ପୁରୁଷଙ୍କର ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସୁନୀଲ ଦାଶଙ୍କ ନେତୃତ୍ୱରେ ଉକ୍ତ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଏକ ୩ ଜଣିଆ ଡାକ୍ତରୀ ଟିମ୍‌ ଡା. ଦାଶଙ୍କୁ ଆବଶ୍ୟକ ସହଯୋଗ କରିଥିଲେ। ଏପରିକି ଅସ୍ତ୍ରୋପଚାର ପରେ ସମସ୍ତ ୩ ରୋଗୀ ସୁସ୍ଥ ଅନୁଭବ କରିବା ସହ ଚଲାବୁଲା କରିଛନ୍ତି। ସମ୍ପର୍କରେ ଡା. ଦାଶ କହିଛନ୍ତି, ଓଡ଼ିଶାରେ ପ୍ରଥମକରି ଆମ୍ରି ହସ୍ପିଟାଲରେ ଆମେ ରୋବୋଟିକ୍‌୍‌ ସାହାଯ୍ୟରେ ଆଣ୍ଠୁ ପ୍ରତିରୋପଣ ସଫଳତାର ସହ ଆରମ୍ଭ କରିଛୁ। ମୋର ଆଶା ଯେତେ ଜଟିଳ ଆଣ୍ଠୁ ସମସ୍ୟାଜନିତ ରୋଗ ରହିଥିଲେ ମଧ୍ୟ ତାହା ରୋବୋଟିକ୍‌ ମେଶିନ ଦ୍ୱାରା ସହଜରେ ନିରାକରଣ କରିହେବ। ଆଣ୍ଠୁଜନିତ ବିଭିନ୍ନ ସମସ୍ୟାରେ ପ୍ରଭାବିତ ହେଉଥିବା ରୋଗୀମାନଙ୍କୁ ରୋବୋଟିକ୍‌ ମେଶିନ ଅତି ସହଜରେ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରିପାରିବ। ଏପରିକି ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ଏହି ମେଶିନରେ ବାହୁ ଓ ହ୍ୟାଣ୍ଡ ରହିଛି, ଯାହା ନଷ୍ଟ ହୋଇଯାଇଥିବା ଟିସ୍ୟୁକୁ ଅତି ସହଜରେ ବାହାର କରି କୃତ୍ରିମ ଖଞ୍ଜା ସହିତ ଯୋଡ଼ିଥାନ୍ତି। ରୋଗୀ କମ୍‌ ଯନ୍ତ୍ରଣା ଅନୁଭବ କରନ୍ତି ଓ କ୍ଷତ ଶୀଘ୍ର ଶୁଖିବା ସହିତ କମ୍‌ ଦିନରେ ଚଳପ୍ରଚଳ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri