ବାଲି, ମୋରମ ଚୋରା ଚାଲାଣ: ୨ ଡମ୍ପର ଜବତ କଲା ପୋଲିସ

ମୋରଡା,୯।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ମୋରଡ଼ା ପୋଲିସ ବାଲି ଓ ମୋରମ ଚୋରା ଚାଲାଣ ବେଳେ ଦୁଇଟି ଡମ୍ପର ଜବତ କରିଛି। ମୋରଡ଼ା ତହସିଲଦାର ଅନନ୍ତ କୁମାର ହଁାସଦାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଲି ଓ ମୋରମ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଶୀର୍ଷାପାଳ ଛକରେ ଚଢ଼ାଉ କରିଥିଲା। ୨ଟି ଗାଡ଼ିକୁ ଜବତ କରି ଚିତ୍ରଡ଼ା ଫାଣ୍ଡିରେ ଅଟକ ରଖିଛି। ତଦନ୍ତ ପରେ ଜରିମାନା କରାଯିବ ବୋଲି ତହସିଲଦାର କହିଥିଲେ। ଏ ସମ୍ପର୍କରେ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି, କେବଳ ମୋରମ ବୋଝେଇ ଡମ୍ପର ନାମରେ ଏକ ମାମଲା (ନଂ.୧୦୮/୨୨) ରୁଜୁ ହୋଇଛି। ବାଲି ଡମ୍ପରକୁ ୨ ଲକ୍ଷ ୩୧୫ ଟଙ୍କାର ଜରିମାନା କରାଯାଇଥିବା ନେଇ ତହସିଲଦାର ତାଙ୍କୁ ସୂଚନା ଦେଇଛନ୍ତି। ସେପଟେ ଶନିବାର ସାରେ କୋହି ପଞ୍ଚାୟତ ଦେଇ ଯାଇଥିବା ଜମ୍ଭୀରା ନଦୀର ବଡ଼ଫେରା ଘାଟରେ ବେଆଇନ ବାଲି ଚାଲାଣକୁ ବିରୋଧ କରି ଗ୍ରାମବାସୀ ଏକ ଡମ୍ପରକୁ ଅଟକାଇଥିଲେ। ମୋରଡ଼ା ତହସିଲଦାରଙ୍କୁ ଖବର ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସା ପରେ ବାଲି ଉତ୍ତୋଳନ ହୋଇପାରିବ ନାହିଁ କିନ୍ତୁ ଚାଲାଣ ହୋଇପାରିବ ବୋଲି ତହସିଲଦାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri